ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା:ଅଭିଯୁକ୍ତଙ୍କ ଫଟୋ ଜାରି, ସୂଚନା ଦେଲେ ପୁରସ୍କାର

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡି ଉପରକୁ ରବିବାର ବୋମାବାଡ଼ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ଏସ୍ପି ମିତ୍ରଭାନୁ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଅଭିଯୁକ୍ତ ଗିରଫ ନହେବାରୁ ବିଜେପି ପକ୍ଷରୁ ମଙ୍ଗଳବାର ପୁଣି ରାସ୍ତାରୋକ କରାଯାଇଥିଲା । ଏଥିରେ ବିଜେପିର ସମର୍ଥକ ସହିତ ବିଜେପିର ୯ ଜଣ ବିଧାୟକ ବିଧାୟକ ସୁବାସ ପାଣିଗ୍ରାହୀ, ନାଉରୀ ନାଏକ, ପ୍ରକାଶ ସରେନ୍, ଗଣେଶ ରାମସିଂହ ଖୁଣ୍ଟିଆ, ସନାତନ ବିଜୁଳି, ଡ. ବୁଢ଼ଣ ମୁର୍ମୁ, ମୁକେଶ ମହାଲିଙ୍ଗ୍, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ ସାମିଲ ହୋଇଥିଲେ । ପରେ ସର୍କିଟ୍ ହାଉସଠାରେ ବିଧାୟକଙ୍କୁ ଭେଟିଥିଲେ କେନ୍ଦୁଝର ଏସ୍ପି । ଅଭିଯୁକ୍ତକୁ ଧରିବା ସହ ନିରପେକ୍ଷ ତଦନ୍ତ ପାଇଁ ୭ ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ । ଏସ୍ପିଙ୍କ ସହ କଥା ହେବା ପରେ ବିଧାୟକମାନେ ଆସ୍ଥା ପ୍ରକଟ କରି ରାସ୍ତା ଅବରୋଧ ପ୍ରତ୍ୟାହାର କରିଛନ୍ତି ।
ଅନ୍ୟପକ୍ଷରେ ବିଧାୟକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଫଟୋ ଜାରି କରିଛି କେନ୍ଦୁଝର ପୁଲିସ । ଅପରାଧୀ ଦୁଇଜଣ ଏକ ନାଲିରଙ୍ଗର ବାଇକ୍ରେ ଜୁଡିଆ ଘାଟି ଦେଇ ମଣ୍ଡୁଆରେ ପହଞ୍ଚିଥିଲେ । ଯେଉଁ ସମୟରେ ବୋମାମାଡ ହୋଇଥିଲା, ସେହି ସମୟରେ ଏହି ଅପରାଧୀମାନେ ଜୁଡିଆଘାଟି ପଟୁ ଆସି ଗାନ୍ଧୀଛକ, ଲାବଣ୍ୟଛକ ଦେଇ ମଣ୍ଡୁଆରେ ପହଞ୍ଚିଥିବା ପ୍ରମାଣ ପୁଲିସର ହସ୍ତଗତ ହୋଇଛି । କେନ୍ଦୁଝର ସହରରେ ଲାଗିଥିବା ସମସ୍ତ ସିସି କ୍ୟାମେରାରେ ଅପରାଧୀଙ୍କ ଫଟୋ ଉତ୍ତୋଳନ ହୋଇଛି । ଉକ୍ତ ଫଟୋକୁ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଥାନା ମାନଙ୍କରେ ସର୍ବସାଧାରଣଙ୍କ ଉଦେ୍ଧଶ୍ୟରେ ଲଗାଯିବ । ଯେଉଁବ୍ୟକ୍ତି ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କ ପରିଚୟ ପୁଲିସ ଗୋପନ ରଖିବା ସହିତ ଆର୍ଥôକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ବୋଲି ଏସ୍ପି ମିତ୍ରଭାନୁ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅଭିଯୁକ୍ତମାନେ ଧରାପଡିବା ଭୟରେ ନକଲି ନମ୍ବର ବ୍ୟବହାର କରି ପୁଲିସର ତଦନ୍ତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି । ଅଭିଯୁକ୍ତମାନେ ପେସାଦାର ଅପରାଧୀ ବୋଲି ମଧ୍ୟ ଏସ୍ପି ସୂଚନା ଦେଇଛନ୍ତି । ତେଣୁ ପୁଲିସକୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons