ବ୍ୟାପିଲା ଡେଙ୍ଗୁ:ଘରେଘରେ ପଡ଼ିଛନ୍ତି ଆକ୍ରାନ୍ତ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ବର୍ତ୍ତମାନ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି । ରାୟଗଡ଼ା ସହରଠାରୁ ଆରମ୍ଭ କରି ଜେକେପୁରଠାରେ ଗତ କିଛିଦିନ ତଳେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଏହା କୋଲନରା ବ୍ଲକ୍କୁ ବ୍ୟାପିଛି । କୋଲନରା ବ୍ଲକ ଗୌଡ଼ ଲେଲିବାଡ଼ି ଗାଁରେ ଗତ ଦୁଇଦିନ ମଧ୍ୟରେ ୨ ଜଣଙ୍କ ଏହି ରୋଗରେ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏହାବାଦ୍ ଘରେଘରେ ପଡ଼ିଛନ୍ତି ଡେଙ୍ଗୁ ଆକ୍ରାନ୍ତ । ମୃତକମାନେ ହେଲେ ପ୍ରଦୀପ ହାଡ଼ିବଂଶ(୪୦) ଏବଂ ସୁଦର୍ଶନ କଂଟାବଂଶ(୪୪) । ବର୍ତ୍ତର୍ମାନ ସୁଦ୍ଧା ୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ତେବେ ପ୍ରାୟ ୫୦ ଆକ୍ରାନ୍ତ ଚିକିତ୍ସା ଅପେକ୍ଷାରେ ରହିଥିବା ସୂଚନା ହସ୍ତଗତ ହୋଇଛି । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଠିକ୍ ଭାବେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଡେଙ୍ଗୁରେ ଲୋକଙ୍କ ଜୀବନ ଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୮ ଦିନ ହେଲା ଗାଁରେ ଜଣକ ପରେ ଜଣେ ଜ୍ୱରରେ ପୀଡ଼ିତ ହୋଇଥିଲେ । ସମସ୍ତେ ଏହା ଭାଇରାଲ୍ ଫିବର ଭାବି ରହିଥିଲେ । ପଡେ଼ାଶୀ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ଠାରେ ପ୍ରଥମ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଖୁ ଦେଖୁ ଏହା ସମଗ୍ର ଗାଁକୁ ବ୍ୟାପିଯାଇଥିଲା । ଫଳରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ଶୁକ୍ରବାର ପ୍ରଦୀପ ହାଡ଼ିବଂଶ(୪୦) ଏବଂ ଆଜି ସୁଦର୍ଶନ କଂଟାବଂଶ(୪୪)ଙ୍କ ମୃତୁ୍ୟ ଘଟିଛି । ପ୍ରଦୀପ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ସୁଦର୍ଶନ ନିଜ ଘରେ ମୃତୁ୍ୟବରଣ କରିଥିଲେ । ଅପରପକ୍ଷରେ, ଗତ ୧୫ ତାରିଖ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୦ଟି ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ସେଥିରୁ ୭ଟି ଡେଙ୍ଗୁ ପଜିଟିଭ୍ ବାହାରିଛି । ଏହି ୭ ଜଣ ହେଲେ ଜାନକୀ କଂଟାବଂଶ(୩୬), ଗୁଣ୍ଡୁଚି କଂଟାବଂଶ(୪୦), ପ୍ରତାପ କଂଟାବଂଶ(୨୧), ଭିଙ୍ଗେ କଂଟାବଂଶ(୭୫), ମମତା ନାଗବଂଶ(୨୫), ଗମ୍ଭାଲା ହାତୀବଂଶ(୪୮) ଏବଂ ରେଣୁ ହାତୀବଂଶ(୨୨) । ତେବେ ଗାଁରେ ଆହୁରି ୫୦ ଜଣ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ ରଘୁନାଥ କଣ୍ଟାବଂଶ, ଅନନ୍ତ କଣ୍ଟାବଂଶ, ଡାଲମେ ମାଣ୍ଡାଙ୍ଗି, କାର୍ତ୍ତିର୍କ କଣ୍ଟାବଂଶ, ସୁମନି କଣ୍ଟାବଂଶ, ପୁନେଇ କଣ୍ଟାବଂଶ, ସାଇନା କଣ୍ଟାବଂଶ ଏବଂ ଚନ୍ଦ୍ରମା କଣ୍ଟାବଂଶଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଗାଁରେ ୭ଟି ସାହିରେ ୧୮୦ ପରିବାର ବସବାସ କରୁଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି ଗାଁ ଥିବା ସତ୍ତେ୍ୱ ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନ ଥିଲା । ସ୍ୱାସ୍ଥ୍ୟ ବିଭାଗ ଜାଣିଶୁଣି ଅବହେଳା କରୁଥିବା ଅଭିଯୋଗ ହୋଇଛି । ଜଣେ ଆଶାକର୍ମୀ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କେତେଜଣ କୋଲନରା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ଚିକିତ୍ସିତ ହୋଇଛନ୍ତି । ସେମାନଙ୍କ ନମୁନାରେ ଡେଙ୍ଗୁ ବାହାରିବା ସତ୍ତେ୍ୱ ସ୍ୱାସ୍ଥ୍ୟ ବିଭାଗ ଅବହେଳା କରୁଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷେ ଗାଁର ଅନେକ ଜଣ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ଯାଇ ଚିକିତ୍ସିତ ହେଉଛନ୍ତି । ଗାଁର ଦୂଷିତ ପରିବେଶ ଯୋଗୁଁ ଡେଙ୍ଗୁ ବ୍ୟାପିଥିବା ଅନୁମାନ କରାଯାଉଛି । ଗାଁର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଆବର୍ଜନା ସାଙ୍ଗକୁ ମଇଳାପାଣି ଜମାଟବାନ୍ଧି ରହିଛି । ଫଳରେ ଏଡିସ୍ ମଶାକୁ ଏହା ବେଶ୍ ସୁହାଉଛି । ଏହି ଗାଁରେ ଡେଙ୍ଗୁ ବ୍ୟାପିବା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତ୍ତର୍ବନ୍ଧୁ ନାୟକଙ୍କୁ ପଚାରିବାରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗାଁକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବ ବୋଲି କହିଛନ୍ତି । ଏତଦ୍ବ୍ୟତୀତ ସଫେଇ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିିତ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons