ପୁଲିସ୍ ପଞ୍ଝାରେ ୩ କୁଖ୍ୟାତ ଅପରାଧୀ

Get real time updates directly on you device, subscribe now.

ରାଉରକେଲା,(ବି.ବି.ବୁ୍ୟରୋ): ଗଞ୍ଜେଇ ବିକ୍ରି କରି ଝାଡଖଣ୍ଡରୁ ଆଣୁଥିଲେ ପିସ୍ତଲ ଓ ଗୁଳି । ଶିଳ୍ପପତି ଓ ବ୍ୟବସାୟୀମାନଙ୍କୁ ଟାର୍ଗେଟ୍ କରି ଧମକଚମକ ଦେଇ ସେମାନଙ୍କ ଠାରୁ ଆଦାୟ କରୁଥିଲେ ଦାଦାବଟି । ରଘୁନାଥ ପାଲି ପୁଲିସ ହାତରେ ଧରାପଡ଼ିଥିବା ତିନି ଅପରାଧୀ ହେଲେ ସେକ୍ଟର-୨ ଅଞ୍ଚଳର ବସ୍ତିଆ ମହାନ୍ତି ଓରଫ ବଣ୍ଟି (୨୨), ସେକ୍ଟର-୧୯ ଥାନା ଅଞ୍ଚଳର ଯାଜ୍ଞାଶିଷ ସ୍ୱାଇଁ ଓରଫ ରୋନି (୨୭) ଓ ସିଭିଲ ଟାଉନସିପ୍ କ୍ୱାର୍ଟର୍ସ ନମ୍ବର-ୟୁ୩/୯ରେ ରହୁଥିବା ଅମିତ କୁମାର ସାହୁ (୩୨) । ଏମାନଙ୍କ ଠାରୁ ୩ଟି ୭ ଏମ୍ଏମ୍ ପିସ୍ତଲ, ୫୪ ରାଉଣ୍ଡ ଅଫୁଟା ଗୁଳି, ହାତ ତିଆରି ସୁତୁଲି ବୋମା, କାର, ବାଇକ୍ ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ ।
ସୋମବାର ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ମୁକେଶ କୁମାର ଭାମୋ ସୂଚନା ଦେଇଥିଲେ ଯେ, ରବିବାର ସକାଳ ପ୍ରାୟ ୧୧ଟା ସମୟରେ ରଘୁନାଥପାଲି ଥାନା ଅଞ୍ଚଳରେ ଥିବା ନୂଆ ଟ୍ରକ୍ ଟର୍ମିନାଲ ନିକଟରେ ପୁଲିସ୍ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା । ସେହି ସମୟରେ ବଣ୍ଟି ଓ ରୋନି ଏକ ନାଲି ରଙ୍ଗର ବାଇକ୍ (ଓଡି୧୪ଭି ୭୫୮୫) ରେ ଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇ ଥିଲା । ମାତ୍ର ସେମାନେ ନରହି ପଳାଇ ଯାଉଥିବା ବେଳେ ପୁଲିସ୍ ସେମାନଙ୍କ ପିଛା କରି ଧରିଥିଲା । ପୁଲିସ୍ ଉଭୟଙ୍କୁ ଯାଞ୍ଚ କରିବା ପରେ ଉଭୟଙ୍କ ପାଖରୁ ଦୁଇଟି ପିସ୍ତଲ ଓ ଗୁଳି ମିଳିଥିଲା । ସେମାନଙ୍କୁ ଥାନାକୁ ଆଣାଯାଇ ପୁଲିସ୍ ପଚରାଉଚରା ଆରମ୍ଭ କରିଥିଲା । ସେହି ଦୁଇ ଜଣଙ୍କ ତଥ୍ୟକୁ ଆଧାର କରି ପୁଲିସ୍ ଜଲଦା ‘ଏ’ ବ୍ଲକ ମୁଣ୍ଡା ବସ୍ତିରେ ଥିବା ଏକ କ୍ରସର ନିକଟରୁ ସେମାନଙ୍କ ସହଯୋଗୀ ଅମିତକୁ ଧରିଥିଲା । ତା’ଠାରୁ ଗୋଟିଏ ପିସ୍ତଲ, ଗୁଳି ଓ ବୋମା ଜବତ ହୋଇଥିଲା । ଏସ୍ପିଙ୍କ ସୂଚନା ଅନୁସାରେ ବଣ୍ଟି ପାଖରୁ ପୁଲିସ୍ ୭ ଏମଏମ୍ ଦେଶୀ ପିସ୍ତଲ, ମାଗାଜିନ୍ରେ ଭର୍ତ୍ତି ଥିବା ୬ ରାଉଣ୍ଡ ଅଫୁଟା ଗୁଳି, ଏସ୍ଏଲ୍ଆରରେ ବ୍ୟବହୃତ ହେଉଥିବା ୧୦ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି । ସେହିପରି ରୋନି ପାଖରୁ ୭ ଏମଏମ୍ ଦେଶୀ ପିସ୍ତଲ, ମାଗାଜିନ୍ରେ ଭର୍ତ୍ତି ଥିବା ୬ ରାଉଣ୍ଡ ଅଫୁଟା ଗୁଳି, ଏସ୍ଏଲ୍ଆରରେ ବ୍ୟବହୃତ ହେଉଥିବା ୧୦ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି ଏବଂ ଅମିତ ପାଖରୁ ୭ ଏମଏମ୍ ଦେଶୀ ପିସ୍ତଲ, ମାଗାଜିନ୍ରେ ଭର୍ତ୍ତି ଥିବା ୮ ରାଉଣ୍ଡ ଅଫୁଟା ଗୁଳି, ଏସ୍ଏଲ୍ଆରରେ ବ୍ୟବହୃତ ହେଉଥିବା ୧୫ ରାଉଣ୍ଡ ଅଫୁଟା ଗୁଳି ଏବଂ ଏକ କାର (ଓଡି୧୪ଇ ୦୯୯୯)କୁ ଜବତ କରାଯାଇଛି । ବଣ୍ଟି ନାମରେ ସେକ୍ଟର-୩ ଥାନାରେ ୫ଟି ମାମଲା ଥିବା ବେଳେ ବିଶ୍ରା ଥାନାରେ ଆର୍ମ୍ସ ଆକ୍ଟରେ ଗୋଟିଏ ମାମଲା ରହିଛି । ଅମିତ ନାମରେ ଉଦିତନଗର ଥାନାରେ ଗୋଟିଏ ଠକେଇ ମାମଲା ରହିଛି । ଏସ୍ପି ଆହୁରି ସୂଚନା ଦେଇଛନ୍ତି ଯେ, ଧରାପଡ଼ିଥିବା ଗିରଫ ଅଭିଯୁକ୍ତମାନେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଗଞ୍ଜେଇ ଆଣି ଝାଡ଼ଖଣ୍ଡରେ ବିକ୍ରି କରିଥାନ୍ତି ।
ସେଥିରୁ ଯାହା ଟଙ୍କା ମିଳେ ସେଥିରେ ପିସ୍ତଲ ସମେତ ବିଭିନ୍ନ ମାରଣାସ୍ତ୍ର କିଣିଥାନ୍ତି । ବିଶେଷ କରି ସିଭିଲ ଟାଉନସିପ୍ ଅଞ୍ଚଳରେ ରହୁଥିବା ଶିଳ୍ପପତି ଓ ପ୍ରତିÂିତ ବ୍ୟବସାୟୀମାନଙ୍କୁ ଏମାନେ ଟାର୍ଗେଟ କରିବା ସହ ଧମକଚମକ ଦେଇ ଦାଦାବଟି ଆଦାୟ କରି ଆସୁଥିଲେ । ଏମିତିକି କିଛି ବ୍ୟବସାୟୀ ଭୟରେ ସେମାନଙ୍କୁ ଟଙ୍କା ଦେଇଥିବା ପୁଲିସ୍ର ତଦନ୍ତରୁ ଜଣାପଡ଼ିଛି । ଝାଡଖଣ୍ଡ ରାଜ୍ୟରେ ରହୁଥିବା ଅର୍ଜୁନ ରାଣା ଏମାନଙ୍କ ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ସବୁ ପ୍ରକାର ସହଯୋଗ କରିଥାଏ । ସିଭିଲ ଟାଉନସିପ୍ରେ କେଉଁ ଶିଳ୍ପପତି ଓ ପ୍ରତିÂିତ ବ୍ୟବସାୟୀ ଅଛନ୍ତି ସେମାନଙ୍କର ସମସ୍ତ ତଥ୍ୟ ଅମିତ ଯୋଗାଡ଼ କରିବା ପରେ ଏହି ଅପରାଧୀମାନେ ନିଜର ମିଶନ ଆରମ୍ଭ କରିଥାନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କୁ ଧରିବା ଲାଗି ପୁଲିସ୍ ଟିମ୍ ତଦନ୍ତ ଜାରି ରଖିଥିବା ବେଳେ ଆବଶ୍ୟକ ପଡ଼ିଲେ ତିନି ଅପରାଧୀଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍ପି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons