ଦୋକାନୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ହାଟପଦାର ଜଣେ ଜଳଖିଆ ଦୋକାନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଦୁର୍ଗାପ୍ରସାଦ ରାଓ । ନନ୍ଦପୁର ଥାନାରେ ଏନେଇ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ରାଓ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ଦୁର୍ଗାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ସାପ୍ତାହିକ ହାଟପଦାଠାରେ ପାଙ୍ଗାମ ଅଞ୍ଚଳର ଦୁର୍ଗାପ୍ରସାଦ ରାଓ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଏକ ଜଳଖିଆ ଓ ମିଠା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ଆଜି ସକାଳେ ଦୋକାନ ଖୋଲିବା ପାଇଁ ଲକ୍ଷ୍ମୀ ଉଠିବା ପରେ ହଠାତ୍ ସ୍ୱାମୀଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପଡୋଶୀଙ୍କୁ ଜଣାଇଥିଲେ । ଦୁର୍ଗାଙ୍କୁ ତଳକୁ ଓହ୍ଲାଇ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ଅନ୍ୟକିଛି ଜଣାପଡିବ ବୋଲି ଏସଡିପିଓ କହିଛନ୍ତି । ଦୁର୍ଗାଙ୍କ ପରିବାର ଲାକେ ଆନ୍ଧ୍ରରୁ ଆଜି ପହଞ୍ଚିବା ପରେ ସକ୍ରାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons