ପୋଲିଂ ପାର୍ଟିଙ୍କୁ ଅଟକ ରଖିଲେ ଲୋକେ

Get real time updates directly on you device, subscribe now.

ଦେବଗଡ: ଦେବଗଡ ପୌର ପରିଷଦ ନିର୍ବାଚନ ଗୁରୁବାର ଶେଷ ହେବା ପରେ ୧୦ ନମ୍ବର ୱାର୍ଡର ବୁଥ୍ ମଧ୍ୟରେ ଜଣେ ବାହାର ବ୍ୟକ୍ତିଙ୍କ ଉପସ୍ଥିତିକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ପୋଲିଂ ପାର୍ଟିକୁ ବାହାରୁ ତାଲା ବନ୍ଦ କରି ଅଟକ ରଖିଥିଲେ ।
୧୦ ନମ୍ବର ୱାର୍ଡ ୧୮ ନମ୍ବର ବୁଥରେ ଭୋଟ ଗ୍ରହଣ ଶେଷ ହେବା ପରେ ପୋଲିଂ କର୍ମଚାରୀ ମାନେ ଭିତରୁ କବାଟ ବନ୍ଦ କରି ଦେଇଥିଲେ । ଏହି ସମୟରେ ପୋଲିଂ କର୍ମଚାରୀ ଓ ଦଳୀୟ ଏଜେଣ୍ଟଙ୍କ ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଭୋଟଗ୍ରହଣ କେନ୍ଦ୍ରରେ ଉପସ୍ଥିତ ରହିଥିଲେ । ଏହାକୁ ନେଇ ଭୋଟ ଗ୍ରହଣ କେନ୍ଦ୍ର ବାହାରେ ରହିଥିବା ବିଭିନ୍ନ ଦଳର ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons