ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧୀକ୍ଷକ

Get real time updates directly on you device, subscribe now.

ଦେବଗଡ଼, (ବି.ବି.ନୁ୍ୟଜ): ବିଭାଗୀୟ କର୍ମଚାରୀ ମହଲରେ ବିଭିନ୍ନ ବାଦ ବିବାଦ ସହ ଜିଲ୍ଲା ଅବକାରୀ ଅଧୀକ୍ଷକ ଥିବା ଅଜିତ୍ ମହାପାତ୍ର ଆଜି ସନ୍ଧ୍ୟାରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଜଣେ ଲାଇସେନ୍ସପ୍ରାପ୍ତ ମଦଭାଟି ମାଲିକଙ୍କ ଠାରୁ ଅଧସ୍ଥନ କର୍ମଚାରୀଙ୍କ ଜରିଆରେ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସମ୍ପୃକ୍ତ ଅଧିକାରୀ ଓ ଅବକାରୀ ଅଧୀକ୍ଷକଙ୍କୁ କାବୁ କରିଛି । ଏନେଇ ଅଧିକ ଖୋଳତାଡ଼ ଜାରି ରହିଛି ।
ଅଭିଯୋଗ ମୁତାବକ ବଦଳି କରିବା ଧମକ ଦେଇ ଅଧିନସ୍ଥ କର୍ମଚାରୀଙ୍କ ଜରିଆରେ ମାସିକିଆ ଅସୁଲି କରୁଥିବା ଓ ଆୟ ବହିର୍ଭୁତ ସମ୍ପତି ଠୁଳ ଥିବା ଅଭିଯୋଗ ହେବା ପରେ ଏଭଳି ଚଢଉ ହୋଇଥିବା କୁହାଯାଉଛି । ଏହି ମର୍ମରେ ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ ଡିଏସପିଙ୍କ ନେତୃତ୍ୱରେ ୪ଟି ଭିଜିଲାନ୍ସ ସ୍କ୍ୱାଡ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଜିଲ୍ଲା ସଦର ମହକୁମା ଓ ବାରକୋଟ ଅବକାରୀ କାର୍ଯ୍ୟାଳୟରେ ଚଢଉ କରି ଖୋଲତାଡ଼ କରୁଥିବା ବେଳେ ଅନ୍ୟ ୩ଟି ସ୍କ୍ୱାଡ୍ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଶ୍ରୀ ମହାପାତ୍ରଙ୍କ ପୈତୃକ ଘରେ ଚଢ଼ଉ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏକ ମିଟିଂରୁ ଫେରି କାର୍ଯ୍ୟାଳୟରେ ଥିବା ଶ୍ରୀ ମହାପାତ୍ରଙ୍କ ଠାରୁ ଭିଜିଲାନ୍ସ ସ୍କ୍ୱାଡ୍ ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । ଏଥିସହ ତାଙ୍କୁ ଅଗ୍ରିମ ଭାବେ ଟଙ୍କା ଆଣିଦେଇଥିବା ବାରକୋଟ ଏଏସ୍ଆଇ ମଥୁରା ପ୍ରଧାନଙ୍କୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରୁ କାବୁ କରିବା ସହ ଅନ୍ୟଏକ ସ୍କ୍ୱାଡ୍ ତାଙ୍କୁ ନେଇ ବାରକୋଟ କାର୍ଯ୍ୟାଳୟରେ ଖାନତଲାସ କରୁଥିବା ସୂଚନା ମିଳିଛି ।
ସୂଚନା ମତେ ଗତ ୧୦ ମାସ ହେଲା ଜିଲ୍ଲାକୁ ବଦଳି ଆସିବା ସହ ଶ୍ରୀ ମହାପାତ୍ର ବିଭିନ୍ନ ସମୟରେ ଅଧିନସ୍ଥ ଅଧିକାରୀ ଓ ତଳତଳିଆ କର୍ମଚାରୀ, ମଦଭାଟି ମାଲିକଙ୍କୁ ନାନା ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଆସୁଥିଲା । ଏପରିକି ନିର୍ଦ୍ଧିଷ୍ଟ କିଛି ଗୋଡ଼ାଣିଅାଁ ଅଧିକାରୀଙ୍କୁ ନେଇ ଶ୍ରୀ ମହାପାତ୍ର ମାସିକିଆ ବଟି ଆଦାୟ କରୁଥିବା ଭଳି ଅଭିଯୋଗ ମଧ୍ୟ ଉଠିଥିଲା । ବାରକୋଟ ସେrନରେ ଆସୁଥିବା ଲାଇସେନ୍ସପ୍ରାପ୍ତ କଲା ଦେଶୀମଦ ଭାଟି ମାଲିକ ସମ୍ବଲପୁର ଜିଲ୍ଲା କୁସୁମୀ ନିବାସୀ ରାଜେନ୍ଦ୍ର ପ୍ରସାଦ ଜୟସ୍ୱାଲଙ୍କୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ । ରାଉରକେଲାରେ ରହୁଥିବା ସମ୍ପୃକ୍ତ ଭାଟି ମାଲିକ ଶ୍ରୀ ଜୟସ୍ୱାଲ ୨ ଲକ୍ଷ ୮୦ ହଜାର ଟଙ୍କାରେ ରାଜି ପଡିବା ସହ ଆଜି ଅଗ୍ରିମ ଭାବେ ୧ ଲକ୍ଷ ୫୦ ହଜାର ଟଙ୍କା ବାରକୋଟ ଏଏସଆଇ ମଥୁରା ପ୍ରଧାନଙ୍କ ହାତରେ ଶ୍ରୀ ମହାପାତ୍ରଙ୍କ ନିକଟକୁ ପଠାଇଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଉକ୍ତ ଭିଜିଲାନ୍ସ ସ୍କ୍ୱାଡ୍ ଆଜି ସନ୍ଧ୍ୟାରେ ଦେବଗଡ ଓ ବାରକୋଟ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons