ବିକାଶରେ ରାଜନୀତି ପ୍ରତିବନ୍ଧକ ହେଲା: କେନ୍ଦ୍ରମନ୍ତ୍ରୀ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିଲେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସାଂସଦ ଓ ବିଧାୟକ । କେନ୍ଦ୍ରର ବିଭିନ୍ନ ଯୋଜନା ସଂପର୍କରେ କୌଣସି ତଥ୍ୟ ଦେଲେନି । ଏଥିଲାଗି ବୈଠକ ବିଫଳ ହେଲା । ଜିଲ୍ଲାର ବିକାଶ ଲାଗି ରୋଡ ମ୍ୟାପ ପ୍ରସ୍ତୁତ ଯୋଜନା ଅଧୁରା ରହିଗଲା । ବିକାଶରେ ରାଜନୀତି ପ୍ରତିବନ୍ଧକ ସାଜିଲା । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମତ୍ସ୍ୟ, ପ୍ରାଣୀଧନ ଓ ଡାଏରୀ ବିଭାଗର କେନ୍ଦ୍ରମନ୍ତ୍ରୀ ଡାକ୍ତର ସଞ୍ଜୀବ କୁମାର ବାଲ୍ୟନ ।
ଜିଲ୍ଲାର ବିକାଶ ଓ ରୋଡ ମ୍ୟାପ କରିବାକୁ ଦିନିକିଆ କୋରାପୁଟ ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବାଲ୍ୟନ । ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ବିକାଶ ଦିଗରେ କ’ଣ କରାଯାଇପାରିବ-ସେ ସମ୍ପର୍କରେ ସମୀକ୍ଷା କରିବା ଥିଲା ମୂଳ ଉଦେ୍ଧଶ୍ୟ । ସମୀକ୍ଷା କାର୍ଯ୍ୟକ୍ରମ ପରେ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ବାଲ୍ୟନ ଆଣିଲେ ଅନେକ ସଙ୍ଗୀନ ଅଭିଯୋଗ । କହିଲେ, ସମୀକ୍ଷା ବୈଠକରେ ଯୋଗଦେବାକୁ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଜିଲ୍ଲାପାଳ, ସାଂସଦ ଓ ଜିଲ୍ଲାର ବିଧାୟକଙ୍କୁ ଚିଠି କରାଯାଇଥିଲା । ହେଲେ କେହି ସମୀକ୍ଷା ବୈଠକରେ ଯୋଗଦେଲେ ନାହିଁ । ବୈଠକ ଆରମ୍ଭ ହେବାର ୨୦ ମିନିଟ ପରେ ଏଡିଏମ୍ ପହଞ୍ଚିଲେ । ବୈଠକରେ ବସିବା ପୂର୍ବରୁ ସେମାନେ କୌଣସି କ୍ଷେତ୍ରରେ ପ୍ରସ୍ତୁତ ନଥିଲେ । କାହାରି ନିକଟରେ ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ନଥିଲା । ଏଥିରୁ ଜଣାପଡିଥିଲା, ଅଧିକାରୀମାନେ କିପରି ଏହାକୁ ଗୁରୁତର ଭାବେ ନେଇଥିଲେ ।
ମନରେଗାରେ କେନ୍ଦ୍ର ସରକାର ୩୮୪ କୋଟି ଟଙ୍କା ଦେଇଛନ୍ତି । ଏହା କିପରି ଖର୍ଚ୍ଚ ହୋଇଛି, ହିତାଧିକାରୀଙ୍କ ନିକଟରେ ଏହି ଯୋଜନା ପହଞ୍ଚିଛି ନା ନାହିଁ-ତା’ର ତଥ୍ୟ କେହି ଦେଇପାରିଲେନି । କେନ୍ଦ୍ର ସରକାର ଆବାସ ଯୋଜନାରେ ଅର୍ଥ ଦେଇଛନ୍ତି । କେତେ ଆବାସ ନିର୍ମାଣ କରାଯାଇଛି ଏବଂ କେତେ ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ବି କାହା ପାଖରେ କୌଣସି ତଥ୍ୟ ନଥିଲା । ମହିଳା ସ୍ୱୟଂ ସହାୟିକା ଗୋÂୀ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଜାଣିଥାନ୍ତେ । କିନ୍ତୁ ସେମାନେ ନିଜ ସମସ୍ୟା ସମ୍ପର୍କରେ କହିପାରିଲେନି । ଏଭଳି ପରିସ୍ଥିତିରେ ସେମାନଙ୍କ ସମସ୍ୟା କିପରି ସମାଧାନ କରାଯିବ । ସାଂସଦ, ବିଧାୟକ ଓ ଜିଲ୍ଲାପ୍ରଶାସନିକ ଅଧିକାରୀ ଥିଲେ କୋରାପୁଟର ବିକାଶ ଲାଗି ରୋଡ୍ ମ୍ୟାପ ପ୍ରସ୍ତୁତ କରିଥାନ୍ତେ । ହେଲେ ଆଜିର ସମୀକ୍ଷା ବୈଠକ ବିଫଳ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବାଲ୍ୟନ କ୍ଷୋଭର ସହ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, କାଳିରାମ ମାଝୀ, ବିଜେପି ନେତା ଗୌତମ ସାମନ୍ତରାୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons