ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ୩ରୁ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ମହାପ୍ରଭୁଙ୍କ ୨୧ଦିନିଆ ବାହାର ଚନ୍ଦନଯାତ୍ରା ପ୍ରସ୍ତୁତି ଜୋର ଧରିଛି । ଭକ୍ତଙ୍କ ଗହଣରେ ଚନ୍ଦନଠାକୁର ବଡ଼ଦାଣ୍ଡକୁ ଓହ୍ଲାଇବେ । ନରେନ୍ଦ୍ର ତୀର୍ଥ ପୁଷ୍କରଣୀରେ ନୌବିହାର କରିବେ । ଏହି ଦିନ ଅକ୍ଷୟ ତୃତୀୟ ତିଥିରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ଅନୁକୂଳ ହେବ । ଶୃଙ୍ଖଳାର ସହ ଏହି ପାର୍ବଣକୁ ସମ୍ପନ୍ନ କରିବାକୁ ଶନିବାର ଶ୍ରୀମନ୍ଦିର ଉପପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁÂିତ ହୋଇଛି । ବୈଠକରେ ଯାତ୍ରା ସେବା ସହ ଯୋଡ଼ି ହେଉଥିବା ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଯୋଗ ଦେଇଥିଲେ ।
ବୈଠକ ପରେ ଜିଲ୍ଲାପାଳ କହିଥିଲେ ଚନ୍ଦନଯାତ୍ରା ଓ ରଥଖଳା ନେଇ ଆଜି ପ୍ରଶାସନର ଶେଷ ସମନ୍ୱୟ କମିଟି ବୈଠକ ବସିଥିଲା । ୩ ତାରିଖରେ ବାହାର ଚନ୍ଦନ ଯାତ୍ରା ଓ ରଥଖଳାରେ ତିନି ରଥର ନିର୍ମାଣ ଅନୁକୂଳ ପର୍ବ ହେଉଛି । ଭକ୍ତମାନେ ଏହି ଯାତ୍ରାରେ ସାମିଲ ହେଉଥିବାର ସମସ୍ତ ପ୍ରକାର ଦିଗକୁ ପ୍ରଶାସନ ଗୁରୁତ୍ୱ ଦେଉଛି । ଖରାତାତିର ସମସ୍ୟା, ପାନୀୟ ଜଳ, ଓଆରଏସ୍ ଯୋଗାଣ, ନୀତି ଶୃଙ୍ଖଳା, ନୌବିହାର ସୁରକ୍ଷା, ବିଜୁଳି ଆଲୁଅ, ପରିବେଶ ପରିମଳ ତଥା ରଥଖଳାରେ ଯାବତୀୟ ପ୍ରସ୍ତୁତିର ସବିଶେଷ ଆଲେଚନା ହୋଇଛି । ଶ୍ରୀମନ୍ଦିର ପରିାଚାଳନା କମିଟିର ସମସ୍ତ ସଦସ୍ୟ, ପୁଲିସ, ମେଡିକାଲ, ମୁନିସିପାଲଟି, ଅଗ୍ନିଶମ, ମେଡିକାଲ, ପୂର୍ତ୍ତ ବିଭାଗ, ସମ୍ପୃକ୍ତ ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ବୈଠକରେ ଯୋଗଦେଇଥିଲେ ।
ନୀତି ଶୃଙ୍ଖଳା, ସୁରୁଖୁରୁରେ ବଡ଼ଦାଣ୍ଡରେ ଶୋଭାଯାତ୍ରା, ରଥଖଳା କାମ ସମ୍ପାଦନ, ରଥ ନିର୍ମାଣ ପୂଜା, ଠାକୁରଙ୍କ ଶୋଭାଯାତ୍ରାର ପ୍ରସ୍ତୁତି ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଥିଲେ ୨୦୨୨ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ ଆସନ୍ତା ୫ ତାରିଖରେ ଅନୁÂିତ ହେବ ।
ଆଜି ବୈଠକ ପୂର୍ବରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟ ରଥ ନିର୍ମାଣ ସହ ଯୋଡି ରହିଥିବା ସମସ୍ତ ସେବାୟତଙ୍କ ସହଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ସାରିଛି । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାରୁ ଆରମ୍ଭ କରି ନୌବିହାର ଓ ରଥଯାତ୍ରାର ତିନି ରଥ ନିର୍ମାଣ ସହ ଜଡିତ ରଥ ବିଶ୍ୱକର୍ମା, ଗରାବଡୁ, ପୂଜାପଣ୍ଡା, ବଡୁ ସୁଆର, ମହାଜନ, ବିମାନ ବଡୁ ପ୍ରମୁଖ ସେବାୟତ ନିଯୋଗ କର୍ମକର୍ତ୍ତା, ପଞ୍ଚ ମହାଦେବ ମନ୍ଦିର କମିଟି ସଦସ୍ୟଙ୍କ ସହ ଜିଲ୍ଲାପାଳ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ, ଶ୍ରୀମନ୍ଦିର ଯନ୍ତ୍ରୀ ପ୍ରମୁଖ ଆଲୋଚନା କରିଥିଲେ । ପୂର୍ବବର୍ଷ ଭଳି ପ୍ରଶାସନ ଓ ସେବାୟତମାନଙ୍କ ମହଲରେ ସମନ୍ୱୟ ରକ୍ଷା, ନୀତି ଶୃଙ୍ଖଳା, ବାହାର ଚନ୍ଦନଯାତ୍ରାର ଶୃଙ୍ଖଳିତ ନୌବିହାର ସମ୍ପନ୍ନ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons