ବାପା,ମା ଓ ପୁଅ ଗିରଫ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ପୁଲିସ୍ ପଞ୍ଝାରେ ପଡ଼ିଛନ୍ତି ବ୍ରାଉନ୍ସୁଗାର ବେପାରୀ । ଢେଙ୍କାନାଳ ଟାଉନ୍ ଥାନା ପୁଲିସ ବ୍ରାଉନ୍ସୁଗାର କାରବାର କରୁଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ହାଉସିଂବାର୍ଡ ନିବାସୀ ଅଭୟ ବେହେରା (୫୫), ଅଭୟଙ୍କ ପତ୍ନୀ ବଦନୀ ବେହେରା (୫୦) ଓ ପୁଅ ଦିଲେଶ୍ୱର ବେହେରା ଓରଫ ଦିଲୁ (୨୫) । ସେମାନଙ୍କ ନିକଟରୁ ୧୩.୭୩ ଗ୍ରାମର ବ୍ରାଉନ୍ସୁଗାର, ମିନି ଓଜନ୍ ମେସିନ୍, ଆଲୁମିନିୟମ୍ ଫଏଲ୍ ରୋଲ୍, ପୁଡ଼ିଆ କରିବାରେ ବ୍ୟବହାର ହେଉଥିବା ୩୦ଟି ବିଭିନ୍ନ ରଙ୍ଗ କାଗଜ ହୋଇଛି ।
ପୁଲିସ ସୂତ୍ରରୁ ପ୍ରକାଶଯେ, ଢେଙ୍କାନାଳ ସହରାଞ୍ଚଳରେ ଲୁଚାଛପାରେ ଚୋରା ବ୍ରାଉନ୍ସୁଗାର କାରବାର ଚାଲିଥିଲା । ବିଶେଷ କରି ହାଉସିଂବୋଡର଼୍ ଓ ବାଜିଚୌକ୍ ଅଞ୍ଚଳରେ ଯୁବଗୋÂୀ ଏହି କାରବାର୍ରେ ଲିପ୍ତ ଥିବା ଜଣାପଡ଼ିଥିଲା । ଲକ୍ଡାଉନ୍ ସମୟରେ ବି ବ୍ରାଉନସୁଗାର କାରବାର ନିର୍ବିଘ୍ନରେ ଚାଲିଥିଲା । ବିଶେଷ କରି ଯୁବଗୋÂୀ ଏହାକୁ କିଣି ନିଶାରେ ଚୁର୍ ହୋଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଯାହାକୁ ନେଇ ପୁଲିସ୍ର ଚିନ୍ତା ବଢ଼ି ଯାଇଥିଲା । ଆଗକୁ ଲକ୍ଷ୍ମୀପୂଜା ଆସୁଥିବାରୁ ପୂଜା ମାର୍କେଟ୍ରେ ବ୍ରାଉନ୍ସୁଗାର କାରବାର ବଢ଼ାଇବାକୁ ଅଭିଯୁକ୍ତମାନେ ଯୋଜନା କରିଥିଲେ । ବ୍ରାଉନସୁଗାର ବେପାରୀଙ୍କୁ ଧରିବାକୁ ପୁଲିସ୍ ଅଣ୍ଡରକଭର ଏଜେଣ୍ଟ୍କୁ କାମରେ ଲଗାଇଥିଲା । ହାଉସିଂବୋଡର଼୍ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଅଜଣା ବ୍ୟକ୍ତିମାନେ ନିୟମିତ ଭାବେ ଯାତାୟାତ କରୁଥିବା ପୁଲିସ ସୂଚନା ପାଇଥିଲା । କିଛି ସମୟ ପାଇଁ ଲୋକମାନେ ସେଠାକୁ ଯାଇ ପୁଣି ଫେରି ଆସୁଥିବାରୁ ସେଠାରେ ବ୍ରାଉନ୍ସୁଗାର କାରବାର୍ ଚାଲିଥିବା ସନେ୍ଦହ ବଢ଼ିଥିଲା । ସୂଚନା ଆଧାରରେ ପୁଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ଅଭୟ, ତାଙ୍କ ପତ୍ନୀ ବଦନୀ ଓ ପୁଅ ଦିଲେଶ୍ୱରକୁ ଗିରଫ କରିଛି । ସମସ୍ତେ ବ୍ରାଉନ୍ସୁଗାର କାରବାରରେ ସମ୍ପୃକ୍ତ ରହିଥିଲେ । ଘରେ ବ୍ରାଉନ୍ସୁଗାର କରି ବିକ୍ରି କରୁଥିଲେ । ପୁଲିସ ସେଠାରୁ ବ୍ରାଉନ୍ସୁଗାର ସହ ଓଜନ ମେସିନ୍, ଆଲୁମିନିୟମ୍ ଫଏଲ୍ ରୋଲ୍, ବ୍ରାଉନ୍ସୁଗାର ପୁଡ଼ିଆ କରିବାକୁ ରଖାଯାଇଥିବା ବିଭିନ୍ନ ରଙ୍ଗର କାଗଜ ଆଦି ଜବତ କରିଛି । ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ଟାଉନ୍ ଥାନା ଅଧିକାରିଣୀ ନମିତା ନାୟକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଢେଙ୍କାନାଳ ସହରାଞ୍ଚଳରେ ବ୍ରାଉନସୁଗାର ବେପାର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କଲେଜ ପଢୁଆ ଯୁବଗୋÂୀ ଏହାର ଜାଲ୍ରେ ପଡ଼ିଛନ୍ତି । ଗତ ୩ ବର୍ଷ ମଧ୍ୟରେ ଟାଉନ୍ ଥାନା ଅଞ୍ଚଳରୁ ୧୦ ବ୍ରାଉନ୍ସୁଗାର ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୧୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons