ବିଜେଡି ଜୋନସ୍ତରୀୟ ବୈଠକ

Get real time updates directly on you device, subscribe now.

ଜୟପୁର,(ଦେବଦତ୍ତ ପାଣିଙ୍କଠାରୁ): ଲୋକଙ୍କ ପାଖରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ବୁଝାଅ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହୁଅ । ଗତ ନିର୍ବାଚନର ସଫଳତାକୁ ଦୋହରାଇବାକୁ ପଡ଼ିବ । ଜିଲ୍ଲା ପରିଷଦ ଜୋନ-୩ରେ ଦଳର ଏକ ବୈଠକରେ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ନେତାମାନେ ।
ଜୋନ-୩ର ସଂଯୋଜକ ରାଜେନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ କେବିଡି ପଞ୍ଚାୟତରେ ଆୟୋଜିତ ହୋଇଥିଲା ଏହି ବୈଠକ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡ. ଇନ୍ଦିରା ନନ୍ଦ । ଏହି ଅବସରରେ ଜୋନ୍ ସଂଯୋଜକ, ୭ଟି ପଞ୍ଚାୟତର ବିଜେଡି ସଭାପତି, ୱାର୍ଡ ସଭାପତିଙ୍କୁ ସମ୍ବର୍ଦ୍ଧର୍ିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଣୀଗଡ, କେବିଡି, ରଣ୍ଡାପାଲ୍ଲୀ, ପୂଜାରୀପୁଟ, ଜୟନ୍ତିଗିରି, ବାରିଣୀପୁଟ, ଗଡପଦର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ବଲ୍ଲଭ ନାୟକ, ବ୍ଲକ ଉପାଧ୍ୟକ୍ଷ ଈଶ୍ୱର ବାଗ, ବ୍ଲକ କାର୍ଯ୍ୟକାରୀ ସଭାପତି ଲିଙ୍ଗରାଜ ପାତ୍ର ଓ ଧନ ଖରା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons