ବାଙ୍କୀ କିଆପଲ୍ଲାରେ ସଂଘର୍ଷ:ଉଭୟ ପକ୍ଷରୁ ୭ ଗୁରୁତର, ଥାନାରେ ମାମଲା

Get real time updates directly on you device, subscribe now.

ବାଙ୍କୀ,ବି.ବି.ଆ.ପ୍ର): ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତ ନୂଆଗାଁ ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ଶନିବାର ରାତିରେ ଗୋÂୀ ସଂଘର୍ଷ ଦେଖାଯାଇଛି । ଏହି ଗୋÂୀ ସଂଘର୍ଷରେ ଉଭୟ ପକ୍ଷର ୧୫ ଜଣ ଆହତ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପ୍ରଥମେ ବାଙ୍କୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲାବେଳେ ସେଥିରୁ ୭ ଜଣଙ୍କ ଅବସ୍ଥାସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।
ଖବରମୁତାବକ, କିଆପଲ୍ଲା ପଞ୍ଚାୟତ ନୂଆଗାଁ ଗ୍ରାମର ଏହି ଦୁଇ ଗୋÂୀଙ୍କ ମଧ୍ୟରେ ବହୁଦିନରୁ ଜମିଜମା ଭାଗବଣ୍ଟାକୁ ନେଇ ବିବାଦ ରହିଥିଲା । ତେବେ ଏହି ଦୁଇ ଗୋÂୀର ଇଜମାଇଲରେ ଏକ କୂଅ ରହିଛି । ଯାହାକୁ ନେଇ ଗତକାଲି ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଶନିବାର ବିଳମ୍ବିତ ରାତିରେ ଗୋଟିଏ ଗୋÂୀର ଜଣେ ଯୁବକ ଏହି କୂଅ ନିକଟକୁ ଯାଇଥିଲାବେଳେ କୂଅ ବାଡ଼ରେ ଥିବା ଏକ ପଥର ସେଠାରୁ ଭଙ୍ଗାଯାଇଥିବର ଦେଖିବାକୁ ପାଇଥିଲେ । ଅପରଗୋÂୀର କିଏ ଜଣେ ଏଭଳି କାଣ୍ଡ କରିଥିବା ଭାବେ ସଂପୃକ୍ତ ଯୁବକଜଣକ ସେମାନଙ୍କୁ ଗାଳିଗୁଲଜ କରିଥିଲେ । ଏହି ଗାଳିଗୁଲଜକୁ ନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହେବାସହ କ୍ରମେ ଏହା ଗୋÂୀ ସଂଘର୍ଷର ରୂପ ନେଇଥିଲା । ଏହି ମାଡ଼ପିଟ୍ରେ ଉଭୟ ପକ୍ଷର ୧୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବତନ ସରପଞ୍ଚ ରାଜକିଶୋର ସାହୁ, ପ୍ରସନ୍ନ ରାଉତ, ବିଦ୍ୟାଧର ରାଉତ, ନଣ୍ଡା ରାଉତ, ରବୀନ୍ଦ୍ରନାଥ ସାହୁ, ଲତା ସାହୁ, ଉମା ସାହୁଙ୍କ ସମେତ ୭ଜଣ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ମେଡିକାଲ୍କୁ ଆମ୍ୱୁଲାନ୍ସ ଯୋଗେ ପଠାଯାଇଛି । ବାକି ଅନ୍ୟ ୮ଜଣଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଏ ସଂପର୍କରେ ବାଙ୍କୀ ଥାନାରେ ଉଭୟ ଗୋÂୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲାବେଳେ ଏ ନେଇ ପୁଲିସ ପୃଥକ ଦୁଇଟି ମାମଲା (୧୪୪/୨୨) , (୧୪୫/୨୨) ରୁଜୁ କରି ତଦନ୍ତ ଚଳାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲାବେଳେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବାଙ୍କୀ ଥାନା ଆଇ.ଆଇ.ସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons