ବାଳକର ସନେ୍ଦହଜନକ ମୃତୁ୍ୟ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ପରଜାବେଡ଼ାପଦର ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗାଁର ଜଣେ ବାଳକର ସନେ୍ଦହଜନକ ମୃତୁ୍ୟ ହୋଇଛି । ମୃତ ବାଳକ ଶନି ମିଣିଆକାଙ୍କ ପୁଅ ମୁନା ମିଣିଆକା(୧୩) । ଗାଁ ପାଖ ଜଙ୍ଗଲରୁ ତା’ର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେ ଆତ୍ମହତ୍ୟା କରିଛି ନା ତାକୁ କେହି ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ୍ ଶବ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ଏ ସମ୍ପର୍କରେ ଦଶମନ୍ତପୁର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସୋମବାର ଅପରାହ୍ଣରେ ମୁନା ଖାଇ ସାରି ପାଖରେ ଥିବା ଚନ୍ଦନଖୁଣ୍ଟି ଗାଁ ଆଡ଼କୁ ଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲା । ପରିବାର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ହେଁ ପତ୍ତା ପାଇନଥିଲେ । କେଉଁଠିକୁ ଯାଇଥିବ ଭାବି ଚୁପ୍ ରହିଥିଲେ । ଆଜି ପୂର୍ବାହ୍ନରେ ଗାଁର କେତେକ ଲୋକ ପାଖ ପାହାଡ଼କୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିଲେ । ଏକ ବଡ଼ଗଛ ଡାଳରେ ମୁନାର ଶବ ଝୁଲୁଥିବା ଦେଖିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପଡେ଼ାଶୀଙ୍କ ସହ ପରିବାର ଲୋକେ ଜଙ୍ଗଲରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ଏ ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।
ସୂଚନାଥାଉକି, ମୁନାର ବାପା ଦାଦନ ଖଟିବାକୁ ଗତ କିଛି ମାସ ହେଲା ବାହାର ରାଜ୍ୟକୁ ଯାଇଛନ୍ତି । ଘରକୁ ଫେରି ନାହାନ୍ତି । ଏଭଳି ସ୍ଥିତିରେ ପୁଅର ସନେ୍ଦହଜନକ ମୃତୁ୍ୟରେ ଭାଙ୍ଗି ପଡ଼ିଛନ୍ତି ପରିବାର । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons