ମଣ୍ଡଳ କାରାଗାରରେ ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ବୀର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୮୦ତମ ସହିଦ ଦିବସ ପାଳିତ ହୋଇଛି । ସ୍ଥାନୀୟ ମଣ୍ଡଳ କାରାଗାରରେ ଅନୁÂିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ମନ୍ଦିର ଏବଂ ପ୍ରତିମୂର୍ତ୍ତିର୍ରେ ମାଲ୍ୟାର୍ପଣ କରାଯାଇ ବୀରଙ୍କ ସ୍ମୃତିଚାରଣ କରାଯାଇଥିଲା । ଜିଲ୍ଲାସ୍ତରୀୟ ଉତ୍ସବରେ ଅତିଥି ଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଲକ୍ଷ୍ମଣ ନାୟକଙ୍କ ଅସୀମ ତ୍ୟାଗ ଓ ଦେଶ ଭକ୍ତ ସ୍ୱର୍ଣ୍ଣାକ୍ଷରରେ ସଦା ଲିପିବଦ୍ଧ ହୋଇରହିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ମିଥ୍ୟା ଆରୋପରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦେବା ପାଇଁ ୧୯୪୨ ମସିହା ନଭେମ୍ୱର ୧୬ ତାରିଖରେ ବ୍ରହ୍ମପୁର ଜେଲକୁ ସ୍ଥାନିତ କରାଯାଇ ଥିଲା । ୧୯୪୩ ମାର୍ଚ୍ଚ ୨୯ ଭୋର୍ ୫ଟାରେ ୪୩ ବର୍ଷ ବୟସରେ ବ୍ରହ୍ମପୁର ଜେଲରେ ତାଙ୍କୁ ଫାଶୀ ଦିଆଯାଇଥିଲା । ଫାଶୀ ପୂର୍ବରୁ ନିଜର ଇଚ୍ଛା ପ୍ରକାଶ କରି ଲକ୍ଷ୍ମଣ ନାୟକ କହିଥିଲେ “ସୂର୍ଯ୍ୟ ଯଦି ସତ୍ୟ ହୋଇଥାଏ, ଚନ୍ଦ୍ର ଯଦି ସତ୍ୟ ହୋଇଥାଏ, ତେବେ ଭାରତମାତା ଯେ ସ୍ୱାଧୀନ ହେବ ତାହା ସେହିପରି ସତ୍ୟ ହେବ’ । ଲକ୍ଷ୍ମଣ ନାୟକଙ୍କ ଶେଷ ବାଣୀ ସତ୍ୟ ହେଲା । ବ୍ରିଟିଶ୍ ଶାସନରୁ ଭାରତ ମାତା ସ୍ୱାଧୀନ ହୋଇଥିଲା ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ସକାଶେ ସେଣ୍ଟ୍ରାଲ୍ ହଲ୍ ଠାରେ ଥିବା ଶବ୍ଦ ଓ ପ୍ରଚାର ଯନ୍ତ୍ରକୁ ଉଦ୍ଘାଟନ କରିଥିଲେ । ଏହି ଶବ୍ଦ ଓ ପ୍ରଚାର ଯନ୍ତ୍ର ଦ୍ୱାରା ଅନ୍ତେବାସୀଙ୍କୁ ଭଜନ ଓ ସମସ୍ତ ସୂଚନା ପହଞ୍ଚାଇବା ସହଜ ହେବ ବୋଲି ମଣ୍ଡଳ କାରାଗାର ବରିÂ ଅଧିକ୍ଷକ ଗରିବ ସାହୁ ଅବଗତ କରାଇଥିଲେ । ଜେଲର୍ ସତ୍ୟନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ, ବିଭାଗର ବରିÂ କର୍ମଚାରୀ ଲୋକନାଥ ଶତପଥୀ ଓ କାରାଗାରର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons