ବନ୍ଦ ଘରୁ ମା’, ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗରରେ ଘଟିଛି ହୃଦୟ ବିଦାରକ ଘଟଣା । ଏକ କୋଠରୀରୁ ମା’ ଏବଂ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ମୃତ ମହିଳା ଜଣକ ସୋନୀ ପୋଦାର(୩୦), ତାଙ୍କ ବଡ଼ ଝିଅ ରାଧିକା(୫) ଏବଂ ସାନ ଝିଅ ମୁସ୍କାନ(୩) ବୋଲି ଜଣାପଡିଛି । ଅନ୍ୟପଟେ ଏହି ଘଟଣା ପରେ ସୋନୀଙ୍କ ସ୍ୱାମୀ ନାରାୟଣ ପୋଦାର(୩୫) ଫେରାର ଥିବା ବେଳେ ଦିଅର କଳାକାହ୍ନୁ ପୋଦାର(୩୩)କୁ ପୁଲିସ ଅଟକ ରଖି ପଚାରାଉଚୁରା କରୁଛି । ଘଟଣାସ୍ଥଳକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେଶବ ଚନ୍ଦ୍ର ବେହେରା, ବ୍ରଜରାଜନଗର ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ, ପୁଲିସ ଦଳ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମହିଳା ଏବଂ ତାଙ୍କ ଦୁଇ ଛୁଆଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ସୋନୀଙ୍କ ବେକରେ ନଖ ଚିହ୍ନ ଥିବା ବେଳେ ସାନ ଝିଅ ମୁସ୍କାନଙ୍କ ମୁହଁରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି ।
ସୂଚନାନୁସାରେ, ଆଜି ଭୋର୍ ସମୟରେ ସୋନୀ ରହୁଥିବା ଘରର କବାଟ ବନ୍ଦ ରହିଥିବା ବେଳେ କ୍ଷୀରବାଲା ବହୁ ସମୟ ଧରି କବାଟ ବାଡେଇ ସେଠାରୁ ଚାଲି ଯାଇଥିଲା । ସକାଳ ୮ ଯାଏ ସୋନୀ କବାଟ ନ ଖୋଲିବାରୁ ପଡ଼ିଶା ଲୋକେ କବାଟ ବାଡେ଼ଇ ଥିଲେ । ଏହା ସତ୍ତେ୍ୱ ଘର ଭିତରୁ କୌଣସି ଶବ୍ଦ ନ ଆସିବାରୁ ଘର ମାଲିକ ଅତୁ୍ୟତାନନ୍ଦ ସୁରିଆ ଆସି ଘର କବାଟ ଖୋଲୁ ନ ଥିବା ଦେଖି ଥାନାକୁ ଫୋନ୍ କରିଥିଲେ । ବ୍ରଜରଜନଗର ପୁଲିସ ପହଞ୍ଚି କବାଟ ଖୋଲି ଭିତରକୁ ଯିବାରୁ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା । ସୋନୀ ସହିତ ଦୁଇ ଛୁଆଙ୍କ ମୃତଦେହ ଘର ଭିତରେ ପଡ଼ି ରହିଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ସମସ୍ତଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା ପୁଲିସ୍ ସନେ୍ଦହ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡରେ ସୋନୀଙ୍କ ସ୍ୱାମୀ ଓ ଦିଅରକୁ ପୁଲିସ ସନେ୍ଦହ ଘେରରେ ରଖିଛି । ଭୋର୍ରୁ ସୋନୀର ସ୍ୱାମୀ କୁଆଡେ଼ ଫେରାର ହୋଇଯାଇଥିବା ବେଳେ ଦିଅରକୁ ପୁଲିସ ଅଟକ ରଖିଛି । ଅନ୍ୟପଟେ ସ୍ୱାମୀ ମଦ୍ୟପାନ ପରେ ସୋନୀଙ୍କୁ ମାରପିଟ୍ କରୁଥିବା ତାଙ୍କ ମା’ ସଙ୍ଗୀତା ଗୌଡ଼ ପ୍ରକାଶ କରିଛନ୍ତି । ସେହିପରି ଦିଅର କଲାକାହ୍ନୁ କିଛି ମାସ ପୂର୍ବେ ତାଙ୍କ ସହ ବଳପୂର୍ବକ ବଳା+ାର ପ୍ରୟାସ କରିଥିବା ନେଇ ସୋନୀ ବ୍ରଜରାଜନଗରର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ ମଧ୍ୟ କରିଥିଲା ।
ପ୍ରକାଶଯୋଗ୍ୟ, ନାରାୟଣ ଛତିଶଗଡ଼ର ହୋଇଥିବା ବେଳେ ବ୍ରଜରାଜନଗର ରହି ଦିନ ମଜୁରିଆ କାମ କରୁଥିଲେ । ସୋନୀ ଏବଂ ତାଙ୍କ ଦୁଇ ଝିଅ ମଧ୍ୟ ନାରାୟଣଙ୍କ ସହ ରହୁଥିଲେ । ମଙ୍ଗଳବାର ରାତିରେ ସ୍ୱାମୀ ନାରାୟଣ, ସ୍ତ୍ରୀ ସୋନୀ, ଦୁଇ ଝିଅ ମୁସ୍କାନ ଓ ରାଧିକା ଖାଇପିଇ କବାଟ ବନ୍ଦ କରି ଘରେ ଶୋଇଥିଲେ । ଆଜି ଭୋର୍ରୁ ନାରାୟଣ କୁଆଡେ଼ ଚାଲିଯାଇଥିଲା । ବହୁ ଡେରି ଯାଏଁ ସୋନୀ ଏବଂ ତାଙ୍କ ଦୁଇ ଛୁଆ ଉଠି ନଥିବା ଦେଖି ପଡେ଼ାଶୀମାନେ ଘର ମାଲିକଙ୍କୁ ଖବର ଦେଇଥିଲେ । ଘର ମାଲିକ ଏହା ପରେ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ, ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ସୋନୀଙ୍କ ସ୍ୱାମୀକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ଖୁବ୍ଶୀଘ୍ର ତାକୁ ଧରାଯିବ ଏବଂ ସେ ଧରାପଡ଼ିଲା ପରେ ଏହି ହତ୍ୟାକାଣ୍ଡ ବିଷୟରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons