ପୁଲିସ ହାତରେ ବାଇକ୍ ଲୁଟେରା ଗ୍ୟାଙ୍ଗ୍

Get real time updates directly on you device, subscribe now.

କଟକ,(ବି.ବି.ଆ.ପ୍ର.): ଚାକିରି ହେଉଛି ସୁରକ୍ଷାକର୍ମୀ, କାମରେ କିନ୍ତୁ ଚୋରଙ୍କ ସର୍ଦ୍ଧାର । ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ପାଇ, ୟୁନିଫର୍ମ ପିନ୍ଧି ନିଧଡ଼କ ଭାବେ ଏସ୍ସିବି କ୍ୟାମ୍ପସରୁ ଗାଡ଼ି ଉଠାଉଥିଲା । ଗଲା ଦୁଇ ବର୍ଷ ଧରି ବାଇକ୍ ଚୋରି ପରେ ଶେଷରେ ପୁଲିସ ହାତରେ ପଡ଼ିଛି ଏହି ଗ୍ୟାଙ୍ଗ ଓ ଏହାର ସର୍ଦ୍ଧାର ।
ଗ୍ୟାଙ୍ଗ୍ ଲିଡର୍ ତଥା ଏସ୍ସିବିର ପୂର୍ବତନ ସୁରକ୍ଷାକର୍ମୀ ଭଦ୍ରକ ଅଞ୍ଚଳର ଚଗଲୁ ଓରଫ ପ୍ରତାପ ସାମଲ(୨୭)କୁ ପୁଲିସ ଗିରଫ କରିଛି । ତା’ ସହ ଗ୍ୟାଙ୍ଗ୍ର ଅନ୍ୟ ଦୁଇ ସଦସ୍ୟ କେନ୍ଦ୍ରାପଡ଼ା ପାଟକୁରାର ପିଣ୍ଟୁ ଓରଫ ସୌରଭ ସ୍ୱାଇଁ(୧୯) ଓ ଖୋର୍ଦ୍ଧା ବେଣିପୁରର ବାଗ୍ମୀବଲ୍ଲଭ ଜେନା(୧୯)କୁ ମଧ୍ୟ ପୁଲିସ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କଠାରୁ ଗୋଟିଏ ଅଟୋ ଓ ୮ଟି ଚୋରା ବାଇକ୍ ଜବତ ହୋଇଛି । ଗ୍ୟାଙ୍ଗର ତିନି ଜଣ ଏବେ ବି ଫେରାର ଅଛନ୍ତି ।
ଗତ ସପ୍ତାହରେ ଏସ୍ସିବି କ୍ୟାମ୍ପସରୁ ପ୍ରାୟ ୪ଟି ବାଇକ୍ ଚୋରି ହୋଇଥିଲା । ତିନି ଦିନରେ ୪ଟି ବାଇକ୍ କ୍ୟାମ୍ପସ ଭିତରୁ ଚୋରି ହେବା ପରେ ପୁଲିସର କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଫଳରେ ଏକ ସ୍ୱତନ୍ତ୍ର ଟିମ୍ ଏସ୍ସିବି ଉପରେ ୨୪ ଘଣ୍ଟିଆ ନଜର ରଖିଲା । ବୁଧବାର ପୁଲିସର ଏକ ଟିମ୍ କ୍ୟାମ୍ପସର ମୁଖ୍ୟ ଗେଟ୍ ପାଖରେ ଗାଡ଼ି ଯାଞ୍ଚ୍ କଲା ବେଳେ ହଠାତ୍ ଦୁଇଟି ବାଇକ୍ରେ ୬ ଜଣ ଯୁବକ ଭିତରକୁ ପଶିଥିଲେ । ବାଇକ୍ ଦୁଇଟିର ନମ୍ବର ପ୍ଲେଟ୍ ନଥିବାରୁ ପୁଲିସ ଅଧିକ ସନେ୍ଦହ ହେଲା । ତେଣୁ ପୁଲିସ ଗାଡ଼ି ଦୁଇଟିକୁ ଅଟକାଇ ଯାଞ୍ଚ କଲା ବେଳେ ଗାଡ଼ି ଛାଡ଼ି ୩ ଜଣ ଯୁବକ ଫେରାର୍ ହୋଇଗଲେ । ମାତ୍ର ୨ ଗାଡ଼ି ସହ ଅନ୍ୟ ତିନି ଜଣଙ୍କୁ ପୁଲିସ ଧରିବାରେ ସଫଳ ହେଲା । ତିନି ଯୁବକଙ୍କ ମଧ୍ୟରୁ ଜଣେ ସୁରକ୍ଷା କର୍ମୀର ୟୁନିଫର୍ମରେ ଥିଲା ।
ତିନି ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିବାରୁ ସେମାନେ ବାଇକ୍ ଲୁଟେରା ବୋଲି ସ୍ପଷ୍ଟ ହେଲା । ସୁରକ୍ଷା କର୍ମୀର ୟୁନିଫର୍ମରେ ଥିବା ଯୁବକ ଜଣକ ପୂର୍ବରୁ ଅନେକ ଦିନ ଏସ୍ସିବିରେ ସୁରକ୍ଷାକର୍ମୀ ଭାବେ ଡୁ୍ୟଟି କରୁଥିଲା । ନିଜ ଭିଣୋଇ, ଅନ୍ୟ ତିନି ଜଣ ସାଙ୍ଗ ଓ ଜଣେ ତାଲା ଚାବି ଖୋଲୁଥିବା ମିସ୍ତ୍ରୀକୁ ନେଇ ଏକ ଗ୍ୟାଙ୍ଗ ଗଢ଼ି ବେଶ୍ ପେସାଦାର ଢଙ୍ଗରେ ଚୋରି କରୁଥିଲା ।
ତେବେ ଗତ ୪ରୁ ୫ ମାସ ହେବ ଗ୍ୟାଙ୍ଗ୍କୁ ବଢ଼ାଇବା ଲକ୍ଷ୍ୟରେ ଚଗ୍ଲୁ ଏସ୍ସିବିରୁ ଚାକିରି ଛାଡ଼ି ଭୁବନେଶ୍ୱରରେ ଏକ ସଂସ୍ଥାରେ ସିକୁ୍ୟରିଟି ଗାଡର଼୍ ଥିଲା । ଭୁବନେଶ୍ୱରରେ କାମ କରୁଥିଲେ ମଧ୍ୟ ସେ ୟୁନିଫର୍ମରେ ଏସ୍ସିବି ଆସି ଗାଡ଼ି ଚୋରି କରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons