ବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

Get real time updates directly on you device, subscribe now.

ଇନ୍ଦ୍ରାବତୀ,(ବି.ବି.ନୁ୍ୟଜ): ତେନ୍ତୁଳିଖୁଣ୍ଟି ଥାନା ଲମତାଗୁଡା ପଞ୍ଚାୟତ କହ୍ନେଇମୁଣ୍ଡା ଗାଁରେ ଗତ ମଙ୍ଗଳବାର ଏକ ଅଭାବନୀୟ ମାମଲା ହୋଇଛି । ଗାଁର ଏକ ପାଞ୍ଚ ବର୍ଷର ଛୋଟ ଝିଅକୁ ଦୁଷ୍କର୍ମ କରାଯାଇଛି । ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲା ସେହି ଗାଁର ପଦ୍ମନ ଅମାନତ୍ୟ । ଶନିବାର ତାକୁ କୋର୍ଟଚାଲାଣ କରାଯାଇଛି ।
ଘଟଣାଦିନ ଝିଅଟି ଏକୁଟିଆ ଘରେ ଥିଲା । ପିଲାଟିର ମା’ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ପରିବାରର ଅନ୍ୟକେହି ନଥିବାବେଳେ ପଦ୍ମନ ପିଲାଟିକୁ ଏକୁଟିଆ ପାଇ ଏହି କାଣ୍ଡ କରିଥିଲା । ଘଟଣାକୁ ନେଇ ପିଲାଟିର ଦାଦା ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ନେତୃତ୍ୱରେ ଏକ ଦଳ ଗତ ଶୁକ୍ରବାର ଉକ୍ତ ଗାଁକୁ ଯାଇ ଅଭିଯୁକ୍ତକୁ ଗିରଫ କରିଥିଲା । ଏ ନେଇ ଥାନାରେ ଏକ ମାମଲା(୧୩୬/୨୦୨୧) ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons