ନଦୀକୁ ଖସି ଯୁବକ ନିଖୋଜ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ନାଗାବଳୀ ନଦୀରେ ଥିବା ଝୋଲାପୋଲ ତଳେ ସେଲ୍ଫି ନେବା ସମୟରେ ଜଣେ ଯୁବକ ନଦୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଜଣଙ୍କ ହେଲେ ଉତ୍ତରପ୍ରଦେଶ ରାଜ୍ୟ ଗାଜିଆବାଦର ବିଲାଲ ଅନସାରି । ବିଲାଲ ରବିବାର ସନ୍ଧ୍ୟାରେ ତାଙ୍କ କେତେକ ବନ୍ଧୁଙ୍କ ସହ ନାଗାବଳୀ ନଦୀକୁ ଯାଇଥିଲେ । ଝୋଲାପୋଲ ଉପରେ କିଛି ସମୟ ଅତିବାହିତ କରିବା ପରେ ନଦୀକୂଳକୁ ଓହ୍ଲାଇଥିିଲେ । ନଦୀ କୂଳରେ ପ୍ରଥମେ କିଛି ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିବା ପରେ ସେଲ୍ଫି ନେବା ନିମନ୍ତେ ଆଉ ଟିକିଏ ତଳକୁ ଚାଲି ଯାଇଥିଲେ । ନଦୀର ସ୍ରୋତ ଜାଣି ନପାରିବାରୁ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ସେ ନଦୀଗର୍ଭକୁ ଚାଲିଯାଇଥିଲେ । ଖବରପାଇ ରାୟଗଡ଼ା ଥାନା ଆଇଆଇସି ରଶ୍ମୀରଞ୍ଜନ ପ୍ରଧାନ ପହଞ୍ଚି ଅନୁଧ୍ୟାନ କରିବା ସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ରବିବାର ରାତିରୁ ଆଜିପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବିଲାଲଙ୍କ ପତ୍ତା ମିଳି ନାହିଁ । ଫଳରେ ତାଙ୍କ ବନ୍ଧୁ ଓ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି । ବିଲାଲ ଗତ କିଛିଦିନ ହେବ ରାୟଗଡ଼ା ଆସି ବୁଲାବେପାରୀ ଭାବେ ବ୍ୟବସାୟ କରୁଥିଲେ । ରାୟଗଡ଼ା ଓ ଗୁଣପୁର ସହରରେ କପଡ଼ା ବ୍ୟବସାୟ କରୁଥିବା ବେଳେ ରବିବାର ବୁଲିବା ପାଇଁ ନାଗାବଳୀ ନଦୀକୁ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons