ମହିଳାଙ୍କୁ ସାତବେଣ୍ଟିଆ କରି ଚୂନକାଳି ମାରି ବୁଲାଇଲେ

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ,(ବି.ବି.ନୁ୍ୟଜ): ଋଣ କରାଇ ଦେବାକୁ କହି ବିଫଳ ହୋଇଥିବା ଜଣେ ମହିଳାଙ୍କୁ ଏସ୍ଏଚ୍ଜିର କେତେଜଣ ସଦସ୍ୟା ଓ ସେମାନଙ୍କ ପୁରୁଷ ସହଯୋଗୀମାନେ କଙ୍ଗାରୁ କୋର୍ଟରେ ଦଣ୍ଡବିଧାନ କରିଛନ୍ତି । ତାଙ୍କୁ ଗୋଟିଏ ଦିନ ଅଟକ ରଖି ସାତବେଣ୍ଟିଆ କରି ମୁହଁରେ ଚୂନକଳା ବୋଳି ବିଚ୍ ରାସ୍ତାରେ ବୁଲାଇଛନ୍ତି । ଅତ୍ୟାଚାରର ଏ ଦୃଶ୍ୟକୁ ମୋବାଇଲ୍ରେ ଭିଡିଓ ରେକର୍ଡିଂ କରି ଭାଇରାଲ୍ ବି କରିଛନ୍ତି । ଏଭଳି ଅଭାବିତ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ପୌରାଞ୍ଚଳର ୨୦ନଂ. ୱାର୍ଡ ମାଝିସାହିରେ ।
ଏ ନେଇ ଆଜି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତ୍ୱରିତ କାର୍ଯ୍ୟାନୁÂାନ ଗ୍ରହଣ କରିଛି । ଏହି ଘଟଣାରେ ସଂପୃକ୍ତ ୧୦ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ସବ୍ଜେଲ୍କୁ ପଠାଇ ଦିଆଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବିଭିନ୍ନ ସ୍ୱୟଂ ସହାୟିକା ଗୋÂୀର ମହିଳାମାନଙ୍କୁ ଋଣ କରାଇ ଦେବା ପାଇଁ କହି କେନ୍ଦ୍ରାପଡ଼ାରେ ରହୁଥିବା ଜଣେ ମହିଳା ଜଣ ପିଛା ୧୨ଶହ ଟଙ୍କା ଲେଖାଏଁ ଅଗ୍ରୀମ ଆଦାୟ କରିଥିଲେ । ଇତିମଧ୍ୟରେ ୬ ମାସ ବିତିଥିଲେ ହେଁ ଋଣ ମଞ୍ଜୁର ହୋଇ ନ ପାରିବାରୁ ଟଙ୍କା ଦେଇଥିବା ମହିଳାମାନେ ଉତ୍କ୍ଷିପ୍ତ ହୋଇଉଠିଥିଲେ । ସେମାନେ ବାରମ୍ବାର ଫୋନ୍ କରିବାରୁ ସଂପୃକ୍ତ ମହିଳା ଗତ ଶୁକ୍ରବାର ଦିନ ମହିଳାମାନଙ୍କଠାରୁ ନେଇଥିବା ଟଙ୍କା ଫେରସ୍ତ କରିବାକୁ କେନ୍ଦ୍ରାପଡ଼ାରୁ ପଟ୍ଟାମୁଣ୍ଡାଇକୁ ଆସିଥିଲେ । ତେବେ ବେଲତଳ ଗ୍ରାମର ମଙ୍ଗଳା ଛକ ନିକଟରେ ଅପେକ୍ଷା କରି ରହିଥିବା କେତେକ ମହିଳା ତାଙ୍କୁ ସେଠାରୁ ଘୋଷାରି ଘୋଷାରି ମାଝିସାହିକୁ ଆଣିଥିଲେ । ତାଙ୍କୁ ଦିନ ତମାମ ସେଠାରେ ଅଟକ ରଖିବା ସହିତ ତାଙ୍କ ଶାଢ଼ୀ ଖୋଲି ଫୋପାଡ଼ି ଦେବା ସହ ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିଲେ । ସଂପୃକ୍ତ ମହିଳାଙ୍କ ପାଖରେ ଥିବା ଏଟିଏମ୍ କାର୍ଡ, ନଗଦ ୨୫ ହଜାର ଟଙ୍କା, କାନଫୁଲ, ମଙ୍ଗଳସୂତ୍ର ଆଦି ଛଡ଼ାଇ ନେଇଥିଲେ । ସର୍ବସାଧାରଣ ରାସ୍ତାରେ ଘଟିଥିବା ଏହି ଘଟଣାରେ ମହିଳାମାନଙ୍କ ସହ କେତେକ ପୁରୁଷ ସହଯୋଗୀ ମଧ୍ୟ ସାମିଲ ହୋଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି ।
ଖାଲି ସେତିକି ନୁହେଁ, ସେମାନେ ପୀଡ଼ିତାଙ୍କ ଚୁଟି କାଟି ସାତବେଣ୍ଟିଆ କରିବା ସହିତ ତାଙ୍କ ମୁହଁରେ ଚୂନକଳା ବୋଳି ଦେଇ ବୁଲାଇଥିଲେ । ଏପରିକି ଘଟଣା ସମୟର ଦୃଶ୍ୟକୁ ମୋବାଇଲରେ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ମହିଳାମାନଙ୍କ କବଳରୁ ଉଦ୍ଧାର କରିଥିଲା । କିନ୍ତୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା । ତେବେ ପୀଡ଼ିତାଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଜି ପୀଡ଼ିତା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପହଞ୍ଚି ଏତଲା ଦାଏର କରିଥିଲେ । ଏତଲା ଆଧାରରେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିଥିଲା । ଏହା ପରେ ଘଟଣାରେ ସଂପୃକ୍ତ ବେଲତଳ ଗ୍ରାମର ଅନୀତା ନାଥ, ରଶ୍ମିତା ଗୋଛାୟତ, ଲକ୍ଷ୍ମୀ ମାଝି, ପଦ୍ମାବତୀ ମାଝି, ଲକ୍ଷ୍ମୀପ୍ରିୟା ମଳିକ, ଅନୀତା ମଳିକ, ତୁଳସୀ ମଳିକ, ସସ୍ମିତା ନାଥ, ସୁନୀତା ଗୋଛାୟତ ଓ ସେକପୁର ଗ୍ରାମର ବନିତା ସାହୁଙ୍କୁ ପୁଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା । ମାମଲା ସଂଗିନ ତଥା ସ୍ପର୍ଶକାତର ହୋଇଥିବାରୁ ଅଭିଯୁକ୍ତମାନଙ୍କୁ ଜାମିନ ଦିଆନଯିବା ନେଇ ସରକାରୀ ଓକିଲ ରାଜେନ୍ଦ୍ର ମିଶ୍ର ଯୁକ୍ତି ବାଢ଼ିଥିଲେ । ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ ସାଲୋନୀ ସାହୁ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ କରି କେନ୍ଦ୍ରାପଡ଼ା ବାରିମୂଳ ସବ୍ଜେଲ୍କୁ ପଠାଇ ଦେଇଥିଲେ । ତଦନ୍ତ ପରେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ତପନ ରାଉତ କହିଛନ୍ତି । ପୁଲିସ ସହଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଖୋଜୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons