ମାଓ ଦମ୍ପତି କଲେ ଆତ୍ମସମର୍ପଣ

Get real time updates directly on you device, subscribe now.

ମାଲକାନଗିରି, (ବି.ବି.ନୁ୍ୟଜ ):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ପୁଲିସ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ମଡକାମ ଆୟତା । ତାଙ୍କ ମୁଣ୍ଡଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଅନ୍ୟ ଜଣେ ହେଲେ ତାଙ୍କ ପତ୍ନୀ ପଦମା ପେଜ୍ଜେ । ତାଙ୍କ ମୁଣ୍ଡ ଉପରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
ତୁଳସୀ ପାହାଡ଼ରେ ନକ୍ସଲ-ଯବାନ ଗୁଳିବିନମୟ
ଛତିଶଗଡ଼ ରାଜ୍ୟ ସୀମାନ୍ତ ତୁଳସୀ ପାହାଡ଼ରେ ଆଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ମାଲକାନଗିରି ଜିଲ୍ଲା ଏସ୍.ପି ପ୍ରହ୍ଲାଦ ସାଇମୀନା ଏକ ପ୍ରେସ ନୋଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ହେଡକ୍ୱାର୍ଟର୍ସରୁ ଏସଓଜି ଓ ଡିଭିଏଫ ଯବାନମାନେ ମାଥିଲି ଥାନା ମହୁପଦର ପଞ୍ଚାୟତ ଛତିଶଗଡ଼ ରାଜ୍ୟ ସୀମାନ୍ତକୁ ଲାଗିଥିବା ତୁଳସୀ ପାହଡ଼କୁ କମ୍ୱିଂ ଅପରେସନରେ ଯାଇଥିଲେ । ଆଜି ସକାଳେ ସେମାନେ ଫେରୁଥିବା ବେଳେ ମାଓଗଡ଼ ଭାବେ ପରିଚିତ ତୁଳସୀ ପାହଡ଼ ଉପରେ ଥିବା କିରିମିଟି ଓ ଚନ୍ଦାମେଟା ଗ୍ରାମ ନିକଟରେ ହଠାତ୍ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳିଚାଳନା କରିଥିଲେ । ନକ୍ସଲ ଓ ଯବାନମାନଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା । ଯବାନ ମାନଙ୍କୁ ମୁକାବିଲା କରି ନପାରି ନକ୍ସଲମାନେ ଘଚଂ ଜଙ୍ଗଲ ଆଡ଼କୁ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ଗୁଳି ବିନିମୟରେ କେହି ନକ୍ସଲ ମୃତାହତ ହୋଇଥିବା ସନେ୍ଦହରେ ସେହି ଜଙ୍ଗଲରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚାଲୁ ରହିଥିଲା ବୋଲି ଏସ୍.ପି ଶ୍ରୀ ମୀନା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons