ମଙ୍ଗଳବାର ଦିନ ୧୦ସୁଦ୍ଧା ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର

Get real time updates directly on you device, subscribe now.

ଭୁବନେଶ୍ୱର: ବାତ୍ୟା ୟାସ୍‌ର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସ୍‌ମିଟରେ SRCଙ୍କ ସୂଚନା। ବାତ୍ୟା ଭିତରକନିକା, ଧାମରା, ଚାନ୍ଦବାଲି ଅଞ୍ଚଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି। ଆଜି ସନ୍ଧ୍ୟା ପରଠାରୁ ପବନ ବଢିବାର ଆଶଙ୍କା ରହିଛି। ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ଆଜି ଦିନ ୧୦ଟା ସୁଦ୍ଧା ୫୦ରୁ ୬୦ ହଜାରଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍ । ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ । ୨୬ ତାରିଖ ଦ୍ୱିପ୍ରହରରେ ୟାସ୍ ସ୍ଥଳଭାଗ ଅତିକ୍ରମ କରିବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇବ ବୋଲି ସେ କହିଛନ୍ତି । ଏହା ସହ ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ । ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୟାସର ପ୍ରଭାବ ପଡ଼ିବ। ସେହିଭଳି ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରିଛନ୍ତି IMD ମହାନିର୍ଦ୍ଦେଶକ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons