ଧରାପଡିଲା ଏମବିଏ ଲୁଟେରା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କମିଶନରେଟ ପୁଲିସ୍ ସ୍ପେଶାଲ ସ୍କ୍ୱାଡ୍ ଓ ତମାଣ୍ଡା ପୁଲିସ୍ ପଞ୍ଝାରେ ପଡିଛି ହାଇ-ପ୍ରୋଫାଇଲ ଠକ । ସେ ହେଉଛି ହେଉଛି ରାଜୀବ ପ୍ରଭାସ ଗୁପ୍ତା । ତା’ଠାରୁ ପୁଲିସ୍ ଧଳା ସୁନା, ରୂପା, ୩ଟି ଏଟିଏମ୍, ଗୋଟିଏ ଦାମୀ ମୋବାଇଲ, ଆଧାର କାର୍ଡ ଓ ପ୍ୟାନ୍ କାର୍ଡ ଜବତ କରିଛି । ରାଜୀବ ବିଭିନ୍ନ ଦୋକାନୀଙ୍କ ଠାରୁ ଜିନିଷ କିଣି ଅନ୍ଲାଇନ୍ ପେମେଣ୍ଟ କରିବା ବାହାନାରେ ଠକୁଥିଲା । ଏହି ଠକକୁ ଗତକାଲି କୋଲକାତା ବିମାନବନ୍ଦରର ଗିରଫ କରି ଭୁବନେଶ୍ୱର ଆଣିଛି ପୁଲିସ୍ । ରାଜୀବ ଦେଶ ସାରା ବିମାନରେ ବୁଲି ବୁଲି ଠକେଇ କରୁଥିବା ଡିସିପି ଉମାଶଙ୍କର ଦାସ ଏକ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦେଇଛନ୍ତି । ରାଜୀବ ମୁମ୍ବାଇରେ ଏକ ପ୍ରତିÂିତ ବିଶ୍ୱବିଦ୍ୟାଳୟରେ ଏମ୍ବିଏ କଲା ପରେ ଚାକିରି ପାଇ ନଥିଲେ । ଦେଶ ସାରା ବୁଲି ବୁଲି ଏମିତି ଠକୁଥିଲେ । ଦେଶର ବିଭିନ୍ନ ଅଞ୍ଚଳରେ ତା’ ନାଁରେ ମାମଲା ରହିଛି ।
ରାଜୀବଙ୍କ ଚାଲି ଚଳନ ସମ୍ଭ୍ରାନ୍ତ ବଂଶୀୟ । ତାଙ୍କୁ ଦେଖିଲେ କେହି ଠକ ବୋଲି ସନେ୍ଦହ କରିବେ ନାହିଁ । ତେଣୁ ସେ ଅଳଙ୍କାର ଦୋକାନକୁ ଟାର୍ଗେଟ କରୁଥିଲେ । ଗତ ୧୫ ତାରିଖରେ ରାଜୀବ ପହଞ୍ଚିଲେ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ମଲ୍ରେ । ସେଠାରେ ଥିବା ଅଳଙ୍କାର ଦୋକାନରୁ ରୂପା ଥାଳି, ବ୍ରେସ୍ଲେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ଯାହାରା ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା ହୋଇଥିଲା । ରାଜୀବ ଦୋକାନକୁ କହିଥିଲେ ‘ଫୋନ୍-ପେ’ରେ ଟଙ୍କା ପଠାଇବାକୁ । ଦୋକାନରେ ଥିବା କ୍ୟାସିୟର ରାଜି ହୋଇଥିଲେ । ତେବେ ୧ ଲକ୍ଷ ୧୫ ହଜାର ଟଙ୍କା ପଠାଇବା ପୂର୍ବାରୁ ରାଜୀବ ପରୀକ୍ଷା ମୂଳକ ଭାବେ ୧୦ ଟଙ୍କା ଫୋନ୍ ପେ କରିଥିଲେ । ଦୋକାନୀଙ୍କ ପାଖକୁ ୧୦ ଟଙ୍କା ଯାଇଥିଲା । ଏହା ପରେ ବାକି ଟଙ୍କା ପଠାଇଥିଲେ । ହେଲେ ଟଙ୍କା ଦୋକାନୀଙ୍କ ପାଖକୁ ଯାଇ ନଥିଲା । ରାଜୀବ କିନ୍ତୁ ପୂର୍ବରୁ ଏଡିଟ୍ କରି ରଖିଥିବା ଏକ ମୋବାଇଲ୍ ସ୍କ୍ରିନ୍ ସର୍ଟ (ୟୁପିଆଇ) ଦେଖାଇଥିଲେ । ଯେଉଁଥିରେ ଟଙ୍କା ଯାଇଥିବା ଲେଖାଥିଲା । ଦୋକାନୀ କହିଥିଲେ ଟଙ୍କା ଆସିନାହିଁ । ରାଜୀବ ତାଙ୍କୁ କହିଥିଲେ ମୋ ଆକାଉଣ୍ଟରୁ ଟଙ୍କା କଟି ଯାଇଛି । ଅଧ ଘଣ୍ଟାଏରେ ତମ ପାଖକୁ ଆସିବ । ନ ଗଲେ ମତେ ଏଇ ନମ୍ବରରେ ଯୋଗାଯୋଗ କରିବ । ଏମିତି ଭାବେ ଭୂଅାଁ ବୁଲେଇ ଅଳଙ୍କାର ନେଇ ସେ ସେଠାରୁ ଖସି ଆସିଥିଲେ । ହେଲେ ଟଙ୍କା ଆସିଲା ନାହିଁ । ଏନେଇ ଅଳଙ୍କାର ଦୋକାନୀ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଡିସିପି ଶ୍ରୀ ଦାସ ଏହି ଘଟଣାର ପୁଲିସ୍କୁ ସହଯୋଗ କରିବାକୁ ସ୍ପେଶାଲ ସ୍କ୍ୱାଡ୍ ନିଦେ୍ର୍ଧଶ ଦେଇଥିଲେ ।
ମାୟାନଗରୀ ମୁମ୍ବାଇରୁ ନେଇ କୋଲକାତା, ଦିଲ୍ଲୀରୁ ଇମ୍ଫାଲ ସବୁଠି ସମାନ ଢଙ୍ଗରେ ଠକ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଠକି ନେଇଛି । ଭୁବନେଶ୍ୱରରେ ଗହଣା ଚୋରି କରିବା ପରେ ପୁରୀ ସିଂହଦ୍ୱାର ଥାନା ଅଞ୍ଚଳରେ ମଧ୍ୟ ସମାନ କାଣ୍ଡ କରିଥିଲେ ରାଜୀବ । ହେଲେ ଦୁଇଟି ଜାଗାରେ ଅଳଙ୍କାର କିଣିବା ବେଳେ ରାଜୀବ ଏକ ପ୍ୟାନ୍ କାର୍ଡ ଦେଉଥିଲେ । ସେହି ପ୍ୟାନ୍ କାର୍ଡ ହିଁ ତାକୁ ଧରା ପକାଇ ଦେଇଛି । ପୁରୀ ଓ ଭୁବନେଶ୍ୱରୁ ଠକିବା ପରେ ରାଜୀବ ଦିଲ୍ଲୀରୁ ଇମ୍ଫାଲ, ଇମ୍ଫାଲରୁ କୋଲକାତା ଯାଉଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଏହା ପରେ ତମାଣ୍ଡୋ ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ କୋଲକାତା ବିମାନବନ୍ଦରରୁ ରାଜୀବଙ୍କୁ ଗିରଫ କରିଥିଲା ।
ନାଭି ମୁମ୍ବାଇର ସାଉଥ୍ ଇଣ୍ଡିଆ ଏଜୁକେସନାଲ୍ ସୋସାଇଟିରୁ ଏମ୍ବିଏ ପଢ଼ିଥିବା ରାଜୀବ ଦେଶ ସାରା ବିଭିନ୍ନ ଜୁଏଲାରୀ ସପକୁ ଠକିଛନ୍ତି । ପ୍ରତି ମାମଲାରେ ସେ ପ୍ରାୟ ଲକ୍ଷେ ଟଙ୍କାର ସୁନା ଗହଣା କିଣି ଅନଲାଇନ୍ ୟୁପିଆଇ ପେମେଣ୍ଟ କରିବାକୁ କହି ଠକିଥିବା ଜଣାପଡ଼ିଛି । ଠକିବା ପାଇଁ ରାଜୀବ ଏ ରାଜ୍ୟରୁ ସେ ରାଜ୍ୟକୁ ବିମାନରେ ଯାଉଥିଲେ । ତାରକା ହୋଟେଲ୍ରେ ରହୁଥିଲେ । ଦାମୀ ଗାଡି ଭଡା ନେଇ ଜୁଏଲାର ଦୋକନୀକୁ ଯାଉଥିଲେ । ତାଙ୍କୁ ଦେଖି କେହି ବି ଭାବୁ ନଥିଲେ ସେ କୁଖ୍ୟାତ ଠକ ବୋଲି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons