ମାଣିକେଶ୍ୱରୀଙ୍କ ଛତର ଯାତ୍ରା

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ): କଳାହାଣ୍ଡିର ଅଧିଷ୍ଟାତ୍ରୀ ଦେବୀ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ବୁଧବାର ଅନୁÂିତ ହେବ । ମୂଳାଷ୍ଟମୀ ତିଥିରେ ମୁଣ୍ଡବସାଠାରୁ ଆରମ୍ଭ ହୋଇଥିବା ମାଣିକେଶ୍ୱରୀଙ୍କ ଦଶହରା ଯାତ୍ରା (ଛତର ଯାତ୍ରା) ବିଜୟା ଦଶମୀ ତିଥିରେ ଶେଷ ହୋଇଥାଏ । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର କଳାହାଣ୍ଡି । ମଙ୍ଗଳବାର ମା’ମାଣିକେଶ୍ୱରୀଙ୍କ ଭବାନୀପାଟଣା ପୀଠରେ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଥିଲା ।
ରାତି ପାହିଲେ ମା’ଙ୍କ ଛତର ଯାତ୍ରା । ମା’ଙ୍କ ଦର୍ଶନ ପାଇଁ ଭବାନୀପାଟଣାରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଲାଗିରହେ । ହେଲେ କରୋନା ଯୋଗୁଁ ଏଥର ମଧ୍ୟ ଛତର ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ଘୋଷଣା କରିସାରିଛି । ଏସ୍ଆର୍ସି ଦ୍ୱାରା ଜାରି ଗାଇଡ୍ଲାଇନ୍ ଅନୁଯାୟୀ ପୁଲିସ୍ ପ୍ରଶାସନ ପକ୍ଷରୁ ମଙ୍ଗଳବାର ରାତି ୮ଟାରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି । ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ସହରରେ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରାତଃ ୫ଟାରୁ ମନ୍ଦିରରୁ ଜେନାଖାଲ ଅଭିମୁଖେ ଯିବେ । ସେଠାରେ ରୀତିନୀତି ଓ ପୂଜାର୍ଚ୍ଚନା ପରେ ସକାଳ ୭ଟା ୧୫ ମିନିଟ୍ରେ ଜେନାଖାଲରୁ ମାଁ’ଙ୍କ ଛତର ଯାତ୍ରା ବାହାରି ମନ୍ଦିରେ ସକାଳ ୮ଟା ୩୦ମିନିଟ୍ ପରେ ପହଞ୍ଚିବ ।
କଳାହାଣ୍ଡିରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ତନ୍ତେ୍ରାକ୍ତ ଦଶମହାବିଦ୍ୟାର ପ୍ରଥମ ମହାବିଦ୍ୟା ମହାକାଳୀ ରୂପେ ‘କ୍ରୀଂ’ ବୀଜ ମନ୍ତ୍ରରେ ମାଣିକେଶ୍ୱରୀଙ୍କ ଆରାଧନା ବିଧି ସହ ତନ୍ତେ୍ରାକ୍ତ ପଞ୍ଚମକାର ପୂଜାବିଧି ପ୍ରଚଳିତ । ତେବେ ଆଦିବାସୀ ସଂସ୍କୃତି, ପରମ୍ପରା ଓ କୁଳାଚାର ସହ ବୈଦିକ ସଂସ୍କୃତିରେ ପରିପୃଷ୍ଟ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନନ୍ୟ ଏବଂ ସମଗ୍ର ପୃଥିବୀରେ ଏକ ସ୍ୱତନ୍ତ୍ର ଯାତ୍ରା ରୂପେ ପରିଗଣିତ । ପ୍ରତିବର୍ଷ ଆଶ୍ୱୀନ କୃଷ୍ଣପକ୍ଷ ଅଷ୍ଟମୀ (ମୂଳାଷ୍ଟମୀ) ତିଥିରେ ମାଣିକେଶ୍ୱରୀଙ୍କ ମୁଣ୍ଡବସା ପର୍ବରୁ ଦଶହରା ଯାତ୍ରାର ଶୁଭାରମ୍ଭ ହୋଇ ୧୬ ଦିନ ଧରି ମହାଷ୍ଟମୀ ପର୍ଯ୍ୟନ୍ତ ତନ୍ତେ୍ରାକ୍ତ ରୀତିରେ ଷୋଢଶ ଉପଚାର ଓ ତ୍ରିକାଳ ଚଣ୍ଡିପାଠ ପରେ ମହାନବମୀ ତିଥିର ପ୍ରତୁ୍ୟଷରୁ ପ୍ରସିଦ୍ଧ ଛତର ଯାତ୍ରା ଏବଂ ବିଜୟା ଦଶମୀ ତିଥିରେ ଲାଖମରା ପର୍ବ ବା ବାହୁଡା ଛତର ଯାତ୍ରା ସହ ଉଦ୍ୟାପିତ ହୋଇଥାଏ । ମହାଷ୍ଟମୀର ମଧ୍ୟରାତ୍ରରେ ମାଣିକେଶ୍ୱରୀଙ୍କ ପୀଠରେ ଛାଗଳ ମହପଶୁ, ବନ୍ୟପଶୁ ଆଦି ଅଷ୍ଟବଳି ଦିଆଯାଏ ଏବଂ ମନ୍ଦିର ବେଢାରେ ଥିବା ମନ୍ଦିର (ମହାକାଳ ଭୈରବ)ଙ୍କ ପାଖରେ ମହାପଶୁ ବଳି ଦିଆଯିବା ପରେ ମାଁଙ୍କ ବିଜୟ ପ୍ରତିମା ଛତ୍ର (ଛତ୍ରକୁ) ମନ୍ଦିରଠାରୁ ପ୍ରାୟ ତିନି କିମି ଦୂରରେ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ଫାଶୀ ପାହାଡ ପାଦଦେଶରେ ଥିବା ଜେନାଖାଲକୁ ନିଆଯାଇଥାଏ । ପ୍ରତୁ୍ୟଷରୁ ଜେନାଖାଲରେ ସମ୍ପୂର୍ଣ୍ଣ ଗୁପ୍ତ ବିଧିରେ ବଳି ଆଦି ଦେଇ ପୂଜାର୍ଚ୍ଚନା କରିସାରି ପୂଜାରୀ, ବାହୁକ, ମୁଣ୍ଡଛିନା ଆଦି ମାଆଙ୍କର ଛତ୍ର (ଛତ୍ର)କୁ ଧରି ମନ୍ଦିର ପର୍ଯ୍ୟନ୍ତ ଆସିଥାନ୍ତି । ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜ ମନ୍ଦିରର ସିଂହଦ୍ୱାରଠାରୁ ମାଁଙ୍କର ଛତରକୁ ସ୍ୱାଗତ କରି ନିଜେ ବୋହି ମନ୍ଦିର ଭିତରକୁ ବୋହି ନେଇଥାନ୍ତି । ଏହାକୁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁହାଯାଏ । ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିମି ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ମାଁଙ୍କର ବିଜୟ ପ୍ରତିମା ଛତରକୁ ବନ୍ଦନା କରି, ବଳି ଦେଇ ସ୍ୱାଗତ କରିଥାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons