ପୋଖରୀରୁ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

Get real time updates directly on you device, subscribe now.

ମାଲକାନଗିରି,(ସତ୍ୟ ପ୍ରକାଶ ସାମଲଙ୍କଠାରୁ): ମାଲକାନଗିରି ଥାନା ତଣ୍ଡାପାଲି ଏମ୍ଭି୧୫ ନମ୍ୱର ରାସ୍ତାକଡ଼ରେ ଥିବା ଏକ ଛୋଟ ପୋଖରୀରୁ ଜଣେ ଅଚିହ୍ନା ଯୁବକଙ୍କ ଶବ ପୁଲିସ୍ ଉଦ୍ଧାର କରିଛି । ପୋଖରୀରେ ଶବ ଭାସୁଥିବା ଆଜି ସକାଳେ ଦେଖିବା ପରେ ସ୍ଥାନୀୟ ଗ୍ରାମବାସୀ ମାଲକାନଗିରି ଆଦର୍ଶ ଥାନା ପୁଲିସ୍କୁ ଜଣାଇଥିଲେ । ଆଇଆଇସି ରାମପ୍ରସାଦ ନାଗ ଅଗ୍ନିଶମ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲା ହସ୍ପିଟାଲ୍କୁ ପଠାଯାଇଛି । ଏନେଇ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତ ଯୁବକଙ୍କ ପରିଚୟ ଜାଣିବା ପାଇଁ ପୁଲିସ୍ ଅନୁସନ୍ଧାନ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons