ଭାସୁଥିବା ପଥର ସମୁଦ୍ରରୁ ପାଇଲେ ଯୁବକ

Get real time updates directly on you device, subscribe now.

ପୁରୀ, (ବି.ବି.ବୁ୍ୟରୋ): ପୁରୀ ମହୋଦଧିରୁ ଏକ ଭାସମାନ ପଥର ପାଇଛନ୍ତି ପୁରୀ ମାଟିଆପଡା ଲେନ୍-୫ ଯୋଗମାୟା କଲୋନିର ଜଣେ ଯୁବକ । ସୋସିଆଲ ମିଡିଆରେ ଯୁବକ ଜଣକ ପାଇଥିବା ଏହି ପଥରକୁ ଦେଖାଇବା ପରେ ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କ ନାମ ସୁରେନ୍ଦ୍ର କୁମାର ଜାଲି । ସେ ଜଣେ ଅଟୋ ଚାଳକ । ଗତକାଲି ଠାକୁରାଣୀ ଭସାଣ ସାରି ମହୋଦଧିରୁ ଆସିବାକୁ ବାହାରିବା ବେଳେ ପଥରଟି ଭାସି ଭାସି ଆସି ତାଙ୍କ ନିକଟରେ ଲାଗିଥିଲା । ଯାହାକୁ ପାଇବା ପରେ ସେ ଏହାକୁ ଆଣି ଘରେ ରଖିଥିଲେ । ପଥରଟିକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇ ଏହା ଏକ ଅଲୌକିକ ପଥର ଓ ରାମ ସେତୁ ନିକଟରୁ ଆସିଥିବା ଅନୁମାନ କରି ଏହାର ଅଧିକ ଗବେଷଣା କରାଯିବା ଉଚିତ୍ ବୋଲି ଶମ୍ଭୁନାଥ ଖୁଣ୍ଟିଆଙ୍କ ସହ ଶ୍ରୀ ଜାଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons