ପୋଖରୀରୁ ମିଳିଲା ବୃନ୍ଦାବନଙ୍କ ମୃତଦେହ

Get real time updates directly on you device, subscribe now.

କୋଣାର୍କ : ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଗୋପ ଥାନା ଗଣେଶ୍ୱର ପଞ୍ଚାୟତ ଲୁଣହାର ଗାଁର ପୋଖରୀରୁ ମୃତଦେହ ଠାବ ହୋଇଛି । ମୃତକ ବୃନ୍ଦାବନ ନାଥ ବୋଲି ଜଣାପଡିଛି । ତାଙ୍କର ଘର ଗଣେଶ୍ୱରପୁର ପଞ୍ଚାୟତ ନାଥ ସାହି ଗାଁରେ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।
ଖବର ଅନୁଯାୟୀ, ନାଥସାହି ଗାଁର ମୃତ ବୃନ୍ଦାବନ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ପ୍ରତି ଦିନ କାମ କରି ଘରକୁ ଫେରନ୍ତି ବୃନ୍ଦାବନ । କିନ୍ତୁ ବୁଧବାର ଦିନ କାମ ସାରି ଆଉ ଘରକୁ ଫେରିନଥିଲେ । ଘର ଲୋକେ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା ।ଶେଷରେ ଆଜି ସକାଳ ସମୟରେ ଲୁଣହାର ଗାଁର ଏକ ପୋଖରୀରେ ମୃତଦେହ ଭାସୁଥିବାର ଦେଖିଥିଲେ ସ୍ଥାନୀୟଲୋକ । ପୋଖରୀରେ ଗୋଡ଼ ଖସିଯିବାରୁ ବୁଡ଼ିଯାଇ ମୃତ୍ୟୁ ବରଣ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି କ୍ଷ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons