ପୋଖରୀରେ ବୁଡ଼ି ନାବାଳକ ମୃତ

Get real time updates directly on you device, subscribe now.

ଦଶରଥପୁର,(ବି.ବି.ନୁ୍ୟଜ): ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ୍ ନିଜାମପୁର ପଞ୍ଚାୟତ ଆମ୍ୱଖିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀ ହୁଡ଼ାକ ଶୌଚ ହେବାକୁ ଯାଇ ଜଣେ ୧୨ ବର୍ଷର ନାବାଳକର ମୃତୁ୍ୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଆମ୍ବଖିଆ ଗ୍ରାମର ସୁଦର୍ଶନ ଜେନାଙ୍କୁ ପୁଅ ତଥା ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟର ୭ମ ଶ୍ରେଣୀରେ ପଢ଼ୁଥିବା ମୃତ୍ୟୁଞ୍ଜୟ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଘର ପଛପଟେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତୁ୍ୟଞ୍ଜୟ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ମୃତୁ୍ୟଞ୍ଜୟ ସଂପର୍କରେ କୌଣସି ସୂଚନା ମିଳିନଥିଲା । ପୋଖରୀ ହୁଡ଼ାରେ ମୃତୁ୍ୟଞ୍ଜୟକୁ ଦେଖିଥିବା ତାର ସାଙ୍ଗ କହିବାରୁ ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରିଥିଲେ । କିଛି ସମୟ ଖୋଜାଖୋଜି ପରେ ମୃତୁ୍ୟଞ୍ଜୟଙ୍କୁ ପୋଖରୀ ପାଣିରୁ ଉଦ୍ଧାର କରି ମଙ୍ଗଳପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜଣାପଡ଼ିବା ପରେ ଆମ୍ୱଖିଆ ଗ୍ରାମ ସମେତ ସମଗ୍ର ନିଜାମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ମଙ୍ଗଳପୁର ପୁଲିସ୍ ଏକ ଅପମୃତୁ୍ୟ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons