ପଞ୍ଜାବରେ କାର୍ଯ୍ୟରତ ଯବାନଙ୍କ ମୃତୁ୍ୟ

Get real time updates directly on you device, subscribe now.

ବାଣପୁର,(ବି.ବି.ନୁ୍ୟଜ): ପଞ୍ଜାବରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନଙ୍କ ପରଲୋକ ଘଟିଛି । ମୃତ ଯବାନ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଖଣନ୍ତ ଗ୍ରାମର ଦେବରାଜ ମହାରଣାଙ୍କ ବଡ଼ ପୁଅ ଜ୍ୟୋତିପ୍ରକାଶ ମହାରଣା (୨୬) ।
ଜ୍ୟୋତିପ୍ରକାଶ ଭାରତମାତାର ସୁଯୋଗ୍ୟ ସନ୍ତାନ ଭାବେ ଦେଶର ସୁରକ୍ଷା ପାଇଁ ସନ୍ଧ୍ୟା ୬ରୁ ୮ଟା ଯାଏ ଦୁଇ ଘଣ୍ଟା ଡିୟୁଟି ସାରି ପୁନଶ୍ଚ ରାତି ୧୨ଟାରୁ ୨ଟା ଯାଏ ଡିୟୁଟି କରୁଥିବା ବେଳେ କୌଣସି କାରଣବଶତଃ ତଳେପଡ଼ି ମୂର୍ଚ୍ଛା ହୋଇ ପଡିଯାଇଥିଲେ । ତାଙ୍କର ଡିୟୁଟି ତଦାରଖ ସମୟରେ ଗାର୍ଡ କମାଣ୍ଡର ତାଙ୍କୁ ମୁର୍ମୁଷୁ ଅବସ୍ଥାରେ ସାମରିକ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ନେବାରେ ଜଣାଯାଏ ଜ୍ୟୋତିପ୍ରକାଶ ୨୦୧୬ ନଭେମ୍ବରରେ ମହାରାଷ୍ଟ୍ରର ଏମଆଇଆରସିରେ ନିଯୁକ୍ତ ହୋଇ ସେଠାରୁ ଟ୍ରେନିଂ ସାରିବା ପରେ ପ୍ରଥମ ପୋଷ୍ଟିଂ ପଠାଣକୋଟ୍ରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ପଞ୍ଜାବର ଭଟିଣ୍ଡା କ୍ୟାଣ୍ଟନମେଣ୍ଟରେ ପ୍ରାୟ ଦେଢ଼ବର୍ଷ ହେବ କାର୍ଯ୍ୟରତ ଥିଲେ ।
ତାଙ୍କର ମୃତୁ୍ୟ ପରେ ଜ୍ୟୋତିଙ୍କ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଜ୍ୟୋତିପ୍ରକାଶଙ୍କ ବାପା ଦେବରାଜ ଦୀର୍ଘ ୩୦ବର୍ଷ ଧରି ୧୪ ମେକାନାଇଜଡ୍ ଇନ୍ଫାଣ୍ଟି୍ରରେ କାର୍ଯ୍ୟ କରି ୨୦୧୮ରେ ଅବସର ନେଇଥିଲେ । ତାଙ୍କ ଅବସରର ୨ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୬ରେ ବଡ଼ପୁଅ ଜ୍ୟୋତି ପ୍ରକାଶ ସେନାରେ ଯବାନ୍ ଭାବେ ଯୋଗ ଦେଇଥିଲେ । ଆଜି ପୁତ୍ରର ମୃତୁ୍ୟ ଖବର ଶୁଣିବା ପରେ ପରିବାର ସଦସ୍ୟ ଓ ଗ୍ରାମବାସୀ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons