ପଞ୍ଚଭୂତରେ ଲୀନ ହେଲେ ମନୋରମା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ବିଶିଷ୍ଟ ଅଧ୍ୟାପିକା, ସାହିତି୍ୟକା ଓ ‘ସମାଜ’ର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର । ରବିବାର ଶେଷକୃତ୍ୟ ସମୟରେ ପୁଲିସ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା । ପୁତ୍ର ପ୍ରଦୀପ ମହାପାତ୍ର ମୁଖାଗ୍ନି ଦେଇଥିଲେ ।
ଆଜି ମନୋରମାଙ୍କ ଶବାଧାରକୁ ଏକ ଶୋଭାଯାତ୍ରାରେ ସ୍ୱର୍ଗଦ୍ୱାର ଅଣାଯାଇଥିଲା । ବାଟରେ ହରେକୃଷ୍ଣପୁର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ୱର୍ଗଦ୍ୱାର ଶ୍ମଶାନଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ. ବିଶାଳ ସିଂହ ଉପସ୍ଥିତ ଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ‘ସମାଜ’ର ପୁରୀ ପ୍ରତିନିଧି ଜଗନ୍ନାଥ ବସ୍ତିଆ ମଧ୍ୟ ଉପସ୍ଥିତ ଥିଲେ । ସରକାରୀ ପ୍ରତିନିଧିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ସ୍ୱର୍ଗଦ୍ୱାରଠାରେ ମନୋରମାଙ୍କ କନ୍ୟା ସୁଚିସ୍ମିତା ମିଶ୍ର, ଜ୍ୱାଇଁ ଅରୁଣ ମିଶ୍ର, ଲୋକସେବକ ମଣ୍ଡଳର ଉପସଭାପତି ନିରଞ୍ଜନ ରଥ, ବ୍ୟଙ୍ଗ ଚିତ୍ରଶିଳ୍ପୀ ପରେଶ ନାୟକ, ବଦି୍ର ମିଶ୍ର, ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଶେଷଦର୍ଶନ କରିଥିଲେ । ସୁଆଣ୍ଡୋ ସେତୁ ଆନେ୍ଦାଳନ ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ମିଶ୍ର, ରାଜ୍ୟ ପ୍ରଶାସନିକ ଅଫିସର ଅବସରପ୍ରାପ୍ତ ଅଧିକାରୀ ସଂଘର ମୁଖ୍ୟ ବିନୋଦ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଆଜି କଟକସ୍ଥିତ ମନୋରମା ମହାପାତ୍ରଙ୍କ ଶ୍ରୀବିହାରକଲୋନି ସ୍ଥିତ ବାସଭବନ ‘ପଦାରବିନ୍ଦ ନିଳୟ’ରେ ଓଡ଼ିଶାର ବହୁ ଅନୁÂାନର କର୍ମକର୍ତ୍ତାମାନେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସକାଳେ ଦୁଇ ପୁଅ ପ୍ରଦୀପ ମହାପାତ୍ର ଓ ସନ୍ଦୀପ ମହାପାତ୍ର, ବୋହୂ ସଂଯୁକ୍ତା ମହାପାତ୍ର, ଜ୍ୟୋତ୍ସ୍ନାମୟୀ କର, ସାନ ଝିଅ ସୁଚିସ୍ମିତା ମିଶ୍ର ଏବଂ ଜ୍ୱାଇଁ ଅରୁଣ ମିଶ୍ର ପହଞ୍ଚିବା ପରେ ଦିନ ସାଢେ଼ ୧୧ ଟାରେ ମରଶରୀରକୁ ଏକ ଶୋଭାଯାତ୍ରାରେ ସମାଜ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ରାଷ୍ଟ୍ରୀୟ ଲୋକସେବକ ମଣ୍ଡଳର ଉପସଭାପତି ନିରଞ୍ଜନ ରଥ, ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତିଙ୍କ ସମେତ କର୍ମକର୍ତ୍ତାମାନେ ତାଙ୍କ ଶେଷ ଦର୍ଶନ କରିଥିଲେ । ଏହାପରେ ମରଶରୀରକୁ ଓଡ଼ିଶା ନାରୀସେବା ସଦନକୁ ନିଆଯାଇଥିଲା । ସେଠାରେ ସଦନର ସାଧାରଣ ସମ୍ପାଦିକା ଇନ୍ଦିରା ଆରୋରା, ଯୁଗ୍ମ ସମ୍ପାଦିକା ମଞ୍ଜୁ ସିଂହ, ନଳିନୀ ଦାସ, ପୁଷ୍ପଲତା ଦାସ, ନିଶି ଦାସ ଏବଂ ଅଭୀପ୍ସା ଦାସ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦିନ ସାଢେ଼ ୧୨ଟାରେ ଶ୍ରୀମତୀ ମହାପାତ୍ରଙ୍କ ପ୍ରାର୍ଥିବ ଶରୀରକୁ ସ୍ୱର୍ଗଦ୍ୱାର ଦିଆଯାଇଥିଲା । ଆଜି ସକାଳେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ, ରାଜ୍ୟସଭା ସାଂସଦ ସୁବାସ ସିଂହ, ଲୋକସଭା ସାଂସଦ ଅଚୁ୍ୟତ ସାମନ୍ତ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାହିତି୍ୟକ ଡ. ହୁସେନ୍ ରବି ଗାନ୍ଧୀ, ପୂର୍ବତନ ମହିଳା କମିସନ୍ ଅଧ୍ୟକ୍ଷା ନମିତା ପଣ୍ଡା, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ବିଧାୟକ ଇଂ ମହମ୍ମଦ ମୋକିମ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂହ, ବିଜେପି ନେତା ନୟନ କିଶୋର ମହାନ୍ତି, ଶୁଭାଶିଷ କର ଏବଂ ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ପ୍ରମୁଖ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons