ଫୁଲବାଣୀରେ ମନୀଷ ହତ୍ୟା ଘଟଣା ଚେର :ଦୁଇ ସାଙ୍ଗଙ୍କ ଆତ୍ମସମର୍ପଣ, ଭୁବନେଶ୍ୱର ନେଲା ଇନଫୋସିଟି ପୁଲିସ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ): ବରିÂ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନୀଷ ଅନୁରାଗ ମୃତୁ୍ୟ ଘଟଣାର ଖିଅ ଫୁଲବାଣୀ ସହରରେ ଛାନ୍ଭିନ୍ କରୁଛି ଭୁବନେଶ୍ୱର ପୁଲିସ । ମନୀଷଙ୍କ ମୃତୁ୍ୟ ପର୍ଯ୍ୟନ୍ତ ସାଥିରେ ଥିବା ୨ ଜଣ ସାଙ୍ଗ ଆଜି ଫୁଲବାଣୀ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇଜଣ ସାଙ୍ଗ ହେଲେ ଦୀନେଶ ମହାପାତ୍ର ଓ ମୃତୁ୍ୟଞ୍ଜୟ ମିଶ୍ର । ଏହାସହିତ ଗତକାଲିଠାରୁ ଆଉ ଜଣେ ଯୁବକ ହିମାଂଶୁ ବେହେରାଙ୍କୁ ପୁଲିସ ହେପାଜତକୁ ନେଇଥିଲା । ଏହି ତିନି ଜଣ ପୁଲିସ ସ୍କାନରରେ ଥିଲେ । ସମସ୍ତଙ୍କୁ ଭୁବନେଶ୍ୱର କମିଶନରେଟ୍ ପୁଲିସ ଅଧିକ ତଥ୍ୟ ଓଗାଳିବାକୁ ଆଜି ଭୁବନେଶ୍ୱର ନେଇଛି ।
ଗତ ରବିବାର ପାତ୍ରପଡ଼ା ପୋଖରୀରୁ ମନୀଷ ଅନୁୂରାଗଙ୍କ ଶବ ଉଦ୍ଧାର ହେବା ପରେ ପୁଲିସ ତଦନ୍ତକୁ ଜୋରଦାର କରିଛି । ବିଶେଷକରି ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତୁ୍ୟ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଜଣାପଡ଼ିବା ପରେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ତେବେ ଭୁବନେଶ୍ୱରର ଏହି ହାଇ ପ୍ରୋଫାଇଲ୍ ମୃତୁ୍ୟ ଘଟଣାର ଚେର ଫୁଲବାଣୀରୁ ମିଳିବା ପରେ ଗତକାଲିଠାରୁ ଭୁବନେଶ୍ୱର ପୁଲିସ୍ ଡେରା ପକାଇଛି । ଆଜି ଫୁଲବାଣୀରୁ ତିନି ଜଣ ଯୁବକଙ୍କୁ ପଚାରଉଚରା ପାଇଁ ଭୁବନେଶ୍ୱର ନେଇଛି । ସୋମବାର ରାତିରେ ତମାଣ୍ଡୋ ଥାନାର ଏକ ତଦନ୍ତକାରୀ ଟିମ୍ ଫୁଲବାଣୀରେ ପହଞ୍ଚି ହିମାଂଶୁ ବେହେରା ନାମକ ଜଣେ ସାମ୍ବାଦିକଙ୍କୁ ଘରୁ ଉଠାଇ ନେଇଥିଲେ । ଫୁଲବାଣୀ ଟାଉନ ଥାନାରେ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ଏଥିରେ ସଂପୃକ୍ତ ବୋଲି କୁହାଯାଉଥିବା ଅନ୍ୟ ଦୁଇଜଣ ଯୁବକ ଦୀନେଶ ମହାପାତ୍ର ଓ ମୃତୁ୍ୟଞ୍ଜୟ ମିଶ୍ର ବୁଧବାର ଟାଉନ ଥାନାରେ ଆତ୍ମସମର୍ପଣ କରିଥିବା ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱର ଇନଫୋସିଟି ଥାନା ସବ୍ଇ୍ସପେକ୍ଟର ପ୍ରମୋଦ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏଏସ୍ଆଇ କେଦାରନାଥ ବିଶ୍ୱାଳଙ୍କ ସହ ୫ ଜଣିଆ ଟିମ୍ ଏଠାରେ ପହଞ୍ଚି ସେମାନଙ୍କୁ ପଚରାଉଚୁରା କରିଥିଲେ । ପରେ ସେମାନଙ୍କୁ ଭୁବନେଶ୍ୱର ନେଇଥିବା ଜଣାପଡିଛି । ତଦନ୍ତକାରୀ ଅଧିକାରୀ ପ୍ରମୋଦ କୁମାର ମହାନ୍ତି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର ସ୍ପଷ୍ଟ ଚିତ୍ର ମିଳିନାହିଁ । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି । ଏହି ତିନି ଜଣଙ୍କୁ ଜେରା କରିବା ପରେ ମନୀଷଙ୍କ ମୃତୁ୍ୟ ରହସ୍ୟ ପର୍ଦ୍ଧାଫାସ ହେବା ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons