ମଦ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ଜୟପୁର,(ଦେବଦତ୍ତ ପାଣିଙ୍କଠାରୁ): ବେଆଇନ ମଦ ଚାଲାଣ ଅଭିଯୋଗରେ ଟାଉନ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ସ୍ଥାନୀୟ ଗୋପବନ୍ଧୁ ନଗରର ସୁନୀଲ ସାଗର(୪୨) । ତା’ ପାଖରୁ ଗୋଟିଏ ସାଇକେଲ ସହ ୨୦ ଲିଟର ମଦ ଜବତ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଏଏସ୍ଆଇ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଏବଂ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏକତାଗୁଡ଼ା ବ୍ରିଜ୍ ଛକ ନିକଟରେ ଯାଞ୍ଚ ଚାଲିଥିବା ବେଳେ ସୁନୀଲ ଏକ ସାଇକେଲରେ ବସ୍ତା ବାନ୍ଧି ଆସୁଥିଲା । ଯାଞ୍ଚ ବେଳେ ବସ୍ତାରେ ୨ଟି ଟୁ୍ୟବ୍ରେ ମଦ ଥିବା ଦେଖିବାକୁ ମିଳିଥିଲା । କଳାଗୁଡ଼ାରୁ ସହରକୁ ମଦ ବିକ୍ରି ଲାଗି ଆଣୁଥିବା ସେ ସ୍ୱୀକାର କରିଥିଲା । ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଛି । ଏଏସ୍ଆଇ ବିଷ୍ଣୁ ମାଡ଼କାମୀ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons