ପୋଲିସ ଗୁଳିରେ ୨ ଅପରାଧୀ ଗୁରୁତର

Get real time updates directly on you device, subscribe now.

ରାଉରକେଲା : ରାଉରକେଲା ବିଶ୍ରା ଛକ ନିକଟରେ ପୋଲିସର ଏନ୍‌କାଉଣ୍ଟର । ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର । ଏହି ଏନ୍‌କାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନ୍‌କାଉଣ୍ଟରରେ ଗୁରୁତର ହୋଇଥିବା ୨ ଅପରାଧୀ ହେଉଛନ୍ତି- ମୁସତାକ ଆଲମ, ଏମ୍‌ଡି ଗୁଡୁ ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାଉରକେଲା ବିଶ୍ରା ଛକ ନିକଟରେ ୨ଜଣ ଅପରାଧୀଙ୍କୁ ଘେରିଯାଇଥିଲେ ପୋଲିସ । କିନ୍ତୁ ପୋଲିସ ଘେରିବା ଦେଖି ଆକ୍ରମଣ କରିବାକୁ ଲାଗିଥିଲେ । ଏହାର ଦୃଢ ଜବାବ ଦେଇଥିଲା ପୋଲିସ । କିଛି ସମୟ ଧରି ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଥିଲେ । ଶେଷରେ ପୋଲିସ ଗୁଳିରେ ୨ ଅପରାଧୀ ମୁସତାକ ଆଲମ ଓ ଏମ୍‌ଡି ଗୁଡୁ ଗୁରୁତର ହୋଇଛନ୍ତି । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ପ୍ଲାଣ୍ଟ ସାଇଡ ଥାନା ରେଲୱେ କଲୋନୀ ରିମଝିମ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ଏହି ୨ ଅପରାଧୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons