ଭିଜିଲାନ୍ସ ପଞ୍ଝାରେ କୋଟିପତି ବ୍ଲକ୍ ଯନ୍ତ୍ରୀ

Get real time updates directly on you device, subscribe now.

ଦେବଗଡ,(ବି.ବି.ନୁ୍ୟଜ): ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଣିଅାଁକିଲିଣ୍ଡା, ଛେପିଲିପାଲି ଓ ବଡ଼ଛାପଲ ଆଦି ୩ ପଞ୍ଚାୟତର କନିÂ ଯନ୍ତ୍ରୀ ଥିବା ବାରକୋଟ ବ୍ଲକ ବଳମ ଗାଁର ଇଂ. ବିକାଶ ବେହେରା ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଏପରିକି ତାଙ୍କ ଦେବଗଡ଼ ଥାନା ବଳମ ଗାଁର ପୈତୃକ ବାସଭବନ ଓ କଣ୍ଢଳ ଗାଁ ସ୍ଥିତ ଶ୍ୱଶୁର ଘର ସହ ବ୍ଲକ କାର୍ଯ୍ୟାଳୟ ଆଦି ୩ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି । ସମ୍ପୃକ୍ତ ଯନ୍ତ୍ରୀ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଅଦ୍ୟାବଧି ମୋଟ ୧ କୋଟି ୨ ଲକ୍ଷ ୫୨ ହଜାର ୩୬୧ ଟଙ୍କା ମୂଲ୍ୟର ସମ୍ପତ୍ତି ଭିଜିଲାନ୍ସ ବିଭାଗ ପ୍ରାଥମିକ ଭାବେ ଆକଳନ କରିଛି । ସେଥିମଧ୍ୟରେ ଗୋଟିଏ ବୋଲେରୋ, ୪୦୦ ଗ୍ରାମ ସୁନାଗହଣା ତଥା ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୬୦ଟି ଜମିପଟ୍ଟା ସହ ନଗଦ ୨ଲକ୍ଷ ୯୮ ହଜାର ଟଙ୍କା ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହ ଜବତ୍ ହୋଇଥିବା ସମସ୍ତ କାଗଜାତ ତଦନ୍ତ କଲା ପରେ ଯାଇ ସଠିକ୍ ପରିମାଣ ଜଣାପଡିବ ବୋଲି ଭିଜିଲାନ୍ସ ବିଭାଗ କହିଛି । ତେବେ ରାତି ପର୍ଯ୍ୟନ୍ତ ଚଢ଼ଉ ଚାଲିଥିବାରୁ ସଠିକ୍ ମୂଲ୍ୟ ଜଣାପଡି ନଥିଲେ ମଧ୍ୟ ଇଂ. ବେହେରାଙ୍କ ଠାରୁ ସମ୍ଭାବ୍ୟ ଦେଢ଼ କୋଟିର ସମ୍ପତ୍ତି ଠାବ ହେବାର ଭିଜିଲାନ୍ସ ଅନୁମାନ କରୁଛି । ଅନ୍ୟପକ୍ଷରେ ଉକ୍ତ ସମ୍ପତ୍ତି ସବୁ ପୂର୍ବରୁ ମହୁଲ ବ୍ୟବସାୟୀ ତାଙ୍କ ବାପା ଓ ଭାଇଙ୍କ କଷ୍ଟ ଉପାର୍ଜିତ ଧନ ଓ ତାଙ୍କ ପରିବାର ନାଁରେ ଏବେ ସ୍ଥାନୀୟ ଉକ୍ରଳ ବ୍ୟାଙ୍କରେ ସିସି ଆକାଉଣ୍ଟ ସହ ୪୨ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ରହିଥିବା ଇଂ. ବେହେରା ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସୂଚନା ମତେ ୨୦୧୫ ମସିହାରେ ଚାକିରୀ ଆରମ୍ଭ କରିଥିବା ସମ୍ପୃକ୍ତ ଇଂ. ବେହେରା ବିଭିନ୍ନ ସମୟରେ ନିଜ ଅଧିନ କର୍ମଚାରୀଙ୍କୁ ଅଣଦେଖା କରିବା ସହ ମନଇଚ୍ଛା କାମ କରିଆସୁଥିଲେ ବୋଲି ଦୀର୍ଘଦିନ ହେଲା ଅଭିଯୋଗ ହୋଇଆସୁଥିଲା । ଏପରିକି ନିର୍ଦ୍ଧିଷ୍ଟ କିଛି ଗୋଡାଣିଅାଁ ଠିକାଦାର୍ଙ୍କୁ ନେଇ ସମ୍ପୃକ୍ତ ଯନ୍ତ୍ରୀ ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଜନଆକ୍ରୋଶର ସାମ୍ନା କରୁଥିଲେ । ଫଳରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ପାଇବା ପରେ ସମ୍ବଲପୁର ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ନିଦେ୍ର୍ଧଶ କ୍ରମେ ରାଉରକେଲା ଡିଏସ୍ପି ବିରେନ୍ଦ୍ର ନାଏକଙ୍କ ନେତୃତ୍ୱରେ ସୁନ୍ଦରଗଡ଼, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠିତ ୨୦ ଜଣିଅାଁ ୨ଟି ଭିଜିଲାନ୍ସ ସ୍କ୍ୱାଡ୍ ଆଜି ସକାଳୁ ଜିପିଟିଏ ଇଂ. ବେହେରାଙ୍କ ଘର, ଶ୍ୱଶୁରାଳୟ ଓ ଅଫିସ୍ରେ ଏକକାଳୀନ ଛାପା ମାରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons