ବିଜେବି କଲେଜ ପରିସରରେ ତୁମୁଳକାଣ୍ଡ:ପୁଲିସ-ଜନତା ଧସ୍ତାଧସ୍ତି, ୫ ଆହତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶନିବାର ଭୋଟ ଗଣତି । ସବୁ ପ୍ରାର୍ଥୀଙ୍କ ନଜର ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ଉପରେ । ଏପରି ସ୍ଥଳେ କଡ଼ା ସୁରକ୍ଷା ମଧ୍ୟରେ ଥିବା ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ରେ ଶୁକ୍ରବାର ୨ଜଣ ସନ୍ଦିଗ୍ଧ ଯୁବକ ପଶିଯାଇଥିଲେ । ଏହାକୁ ନେଇ ତୁମୁଳକାଣ୍ଡ ଘଟିଛି । କର୍ପୋରେଟର ପ୍ରାର୍ଥୀଙ୍କ ସମର୍ଥକମାନେ ଜଣେ ଯୁବକକୁ କାବୁ କରି ନିସ୍ତୁକ ପିଟିଛନ୍ତି । ପୁଲିସ-ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୁଲିସ ମୃଦୁ ଲାଠିଚାଳନା କରିଛି । ଏଥିରେ ୩ ଜଣ ସାଧାରଣ ଲୋକ ଓ ୨ ପୁଲିସ ଆହତ ହୋଇଛନ୍ତି । ଷ୍ଟ୍ରଙ୍ଗରୁମ୍ରେ ପଶିଥିବା ଦୁଇ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ ।
ଶୁକ୍ରବାର ସନ୍ଧ୍ୟା ୬ଟା । ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ବିଭିନ୍ନ ରାଜନୈତିକ ଦଳର ୨୦/୩୦ଜଣ ସମର୍ଥକ ଉପସ୍ଥିତ ଥାନ୍ତି । ଏହି ସମୟରେ ଷ୍ଟ୍ରଙ୍ଗରୁମ୍ ଭିତରୁ ୨ଜଣ ଯୁବକ ବାହାରିଥିଲେ । ବାହାରେ ଲୋକ ସମାଗମ ଦେଖି ଜଣେ ଯୁବକ ପଛ ଗେଟ୍ ଦେଇ ଖସି ପଳାଇଲା । ଅନ୍ୟ ଯୁବକ ଖସି ପଳାଇବାବେଳେ ବିଭିନ୍ନ ଦଳର କର୍ମୀମାନେ ତାକୁ କାବୁ କରି ନେଇଥିଲେ । ସେ ଧରିଥିବା ଏକ ଆଇକାର୍ଡ ଛଡ଼ାଇ ନେଇଥିଲେ । ଷ୍ଟ୍ରଙ୍ଗରୁମ୍ରେ ଇଭିଏମ୍ ଟ୍ୟାମ୍ପରିଂ କରୁଥିବା ଅଭିଯୋଗ ଆଣିଥିଲେ । ସେମାନେ ଯୁବକଙ୍କୁ ନିସ୍ତୁକ ପିଟିଥିଲେ । ସନ୍ଦିଗ୍ଧ ଯୁବକକୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଛଡ଼ାଇବାକୁ ଯାଇ ପୁଲିସ ସେମାନଙ୍କ ଆକ୍ରୋଶର ଶିକାର ହୋଇଥିଲା । ବିଭିନ୍ନ ଦଳର କର୍ମୀମାନେ ୩/୪ଜଣ ପୁଲିସକୁ ଠେଲାପେଲା କରିଥିଲେ ।
ଷ୍ଟ୍ରଙ୍ଗରୁମ୍ରେ ୨ ଜଣ ପଶିଥିବା ନେଇ ସେଠାରେ ଲାଗିଥିବା ସିସିଟିଭିରେ ଚିତ୍ର ରହିଛି । ସେମାନେ ଷ୍ଟ୍ରଙ୍ଗରୁମ୍ରେ କାହିଁକି ପଶିଥିଲେ, କେତେ ସମୟ ରହିଥିଲେ ଓ କ’ଣ କରୁଥିଲେ ତାହାକୁ ତମ୍ବିତୋଫାନ ଆରମ୍ଭ ହୋଇଛି ।
ଷ୍ଟ୍ରଙ୍ଗରୁମ୍ରେ ଇଭିଏମ୍ ଟ୍ୟାମ୍ପରିଂ ଚାଲିଥିବା ଖବର ବିଜୁଳି ବେଗରେ ଖେଳିଗଲା । ବିଜେବି କଲେଜ ପରିସରକୁ ଶହ ଶହ ଲୋକ ମାଡିÿ ଆସିଲେ । ପରିସ୍ଥିତି ସମ୍ଭାଳିବାକୁ ଘଟଣାସ୍ଥଳରେ ଅଧିକ ପୁଲିସ ଫୋର୍ସ ପହଞ୍ଚିଲେ ।
ଅତିରିକ୍ତ ଡିସିପି ପ୍ରକାଶ ପାଲ ଓ ଅନ୍ୟ ବରିÂ ଅଧିକାରୀଙ୍କ ସହ ବଡ଼ଗଡ଼ ଥାନା, ଏୟାରଫିଲ୍ଡ ଥାନା, ଧଉଳି ଥାନା ଅଧିକାରୀ ମଧ୍ୟ ପହଞ୍ଚିଲେ । ପୁଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଲା । ଲୋକମାନେ ପୁଲିସ ଉପରକୁ ଚେୟାର ଫିଙ୍ଗାଫୋଫଡ଼ା କରିଥିଲେ । ପୁଲିସ ଶେଷରେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଲାଠି ଚାଳନା କରିଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ କଲେଜ ପରିସରରେ ଉତ୍ତେଜନା ଲାଗି ରହିଛି । ୫ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀ କଲେଜ ପରିସରକୁ ଜଗି ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons