ବିଧାୟକଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣା: ୫ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

କେନ୍ଦୁଝର: ଡେରିରେ ହେଲେ ବି କେନ୍ଦୁଝର ପୋଲିସକୁ ମିଳିଛି ବଡ ସଫଳତା । ରବିବାର ଦିନ ସଦର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡି ଉପରକୁ ସ୍ପଷ୍ଟ ଦିବା ଲୋକରେ ସିରିଜ ବୋମା ମାଡ ଘଟଣାର ତିନିଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହେବାରେ ସଫଳ ହୋଇଛି । ସିସିଟିଭି ଓ ସିଟି ସର୍ଭିଲାନ୍ସ ଆଧାରରେ ସମସ୍ତ ଦୁବୃତ୍ତଙ୍କୁ ଗିରଫ କରିଛି ପୋଲିସ ।
ସମସ୍ତ ଅଭିଯୁକ୍ତ କେନ୍ଦୁଝର ଜିଲ୍ଲାର । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ପ୍ରତାପ ରାଉତଙ୍କ ସହ ମନମୋହନ ଦାସ, ବିଦ୍ୟାଧର ପରିଡା, ଶରତ ଜେନା ଓ ଶିଙ୍କୁଲ ଶେଖ । ଏମାନେ ନମୋଃ ସେନା ନାମକ ଏକ ସଂଗଠନର ସଦସ୍ୟ । ଏମାନେ ବିଧାୟକଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ଆକ୍ରମଣ ବ୍ୟକ୍ତିଗତ ଶତ୍ରୁତା ଓ ପଇସା ଦେଣ ନେଣକୁ ନେଇ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବୋମା ମାଡ ପ୍ରତିବାଦରେ କେନ୍ଦୁଝର ବିଜେପି ଦଳ ପକ୍ଷରୁ ଦୁଇ ଦୁଇଥର ସହର ମଧ୍ୟରେ ୪୯ ଓ ୨୦ ନମ୍ବର ଜାତୀୟ ରାଜପଥର ସଂଯୋଗ ସ୍ଥଳି ଗାନ୍ଧି ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଏହାଛଡ଼ା ବିଜେପି ଦଳ ପକ୍ଷରୁ ୯ ଜଣ ବିଧାୟକଙ୍କର ଏକ ଡେଲିଗେସନ ଟିମ୍ କେନ୍ଦୁଝରଠାରେ ଆସି ପହଞ୍ଚିବା ସହ ଏସ୍ପିଙ୍କ ସହ ସର୍କିଟ ହାଉସ ଠାରେ ଆଲୋଚନା କରିଥିଲେ । ଏସ୍‌ପି ରାସ୍ତା ଅବରୋଧ ହଟାଇବା ସହ ୭ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons