ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ ଘଟଣା:୨୪ ଘଣ୍ଟା ପରେ ସରିଲା ଉଦ୍ଧାର କାମ

Get real time updates directly on you device, subscribe now.

ରାୟଗଡ଼ା, (ବି.ବି.ନୁ୍ୟଜ): ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ୩ଜଣ ରାଜମିସ୍ତ୍ରୀଙ୍କ ମୃତଦେହ ୨୪ ଘଣ୍ଟା ପରେ ଉଦ୍ଧାର ହୋଇଛି । କ୍ଷତିପୂରଣ ଦାବିରେ ଆଜି ମୃତକଙ୍କ ପରିବାର ଲୋକେ ପାଇଖାନା ମାଲିକଙ୍କ ଘର ଆଗରେ ଅଡ଼ି ବସିଥିଲେ । ସକାଳୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇନଥିଲା । ପରେ ପୁଲିସ୍ ଉପସ୍ଥିତିରେ ମାଲିକ ଜଗବନ୍ଧୁ ଗରଡ଼ା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଆଜି ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଆସନ୍ତା ୧୨ ଦିନ ମଧ୍ୟରେ ବଳକା ଦେଢ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।
ସୂଚନାଥାଉକି, ସୋମବାର ଟିକିରି ଥାନା ଅନ୍ତର୍ଗତ ପଞ୍ଚାଳି ଗାଁରେ ନୂଆ କରି ନିର୍ମାଣ ହୋଇଥିବା ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ରାଜମିସ୍ତ୍ରୀ ପ୍ରାଣ ହରାଇଥିଲେ ଓ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ମୃତକମାନେ ଥିଲେ ଶଙ୍କରଡ଼ା ପଞ୍ଚାୟତ ପଣସପଦର ଗାଁର ଗୋବିନ୍ଦ କୁମ୍ଭାର, ପଞ୍ଚାଳି ଗାଁର ସୀମା ମାଝୀ ଓ କଂସାରୀଗୁଡ଼ାର ରୁନା ମାଝୀ । ଗୁରୁତର ଅବସ୍ଥାରେ ପଞ୍ଚାଳି ଗାଁର ରାଜା ରାଓଙ୍କୁ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୋଟିଏପଟେ ଅନ୍ଧାର ହୋଇଯିବା ଏବଂ ଅନ୍ୟପଟେ ଟାଙ୍କି ଭିତରେ ଅକ୍ସିଜେନ୍ ଅଭାବରୁ ସୋମବାର ମୃତଦେହ ଉଦ୍ଧାର କରାଯାଇ ପାରିନଥିଲା । ଆଜି କାଶୀପୁର ତହସିଲଦାର ତଥା ମାଜିଷ୍ଟେ୍ରଟ୍ ଶରତ ଶବରଙ୍କ ସହ ଟିକିରି ଥାନା ଅଧିକାରୀ ବନ୍ଦନା ନାୟକ, ଏସ୍ଡିପିଓ ଦିବ୍ୟଜ୍ୟୋତି ଦାସ, ଶଙ୍କରଡ଼ା ସରପଞ୍ଚ ଅମିନ ମାଝୀ, ଜିପିଇଓ କୁମାର ସ୍ୱାମୀ ତୁରୁକଙ୍କ ଉପସ୍ଥିତିରେ ଅପରାହ୍ଣ ପ୍ରାୟ ୪ଟା ବେଳେ ମୃତଦେହ ଉଦ୍ଧାର କରାଯାଇଥିଲା । ରାୟଗଡ଼ାରୁ ଆସିଥିବା ସ୍ୱତନ୍ତ୍ର ଦଳ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ପ୍ରଶାସନ ପକ୍ଷରୁ ରେଡ୍କ୍ରସ୍ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିସହ ଶବଦାହ ପାଇଁ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଲେଖାଏଁ ଦିଆଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons