ପୁଲିସ ଗୁଳିରେ ଦୁର୍ଦ୍ଧାନ୍ତ ରାକା ଆହତ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଦଶହରାର ଅନ୍ତିମ ଦିନ ଅର୍ଥାତ୍ ଭସାଣି ଦିନ ସକାଳେ କଟକରେ ହୋଇଛି ଏନ୍କାଉଣ୍ଟର୍ । ପୁଲିସ ଗୁଳିରେ ଆହତ ହୋଇଛି ଜଗତସିଂହପୁର ବାଲିକୁଦା ଅଳାଭରର ଦୁର୍ଦ୍ଧାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ । ତା’ ଜଂଘ ତଳକୁ ଲାଗିଛି ଦୁଇଟି ଗୁଳି । ଆହତ ଅବସ୍ଥାରେ ରାକାକୁ ଏସ୍ସିବି କାଜୁଆଲ୍ଟିରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ-ଅଥଙ୍ଗା ନଦୀ ବନ୍ଧ ରାସ୍ତାରେ ।
ଏନ୍କାଉଣ୍ଟର୍ ବେଳେ କନ୍ଦରପୁର ଥାନା ଅଧିକାରୀ ଓ ଜଣେ ପୁଲିସ ଏସ୍ଆଇ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ରାକା ନିକଟରୁ ଗୋଟିଏ ଦେଶୀ ମାଉଜର, ତିନି ରାଉଣ୍ଡ ଗୁଳି ଓ ଗୋଟିଏ ଆପାଚି ବାଇକ୍ ଜବତ ହୋଇଛି ।
ଆଜି ସକାଳ ସାଢେ଼ ୬ଟା ବେଳେ ଖବର ମିଳିଥିଲା କି, ରାକା କଟକରୁ ଏକ ବାଇକ୍ରେ ଜଗତସିଂହପୁର ଫେରୁଛି । ତୁରନ୍ତ କନ୍ଦରପୁର ଥାନା ଅଧିକାରୀ ବିପିନ ହୋତା ପୁଲିସ ଟିମ୍ ସହିତ ପରମହଂସ-ଅଥଙ୍ଗା ନଦୀବନ୍ଧକୁ ଯାଇଥିଲେ । ପୁଲିସ ଟିମ୍ ରାକାକୁ ଦେଖି ଆତ୍ମସମର୍ପଣ କରିବା ପାଇଁ କହିଥିଲେ । ମାତ୍ର ରାକା ସେଠାରୁ ଖସିଯିବା ପାଇଁ ଉଦ୍ୟମ କରି ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଏଭଳି ସ୍ଥିତିରେ ପୁଲିସ ବାଧ୍ୟ ହୋଇ ରାକା ଉପରକୁ ଗୁଳି ଚଳାଇଥିଲା । ପୁଲିସ ଚଳାଇଥିବା ଦୁଇ ରାଉଣ୍ଡ ଗୁଳି ରାକାର ଜଂଘ ତଳକୁ ବାଜିଥିଲା । ରାକା ତଳେ ପଡ଼ିଯାଇଥିଲା । ପୁଲିସ ଟିମ୍ ତୁରନ୍ତ ରାକାକୁ କାବୁ କରି ନେଇ ଥାନା ଗାଡ଼ିରେ ଏସ୍ସିବି କାଜୁଆଲ୍ଟିକୁ ସ୍ଥାନାନ୍ତର କରିଥିଲେ । ଏନ୍କାଉଣ୍ଟର୍ ବେଳେ ଥାନା ଅଧିକାରୀ ଓ ଜଣେ ଏସ୍ଆଇ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons