ମହିଳା ଶ୍ରମିକ ମୃତ: ଉତ୍ତେଜନା, ରାସ୍ତା ଅବରୋଧ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ): ଛତ୍ରପୁର ନିକଟ ଆଇଆର୍ଇ ପ୍ଲାଣ୍ଟ ପରିସରରେ ଲୁହା ଖସି କାର୍ଯ୍ୟରତ ଜଣେ ମହିଳା ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତକ ହେଲେ ଛତ୍ରପୁର ନିକଟବର୍ତ୍ତୀ ମାଟିଖାଲ ଗ୍ରାମର ରମା ପ୍ରଧାନ (୩୪) । ରବିବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ଲୁହା ବୋହି ଆଣୁଥିବା ସମୟରେ ହଠାତ୍ ଲୁହା ଖସି ପଡ଼ିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଗୁରୁତର ହୋଇ ପଡିଥିବା ରମାଙ୍କୁ ଛତ୍ରପୁର ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମାଟିଖାଲ ଗ୍ରାମବାସୀ ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ମୃତ ଠିକା ମହିଳା ଶ୍ରମିକଙ୍କ ଦୁଇ ସନ୍ତାନଙ୍କ ଭରଣପୋଷଣ କମ୍ପାନୀ ଗ୍ରହଣ କରିବା ଦାବିରେ ଆଇଆର୍ଇ ପ୍ଲାଣ୍ଟ୍ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ଫାଟକ ସମ୍ମୁଖରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ ।
ମହିଳାଙ୍କ ମୃତ ଦେହ ବ୍ୟବଛେଦ ହୋଇପାରିନି । ସୋମବାର ଏହା କରାଯିବ ବୋଲି ଜଣାଯାଇଛି । ଏ ନେଇ ଛତ୍ରପୁର ଡାକ୍ତରଖାନାରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । କଂଗ୍ରେସ ନେତା ଭାଗିରଥି ବେହେରା, ବାବୁଲି ପ୍ରଧାନ, ପଞ୍ଚାନନ ପ୍ରଧାନ, ସୁରେଶ ପ୍ରଧାନ, ଭାଗିରଥି ବେହେରା, ପି. ଧର୍ମା ରେ‡ୀ, ବାଦଲ ବେହେରା, ପୂର୍ବତନ ସମିତି ସଭ୍ୟ ଭାଗିରଥି ପ୍ରଧାନ, କଣମଣା ନାଏବ ସରପଞ୍ଚ ପ୍ରଶାନ୍ତ ବେହେରା, ଏନ୍.ୱାର୍ଦ୍ଧା ରାଜୁଲୁ ରେଡ୍ଡିଙ୍କ ସମେତ ଶତାଧିକ ଲୋକ ସାମିଲ ଥିଲେ । ଆନେ୍ଦାଳନକାରୀ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମାଧାନ ପାଇଁ ଆଲୋଚନା ହୋଇଥିଲା । ଦୀର୍ଘ ସମୟ ଆଲୋଚନା ପରେ ୧୯ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କମ୍ପାନୀ କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି । ସେହିପରି ମାସକୁ ପେନ୍ସନ୍ ବାବଦ ୧୨ ହଜାର ଟଙ୍କା ପ୍ରଦାନ କରାଯିବ । ଏଥିସହ ଦୁଇ ଛୋଟ ଛୁଆଙ୍କ ଭରଣପୋଷଣ ଦୃଷ୍ଟିରୁ ପରିବାରର ଜଣଙ୍କୁ ପ୍ଲାଣ୍ଟ୍ରେ ନିଯୁକ୍ତି ଦିଆଯିବ ବୋଲି ଆଲୋଚନା ଶେଷରେ କମ୍ପାନୀ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି । ଚମାଖଣ୍ଡି ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ମିଳିଥିବା ସୂଚନା ମୁତାବକ ମାଟିଖାଲ ଗ୍ରାମର ରମା ପ୍ରଧାନ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପ୍ଲାଣ୍ଟ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଲୁହା ଖସି ତାଙ୍କର ମୃତୁ୍ୟ ଘଟିଥିବା କୁହାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତୁ୍ୟ ଘଟିସାରିଥିବା ବେଳେ ୨ ଶିଶୁ ଏବେ ବାପା-ମା ଛେଉଣ୍ଡ ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons