ମରୁଡ଼ି ଘୋଷଣା ଅବହେଳାକୁ ନେଇ ଗର୍ଜିଲେ ଚାଷୀ

Get real time updates directly on you device, subscribe now.

ପଦ୍ମପୁର,(ବି.ବି.ନୁ୍ୟଜ): ପଦ୍ମପୁର ଉପଖଣ୍ଡକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଜି ସ୍ଥାନୀୟ ଗୋରୁ ବଜାର ଠାରେ ବିରାଟ କୃଷକ ସମାବେଶ ଆୟୋଜିତ ହୋଇଛି । ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ତୁରନ୍ତ ମରୁଡି ଘୋଷଣା କରନ୍ତୁ ବୋଲି ଦାବି କରିବା ସହ କୃଷି ଋଣ ଛାଡ ଆଦି ୮ ଦଫା ସମ୍ବଳିତ ଦାବିପତ୍ର ସରକାରଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରାଯାଇଛି ।
ରାଜବୋଡାସମ୍ବର ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ ଠାରୁ ଗ୍ରାମାଞ୍ଚଳର ଚାଷୀ ଭାଇମାନେ ପୂର୍ବାହ୍ନରେ ଏକ ବିଶାଳ ଶୋଭାଯାତ୍ରାରେ ପଦ୍ମପୁର ସହରର ଗୋରୁବଜାର ରୁ ବାହାରି ଥାନାଛକ, ଭେଉଁରିଆ ଛକ ବୁଲି ପୁଣି ଗୋରୁବଜାର କୁ ଆସିଥିଲେ । ପଦ୍ମପୁର ସହର ପରିକ୍ରମାରେ କୃଷକ ଏକତା ଜିନ୍ଦାବାଦ ଓ ଆମର ଦାବି ପୂରଣ ହେଉ ନାରା ସହିତ ଫ୍ଲାr ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇ ସାରା ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୦ଟି କୃଷକ ସଂଗଠନରୁ କୃଷକ,ମହିଳା ଛାତ୍ର,ଯୁବକ ସାମିଲ ହୋଇଥିଲେ ।
ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନ, ପ୍ରବକ୍ତା ସରୋଜ ମହାନ୍ତି, ସମ୍ବଲପୁର ଜିଲ୍ଲା କୃଷକ ସଂଗଠନର ସଭାପତି ବ୍ୟୋମକେଶ ଠାକୁର,ଦେବେନ ପ୍ରଧାନ, ଜୟକିଶାନ ଆନେ୍ଦାଳନ ବରଗଡରୁ ହର ବନିଆ, ସୁଶୀଲ ସାହୁ, ସୁରେନ୍ଦ୍ର ମେହେର, ନାଗରିକ କମିଟି ପଦ୍ମପୁରରୁ ଆଇନଜୀବୀ ଅଜିତ ଶତପଥି, ପଦ୍ମପୁର ବାର ଏସାସିଏସନ ସଭାପତି ଗୌନ୍ତିିଆ ସାହୁ, ସଂପାଦକ ଏଡଭାକେଟ ପ୍ରଶାନ୍ତ ମାଝୀ, ଡ୍ରାଇଭର ସଂଘର ସଭାପତି ଲବଣୀ ସାହୁ, ଦେବକୀ ଭାଟ, କ୍ଷୀରବତୀ ବାଗ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ସରକାରଙ୍କ ଚାଷୀଙ୍କ ପ୍ରତି ଅବହେଳା ମନୋବୃତ୍ତିର ତୀବ୍ର ସମାଲୋଚନା କରିଥିଲେ । ପର୍ଯ୍ୟାପ୍ତ ଜଳଉତ୍ସ ଥିଲେ ହେଁ ସ୍ୱାଧିନତା ୭୫ବର୍ଷ ପରେ ମଧ୍ୟ ପଦ୍ମପୁର ଉପଖଣ୍ଡରେ ଜଳ ସେଚନର ଆବଶ୍ୟକ ବ୍ୟବସ୍ଥା କରାଯାଇନି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଦଳୀୟ ନେତାମାନଙ୍କ ନିଜସ୍ୱ ସ୍ୱାର୍ଥରେ ଅନ୍ଧ ପୁଟୁଳି ଆଖିରେ ବାନ୍ଧି ଅଞ୍ଚଳଟିକୁ ବଳି ପକେଇ ଦେଇଛନ୍ତି ବୋଲି ଚାଷୀ ନେତା ମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଗଭୀର ନଳକୂପ ଖନନ କରି ଜଳସେଚନର ସୁବିଧା ହୋଇଥାଇପାରେ, ସତ କିନ୍ତୁ ଚାଷୀଙ୍କୁ ବିଦୁ୍ୟତ୍ବିଲ, ବିଜୁଳିର ମନମୁତାବକ ଲୁଚକାଳି ଖେଳ, ଅହେତୁକ ଦରଦାମ ବୃଦ୍ଧି ଇତ୍ୟାଦି ଅଣ୍ଟାକୁ ସବଳ କରିବ କଣ ସମ୍ପୁର୍ଣ୍ଣ ଦୁର୍ବଳ କରି ସାରିଛି । ଚଳିତ ୨୦୨୧ ଖରିଫ ଫସଲର ଅବଧି କେଇଟା ଦିନ ଗଲେ ଏକ ପ୍ରକାର ସମାପ୍ତ ପ୍ରାୟ ଅଥଚ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ କେବେ? ବୋଲି ଚାଷୀ ଆହ୍ୱାନ କରିଥିଲେ । ଏ ଅବସରରେ ୨୦୨୧ଖରିଫ ଫସଲକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା ସହ ୨୦୧୫ ସାଲରେ ଘୋଷିତ ଇନପୁଟ ସବସିଡିକୁ ବର୍ତ୍ତମାନ ବଜାର ର ମୂଲ୍ୟକୁ ଦେଖି ମୂଲ୍ୟାଙ୍କନ କରାଯାଉ, ଏକର ପିଛା କ୍ଷତିପୂରଣ ରାଶି ୧୦ ହଜାର ଟଙ୍କା, କୃଷିଋଣ ଛାଡ, ସମସ୍ତ ଜମିକୁ ଜଳସେଚନ ଆଦି ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏହି ସମାବେଶରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସକାଶେ ବରଗଡର ସଂକଳ୍ପ ପରିବାର, କବି ହରିଲାଲ ସାହୁ, ଗୋ ସେବକ ଭାବେ ଅଶୋକ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜବୋଡାସମ୍ବର କୃଷକ ସଂଗଠନର ସଭାପତି ବା‚ାନିଧି ନାଏକ, ଆବାହକ ଅଶୋକସାହୁ, ଜୟକିଶାନ ଆନେ୍ଦାଳନ ବରଗଡର ରମେଶ ମହାପାତ୍ର ପ୍ରମୁଖ ସମାବେଶ ଆୟୋଜନର ନେତୃ୍ୟତ୍ୱ ନେଇଥିଲେ । ରାଜ ବୋଡାସମ୍ବର କୃଷକ ସଂଗଠନର ରୋହିତ ପ୍ରଧାନ ଏବଂ କୈଳାସ ବାରିକ ମଞ୍ଚରେ ସଂଯୋଜନା କରିଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ଚାଷୀ ସାମିଲ୍ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons