ବାମନ ବେଶରେ ମହାପ୍ରଭୁ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀବିଷ୍ଣୁଙ୍କ ପଞ୍ଚମ ଅବତାର ହେଉଛନ୍ତି ବାମନ ଅବତାର । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ବିଷ୍ଣୁ । ଦିବ୍ୟ ଜ୍ୟୋତିର୍ମୟ ବାମନରୂପୀ ବାଳକ ବେଶରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଉଭା ହୋଇଥିଲେ । ବଳିବାମନଙ୍କ ଦିବ୍ୟ ବେଶରେ ପ୍ରକଟ ହୋଇଥିଲେ ଠାକୁରେ । ମହାପ୍ରଭୁ ଛତା ଓ କମଣ୍ଡଳୁ ଧାରଣ କରି ଶ୍ରୀଭୁଜ, ଶ୍ରୀପୟର ଓ ସ୍ୱର୍ଣ୍ଣ କିରୀଟ ସହ ବହୁ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥିଲେ ।
ବାମ ହାତରେ କାରୁକାର୍ଯ୍ୟ ଶୋଭିତ ଏକ ଛତ୍ରି ଓ ଡାହାଣ ହାତରେ ରୁପାର କମଣ୍ଡଳୁ ଶୋଭା ପାଉଥିଲା । ଶ୍ରୀଅଙ୍ଗରେ କାଠ ଗୋଡ଼ ଖଞ୍ଜା ଯାଇଥିଲା । ନିର୍ଦ୍ଧିଷ୍ଟ ମାପର ତିଆରି ଦୁଇଟି ହାତ ଖଞ୍ଜାଯାଇଥିଲା । ମଥାରେ କେଶର ରୂପ ସୃଷ୍ଟି ପାଇଁ ଦର୍ଜିମାନେ ସିଲାଇ କରିଥିବା ଏକ କଳା କନାର ମଥାବରଣ ଲଗାଯାଇଥିଲା । ଏହି କଳା କନାର ସାମ୍ନା ପଟେ ଧଳା କନା ସିଲାଇ କରାଯାଇ ତିନୋଟି ଧଳା ଗାର ସୃଷ୍ଟି କରାଯାଇଥିଲା । ଏଭଳି ପ୍ରତୀୟମାନ ହେଉଥିଲା, ସତେ ଯେପରି ଠାକୁରଙ୍କ ମସ୍ତକରେ ଭସ୍ମ ରେଖା ଅଙ୍କନ ହୋଇଛି । ବେଶ ସରିଲା ବେଳକୁ ରାତି ପ୍ରାୟ ୮ଟା ହୋଇଥିଲା । ବାମନ ଠାକୁରେ ଆଜ୍ଞାମାଳ ପାଇ ଜଗମୋହନରେ ବିଜେ ହୋଇ ସ୍ୱତନ୍ତ୍ର ନୀତି ଅନୁÂିତ ହୋଇଥିଲା ।
ବଡ଼ଠାକୁରଙ୍କ ବିଗ୍ରହରେ ହାତ ଓ ପାଦ ଯୋଡାଯାଇ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ ହୋଇ ରାଜବେଶରେ ଦୃଶ୍ୟମାନ ହେଉଥିଲେ । ଏହି ବେଶ ବେଳେ ମା’ସୁଭଦ୍ରାଙ୍କ କଳେବରରେ ବିଶେଷ ପରିବର୍ତ୍ତନ ହୋଇନଥିଲା । ସିଂହାରୀ ସେବକମାନେ ଏହି ବେଶ କରାଇଥିଲେ । ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ଏହି ଆଖ୍ୟାୟିକା ଭିତ୍ତିରେ ଠାକୁରଙ୍କର ବେଶ ବର୍ଷ ବର୍ଷ ଧରି ଚାଲିଆସୁଛି । ସନ୍ଧ୍ୟାଧୂପ ପରେ ବେଶ ଓଲାଗି କରାଯାଇଥିଲା । ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ଗରୁଡ଼ ସ୍ତମ୍ଭ ନିକଟରେ ଗରୁଡ଼ ପାଶ୍ୱର୍ ପରିବର୍ତ୍ତନ ନୀତି ଅନୁÂିତ ହୋଇଛି । ପୂଜାପଣ୍ଡା ସାମନ୍ତ ଏହି ନୀତି ସମ୍ପାଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons