ପୁରୀରେ ୫ଟି ସଚିବ : ଷ୍ଟାଡିୟମ୍ ନିର୍ମାଣ ଅଗ୍ରଗତି ସମୀକ୍ଷା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱ ଐତିହ୍ୟ ସହର ପରିକଳ୍ପନାରେ ଅନ୍ୟତମ ମୁଖ୍ୟ ଆକର୍ଷଣ ପେଣ୍ଠକଟାସ୍ଥିତ ଷ୍ଟାଡିୟମ ନିର୍ମାଣର ଅଗ୍ରଗତିକୁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ୍ । ୪୦ କୋଟିର ଏହି ପ୍ରକଳ୍ପ ଅଗ୍ରଗତିର ସବିଶେଷ ସମୀକ୍ଷା ବେଳେ ସେ କହିଛନ୍ତି ଏହି ପ୍ରକଳ୍ପରେ ବିଶ୍ୱସ୍ତରୀୟ ଖେଳକୁଦର ସୁବିଧା ରହିବ । ତେଣୁ ଏହାର ନିର୍ମାଣରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ । ଷ୍ଟାଡିୟମ ନିର୍ମାଣ ପୂର୍ବରୁ ପୁରୀରେ ଅନେକ ସମ୍ଭାବନା ରହିଥିବା କି୍ରକେଟ୍ ଓ କୁସ୍ତିର ବିକାଶ ପାଇଁ ଏଠାରେ ଦୁଇଟି ଏକାଡେମୀ ସ୍ଥାପନ କରିବାକୁ ପ୍ରଶାସନକୁ ସେ ନିଦେ୍ର୍ଧଶ ଦେଇଥିଲେ ।
ଏହି ଅବସରରେ ସେ ପୁରୀରେ କ୍ରୀଡ଼ା ସମ୍ଭାବନା ସମ୍ପର୍କରେ ବିଭାଗୀୟ ଅଫିସରଙ୍କ ସହ ଆଲୋଚନା କରିଥିଲେ । ପୁରୀର ଜାଗା ଆଖଡ଼ା ସଂସ୍କୃତିରେ କୁସ୍ତି ଭଳି ଅନେକ କ୍ରୀଡାକୁ ଗୁରୁତ୍ୱ ଦିଆଯାଉଛି । ପୁରୀ ଜାଗା ଆଖଡ଼ା ସମୂହ ଜରିଆରେ କୁସ୍ତି, ଭାରୋତ୍ତଳନ, ସୁନ୍ଦର ସ୍ୱାସ୍ଥ୍ୟ, ଯୋଗ, ଜିମ୍ନାଷ୍ଟିକ୍ସ, ବକ୍ସିଂ ଆଦି କ୍ରୀଡ଼ାର ବିକାଶ କରିବାକୁ ପ୍ରଶାସନିକ ସହଯୋଗ ଦେବାକୁ ଉପସ୍ଥିତ ଅଫିସରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଜାଗା ଆଖଡ଼ା ଜରିଆରେ କ୍ରୀଡ଼ା ପ୍ରତିଭାଙ୍କ ବିକାଶ କରିବା ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ । ପୁରୀ ଷ୍ଟାଡିୟମ ଏହି କ୍ଷେତ୍ରରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ପୁରୀରେ କି୍ରକେଟ ଏବଂ କୁସ୍ତିର ସର୍ବାଧିକ ସମ୍ଭାବନା ରହିଛି । ତେଣୁ ପୁରୀ କି୍ରକେଟ ଏକାଡେମୀ ଓ କୁସ୍ତି ଏକାଡେମୀ ସ୍ଥାପନ ଦ୍ୱାରା ସ୍ଥାନୀୟ କ୍ରୀଡ଼ା ପ୍ରତିଭା ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ରାସ୍ତା ଖୋଲିଯିବ ।
ଅବଢ଼ା ଯୋଜନାର ଅନ୍ୟତମ ଆକର୍ଷଣ ରହିଥିବା ପୁରୀ ବିଶ୍ୱ ଐତିହ୍ୟ ନଗରୀର ମାନ୍ୟତା ହାସଲରେ ପେଣ୍ଠକଟା ଷ୍ଟାଡିୟମ ଏକ ଅଂଶବିଶେଷ ରହିଛି । ଏହା ଏକ ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପେ୍ଲକ୍ସର ମାନ୍ୟତା ପାଇବ । ଷ୍ଟାଡିୟମ ପରିସରରେ କି୍ରକେଟ୍ ଅଭ୍ୟାସ ଷ୍ଟାଡିୟମ ରହିବ, ଏଠାରେ ରଣଜୀ ଟ୍ରଫି ଭଳି ପ୍ରଥମ ଶ୍ରେଣୀ କି୍ରକେଟ ଖେଳ ଆୟୋଜନର ସମସ୍ତ ଭିତ୍ତିଭୂମି ରହିବ । ଏହା ବ୍ୟତୀତ ୫୦ ମିଟର ବିଶିଷ୍ଟ ସୁଇମିଂ ପୁଲ୍, ବକ୍ସିଂ, କୁସ୍ତି, ଟେବୁଲ ଟେନିସ, ଜିମ୍ନାଷ୍ଟିକ ଭଳି କ୍ରୀଡ଼ା ଅଭ୍ୟାସ ଓ ପ୍ରଦର୍ଶନ ପାଇଁ ଏଠାରେ ଏକ କମ୍ପେ୍ଲକ୍ସ ନିର୍ମାଣ ଚାଲିଛି । ଏହା ବ୍ୟତୀତ ୧୦୦ କ୍ରୀଡ଼ାବିତ୍ ରହିବା ଭଳି ଏକ ସ୍ପୋର୍ଟସ୍ ହଷ୍ଟେଲ ସୁବିଧା ରହିଥିବାର ୫ଟି ସଚିବଙ୍କ ସମୀକ୍ଷା ବେଳେ ସୂଚନା ମିଳିଥିଲା ।
ଅବଢ଼ା ଯୋଜନାର ଏହି ପରିକଳ୍ପନାରେ ୪୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଦିଲ୍ଲୀର ୱାପକସ୍ ନାମକ ନିର୍ମାଣ ସଂସ୍ଥା ଏହି ଷ୍ଟାଡିୟମ ନିର୍ମାଣ ଦାୟିତ୍ୱ ନେଇଛି । ସମୀକ୍ଷା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ସଚିବ ଆର ଭିନିଲ କ୍ରିଷ୍ଣା, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ବିଭାଗୀୟ ଅଧିକାରୀ ତଥା ନିର୍ମାଣକାରୀ ସଂସ୍ଥାର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons