ବିସ୍ଫୋରଣରେ ଉଡ଼ିଗଲା ବଳଙ୍ଗା ଥାନା:ଏସ୍ଆଇ ନିଲମ୍ବିତ

Get real time updates directly on you device, subscribe now.

ବଳଙ୍ଗା, (ବି.ବି.ନୁ୍ୟଜ): ପିପିଲି ଉପନିର୍ବାଚନ ପାଇଁ ସୋମବାର ଥିଲା ପ୍ରଚାରର ଶେଷ ଦିନ । ସବୁକିଛି ଶାନ୍ତି ଶୃଙ୍ଖଳାରେ ସାରି ଯେ ଯାହା ବାଟରେ ଗଲେ । ରାତି ୧୨ଟା ବେଳକୁ ସବୁଆଡେ଼ ନିସ୍ତବ୍ଧ ହୋଇସାରିଥାଏ । ଠିକ୍ ଏହି ସମୟରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଦୋହଲିଯାଇଥିଲା ପୁରା ବଳଙ୍ଗା ବଜାର । ପାଖାପାଖି ୧୦ କିମି ଦୂର ଯାଏ ଏ ଶବ୍ଦ ଲୋକଙ୍କୁ ଶୁଭିଥିଲା । କେହି କିଛି ଜାଣିବା ପୂର୍ବରୁ ବିସ୍ଫୋରଣରେ ଉଡ଼ିଯାଇଥିଲା ବଳଙ୍ଗା ଥାନା । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ପୁରା ଥାନା ଛିନଛତ୍ର ହୋଇଯାଇଛି । ଏହାର ତଦନ୍ତ କରି ଏସ୍ଆଇଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଏ । ସୋମବାର ରାତି ପ୍ରାୟ ୧୨ଟା ୧୫ରେ ଏଭଳି ଭୟଙ୍କର ବିସ୍ଫୋରଣ ହୋଇଥିବା ପୁଲିସ କହିଛି । ନିର୍ବାଚନ ଡୁ୍ୟଟିରେ ସମସ୍ତ କର୍ମଚାରୀ ପାଟ୍ରୋଲିଂରେ ଥିବାବେଳେ ସେଣ୍ଟ୍ରି ଦାୟିତ୍ୱରେ ଥିବା କନେଷ୍ଟବଳ ସରୋଜ ବେହେରା ଏହି ପ୍ରଚଣ୍ଡ ବିସ୍ଫୋରଣରୁ ବର୍ତ୍ତି ଯାଇଛନ୍ତି । କିନ୍ତୁ ଥାନା ଭିତରେ ଥିବା ସମସ୍ତ ଆସବାବପତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଏପରିକି ଥାନା ପାଖରେ ଥିବା ବିଏସଏନଏଲର ଏକ ଟାୱାର ମଧ୍ୟ ତଳେ ଗଳି ପଡ଼ିଛି ।
ଉପନିର୍ବାଚନ ପାଇଁ ପିପିଲି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଥିବାବେଳେ ମତଦାନ ପୂର୍ବରୁ ରହସ୍ୟଜନକ ଭାବେ ଥାନା ଉଡ଼ିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଥାନାର ମାଲଖାନାରେ ଥିବା ଜବତ ବିସ୍ଫୋରକ ସାମଗ୍ରୀ ପାଇଁ ଏଭଳି ଘଟଣା ଘଟିଥାଇପାରେ ବୋଲି ପୁଲିସ ସନେ୍ଦହ କରୁଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଓ ବମ୍ ସ୍କ୍ୱାର୍ଡ ତନ୍ନ ତନ୍ନ କରି ତଦନ୍ତ କରିଛନ୍ତି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍ପି କେ.ବିଶାଲ ସିଂ, ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ତେବେ ଘଟଣାସ୍ଥଳ ଅନୁଧ୍ୟାନ କରି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି, ଘଟଣାର ତଦନ୍ତ ହେବ । ସରଜମିନ ତଦନ୍ତ ପରେ ପ୍ରକୃତ କଥା ଜଣାପଡ଼ିବ । ମାଲଖାନା ଭିତରେ କେଉଁ ଅଧିକାରୀ ବିସ୍ଫୋରକ ସାମଗ୍ରୀ ରଖିଥିଲେ ତାହା ତଦନ୍ତ ପରେ ହିଁ ପଦାକୁ ଆସିବ । ଘଟଣା ପାଇଁ ଯିଏ ବି ଦାୟୀ ଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons