ବିଜେଡି ଛାଡ଼ିଲେ ସତ୍ୟାନନ୍ଦ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ବୁ୍ୟରୋ): ପୌର ଭୋଟ୍ ପୂର୍ବରୁ ଅନୁଗୁଳ ବିଜେଡିକୁ ଲାଗିଛି ଶକ୍ତ ଝଟ୍କା । ପୌରାଧ୍ୟକ୍ଷ ଟିକେଟ୍ରୁ ବଞ୍ଚିତ ହୋଇ ଅସନ୍ତୁଷ୍ଟ ଥିବା ବରିÂ ନେତା ତଥା ନଗର ବିଜେଡି ସଭାପତି ସତ୍ୟାନନ୍ଦ ଦଳବେହେରା ଆଜି ଦଳ ଛାଡ଼ିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଥିଲେ ହେଁ ଦଳରେ ଅଣଦେଖା ହେବାରୁ ଦଳ ଛାଡ଼ିଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ପ୍ରକାଶ ଯେ, ଅନୁଗୁଳ ପୌରାଞ୍ଚଳର ପୂର୍ବତନ କାଉନ୍ସିଲର ତଥା ବିଜେଡି ବରିÂ ନେତା ଶ୍ରୀ ଦଳବେହେରାଙ୍କ ସମେତ ଏକାଧିକ ନେତା ଏଥର ଦଳପକ୍ଷରୁ ପୌରାଧ୍ୟକ୍ଷ ଟିକେଟ୍ ପାଇଁ ଆଶାୟୀ ଥିଲେ । ଏମିତିକି ଲବି ମଧ୍ୟ ଲଗାଇଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଦଳ ଅଣଦେଖା କରିଥିଲା । ପୌର ନିର୍ବାଚନ ଘୋଷଣା ହେଉ ହେଉ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ଅକ୍ଷୟ ସାମନ୍ତଙ୍କୁ ଦଳ ଟିକେଟ୍ ଦେଇଥିଲା । ଦଳର ଏହି ନିଷ୍ପତ୍ତିରେ ସତ୍ୟାନନ୍ଦ ଅସନ୍ତୋଷ ପ୍ରକାଶ କରିଥିଲେ । କେବଳ ସତ୍ୟାନନ୍ଦ ନୁହଁନ୍ତି ଅଧ ଡଜନରୁ ଅଧିକ ପୂର୍ବତନ କାଉନ୍ସିଲର ଓ ଦଳୀୟ ନେତା ଏହାକୁ ଖୋଲାଖୋଲି ବିରୋଧ କରିଥିଲେ । ଦଳୀୟ କର୍ମୀଙ୍କୁ ଏକାଠି କରି ବିଦ୍ରୋହର ସ୍ୱର ଉଠାଇଥିଲେ । ଏହି ବିଦ୍ରୋହୀ ଗୋÂୀରେ ସାମିଲ୍ ଥିବା ଦଳର ବରିÂ ନେତା ସୁନିଲ୍ କୁମାର ସାହୁ ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ । ସେହି ସମୟରେ ସତ୍ୟାନନ୍ଦ ମଧ୍ୟ ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ଅକ୍ଷୟଙ୍କୁ ଦଳ ପ୍ରାର୍ଥୀ କରିବା ନଇ ନିଶ୍ଚିତ କରିବା ପରେ ନିରବ ରହିଥିଲେ ସତ୍ୟାନନ୍ଦ । ଦଳୀୟ ନିଷ୍ପତ୍ତିକୁ ସେ ଶେଷରେ ସମ୍ମାନ ଜଣାଇଲେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ କିଛି ଦିନର ନିରବତା ପରେ ସତ୍ୟାନନ୍ଦ ଦଳରେ ବିସ୍ଫୋରଣ ଘଟାଇଛନ୍ତି । ସେ ଆଜି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଦର୍ଶାଇଛନ୍ତି । ଏ ସଂକ୍ରାନ୍ତରେ ଶ୍ରୀ ଦଳବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଦଳକୁ ନୂଆ ନୂଆ ଲୋକ ଆସିବା ପରେ ଅଲୋଡ଼ା ହୋଇଥିବା ଅନୁଭବ କଲି । ଦଳ ଆମକୁ ଲୋଡୁନଥିବାରୁ ବାଧ୍ୟ ହୋଇ ଦଳ ଛାଡ଼ିଥିବା ସେ ପ୍ରକାଶ କରିଛନ୍ତି । ଏବେ ଅନ୍ୟ କୌଣସି ଦଳରେ ମିଶିବା ନେଇ ନିଷ୍ପତ୍ତି ନେଇନାହିଁ । ସମର୍ଥକ, କର୍ମଙ୍କ ସହ ଆଲୋଚନା କରି ସେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏନେଇ ବିଜେଡିର ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ ଯୋଗାଯୋଗ ଉଦ୍ୟମ ହୋଇଥିଲେ ହେଁ ସମ୍ଭବ ହୋଇପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons