ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ ୨୬ନଂ. ଜାତୀୟ ରାଜପଥର ଲୁହୁରାପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା…

Get real time updates directly on you device, subscribe now.

ବଲାଙ୍ଗୀର :- ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ ୨୬ନଂ. ଜାତୀୟ ରାଜପଥର ଲୁହୁରାପାଲି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଶୋଚନୀୟ ମ୍ରୁତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସଇଁନ୍ତଳା ଥାନା ଅନ୍ତର୍ଗତ ସିସକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ, ବଡ଼ମୁଡ଼ିଆ ମାଝୀ ଓ ଦେବାଶିଷ ସାହୁ ଏକ ଡାଲାଅଟୋରେ ସିସକେଲା ରୁ କୁଇକେଡା ବଜାରକୁ ମିଠା ବିକ୍ରି କରିବା ପାଇଁ ଯାଉଥିଲେ । ତେବେ ଭୋର ପ୍ରାୟ ୫ଟା ସମୟରେ ଜାତୀୟ ରାଜପଥ ୨୬ର ଲୁହୁରାପାଲି ନିକଟରେ ବଲାଙ୍ଗୀର ପଟୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ସହ ଅଟୋ ଟି ମୁହାଁମୁହିଁ ହୋଇଛି । ଘଟଣା ସ୍ଥଳରେ ମିଠା ବ୍ୟବାସୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣ କୁ ଓ ଟ୍ରକ ଡ୍ରାଇଭରକୁ ସଇଁନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମ୍ରୁତକ ମାନଙ୍କ ପରିବାରକୁ ଖ୍ୟତିପୂରଣ ଦାବୀରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ୨୬ ନଂ. ଜାତୀୟରାଜପଥକୁ ଅବରୋଧ କରିଛନ୍ତି ଦୁର୍ଘଟଣା ଖ୍ୟତିପୂରଣ ଦାବୀରେ ଘଟଣାସ୍ଥଳରେ ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ କରିଥିବା ବେଳେ ବଡମାଳ ଫାଣ୍ଡି ଓ ସଇଁନ୍ତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons