ପିକଅପ୍ ଓଲଟି ୨ ମୃତ ,୯ ଆହତ

Get real time updates directly on you device, subscribe now.

ବରଗଡ଼,(ବି.ବି.ଆପ୍ର): ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ କୁତପାଲି ଦୁଇମୁହାଣୀ ଆଇଟିଆଇ କଲେଜ ସମ୍ମୁଖରେ ଗୁରୁବାର ଅପରାହ୍ନ ସାଢେ ତିନିଟା ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୨ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୯ ଗୁରୁତର ଆହତ ହୋଇଛନ୍ତି ।
ଘଟଣାରୁ ପ୍ରକାଶ ଯେ ବରପାଲି ଥାନା କୁମ୍ଭାରୀ ଗ୍ରାମରୁ ବାହାଘର ପରେ କନ୍ୟା ବିଦାୟ ପାଇଁ ଭେଡେନ ଥାନା ଅନ୍ତର୍ଗତ ମାନପୁର ପଞ୍ଚାୟତର ଗଳିମା ଗ୍ରାମକୁ ଆସିଥିଲେ । ସେଠାରେ ଭୋଜି ଖାଇ ସାରିବା ପରେ ଏକ ବଲେରୋ ପିକଅପ୍ ଗାଡି (ଓଆର୍ ୧୭ ଆର୍ ୯୦୧୪)ରେ ପ୍ରାୟ ୩୦ ଜଣ କନ୍ୟା ଯାତ୍ରୀ କୁମ୍ଭାରୀ ନିଜ ଗ୍ରାମକୁ ଫେରୁଥିଲେ । ଆଇଟିଆଇ କଲେଜ ସମ୍ମୁଖରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ଯାଇ ରାସ୍ତା କଡରେ ପ୍ରାୟ ୨୦ ଫୁଟ ତଳେ ଥିବା ଗାତକୁ ଓଲଟି ପଡିଥିଲା । ଫଳରେ ଗାଡିରେ ବସିଥିବା ଦୁଇ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତୁ୍ୟ ହୋଇଯାଇଥିଲା । ମୃତକ ଦୁଇ ଜଣ ହେଲେ କୁମ୍ଭାରୀ ଗ୍ରାମର ଇଶ୍ୱର ବିଶି (୪୫) ଏବଂ ରଞ୍ଜିତ ସାହୁ (୪୨) । ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭେଡେନ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ଆହତମାନଙ୍କ ମଧ୍ୟରୁ ରାମଚନ୍ଦ୍ର ପ୍ରଧାନ (୪୫) ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ପଠାଯାଇଛି । ଅନ୍ୟ ଆହତ ଦଶରଥ ବିଶି(୪୦), ଜିତୁ ବିଶ୍ୱାଳ (୧୫) , ପଞ୍ଚାନନ ପ୍ରଧାନ (୫୩),କିଶୋର ପ୍ରଧାନ (୪୦), ଆଶିଷ ପ୍ରଧାନ (୧୪), ନିହାର ପ୍ରଧାନ (୧୨), ରାଜୀବ ପ୍ରଧାନ (୪୦) ଏବଂ ଧର୍ମେନ୍ଦ୍ର ଭୋଇ (୩୮) ଙ୍କୁ ଭେଡେନ ଠାରେ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଗାଡି ଡ୍ରାଇଭର ଧର୍ମେନ୍ଦ୍ର ଭୋଇ ଦୁର୍ଘଟଣା ପରେ ମାନସିକ ଭାରସାମ୍ୟ ହରାଇ ନିକଟ ସ୍ଥ ଏକ ଗଛରେ ଗାମୁଛା ଭିଡି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣାପଡ଼ିଛି । ଦୁର୍ଘଟଣା ଖବର ପାଇ ଭେଡେନ ଥାନା ଏସଆଇ ଦୟାନିଧି ପାତ୍ର, ଏଏସଆଇ ସୁନୀଲ୍ କୁମାର ଦାଶ ଅନ୍ୟ ଷ୍ଟାଫ ଏବଂ ସ୍ୱେଚ୍ଛାସେବୀ ଅନୁÂାନ ଅମୃତ କୁଟୁମର ସଦସ୍ୟ ମାନେ ଘଟଣସ୍ଥଳକୁ ପହଞ୍ଚି ମୃତ ଆହତ ଏବଂ ଡ୍ରାଇଭରଙ୍କୁ ଉଦ୍ଧାର କରି ଭେଡେନ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଅଭିଲାଷ ସାହୁ, ରାକେଶ କୁମାର ଚକ୍ର, ସରିତା ଲାକ୍ରା, ବିନୋଦ ଭୋଇ, ବୃନ୍ଦାବନ ମେହେର ପ୍ରମୁଖ ଆହତଙ୍କ ଚିକିତ୍ସା କରିଛନ୍ତି । ଏନେଇ ଭେଡେନ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons