ଭିଜିଲାନ୍ସ କବଜାରେ ମୋଟୁ ଥାନା ଆଇଆଇସି

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କ ବାଲିଅନ୍ତା ଥାନା ଅନ୍ତର୍ଗତ ନଖରାସ୍ଥିତ ବାସଭବନ ଏବଂ କଟକ ରାଣୀହାଟସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି । ଖବର ଲେଖାଯିବା ସୁଦ୍ଧା ଉଭୟ ସ୍ଥାନରେ ଭିଜିଲାନ୍ସ ଟିମ୍ ତନାଘନା ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ, ଶ୍ରୀ ସାହୁ ଆଜି ମୋଟରୁ ଫୁଲନଖରାସ୍ଥିତ ପୈତୃକ ଘରକୁ ଏକ କାର୍ରେ ଫେରୁଥିଲେ । ସେ ଉକ୍ତ ଗାଡ଼ିରେ ଟଙ୍କା ଧରି ଫେରୁଥିବା ଭିଜିଲାନ୍ସ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଉକ୍ତ କାରରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା । ପରେ ଭିଜିଲାନ୍ସର ଦୁଇଟି ନଖରାସ୍ଥିତ ଶ୍ରୀ ସାହୁଙ୍କ ପୈତୃକ ଘର ଏବଂ କଟକସ୍ଥିତ ତାଙ୍କ ଶ୍ୱଶୁର ଘରେ ଚଢ଼ଉ ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons