ମାନସ ହତ୍ୟା ଘଟଣାରେ ମିଳିଲା ନୂଆ ପ୍ରମାଣ:ବାଉଁଶ ଫାଳିଆରେ ପିଟିପିଟି ମାରିଥିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମାନସଙ୍କୁ ବାଉଁଶ ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଛି ବୋଲି ଜେରା ବେଳେ ଏମିତି ବିସ୍ଫୋରକ ତଥ୍ୟ ଦେଇଛନ୍ତି ଶର୍ମିÂାଙ୍କ ସହଯୋଗୀ ଝୁନା ଭୋଇ । ହତ୍ୟାରେ ବ୍ୟବହୃତ ୩ଟି ବାଉଁଶ ଓ ଗୋଟିଏ କାଠ ଫାଳିଆ ଦୟାଲ ଆଶ୍ରମରୁ ଜବତ ହୋଇଥିଲା । ବାଉଁଶ ଓ କାଠ ଫାଳିଆକୁ ପରୀକ୍ଷା ପାଇଁ ପଠା ଯାଇଥିଲା । ପରୀକ୍ଷା ପରେ ଏସ୍ସିବି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ର ଏଫ୍ଏମ୍ଟି ବିଭାଗ ପ୍ରଫେସର ଏଭଳି ମତ ରଖିଛନ୍ତି । ଏଫ୍ଏମ୍ଟି ପ୍ରଫେସରଙ୍କ ଏହି ବୈଷୟିକ ମତ ମାନସ ହତ୍ୟା ମାମଲାର ଆଇନଗତ ପ୍ରକ୍ରିୟାରେ ବଡ଼ ପ୍ରମାଣ ରୂପେ ଉଭା ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।
ଦୟାଲ୍ ଆଶ୍ରମରେ ବାଉଁଶ ଓ କାଠ ଫାଳିଆରେ ମାନସଙ୍କୁ ପିଟିପିଟି ମାରିବା ପରେ ସେଗୁଡ଼ିକୁ ଝରକା ପଟେ ବାହାରକୁ ଫିଙ୍ଗି ଦେବା ପାଇଁ ମହିଳା କେୟାର୍ ଟେକର୍ଙ୍କୁ ନିଦେ୍ର୍ଧଶ ଦେଇଥିଲେ ବୋଲି ଜେରାରେ ଖୋଦ୍ ଶର୍ମିÂା ସ୍ୱୀକାର କରିଥିଲେ । ଏହି ବୟାନକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍ ଦୟାଲ ଆଶ୍ରମରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ୩ଟି ବାଉଁଶ ଫାଳିଆ ଏବଂ ଗୋଟିଏ କାଠ ଫାଳିଆ ଜବତ କରିଥିଲେ । କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ଶର୍ମିÂାଙ୍କ ସହଯୋଗୀ ଝୁନା ଭୋଇ ସେସବୁକୁ ଚିହ୍ନଟ କରିବା ପରେ ତଦନ୍ତକାରୀ ଅଫିସର ଜବତ ସାମଗ୍ରୀଗୁଡ଼ିକ ସାଇଣ୍ଟିଫିକ୍ ତଦନ୍ତ ପାଇଁ ଏସ୍ସିବି ଏଫ୍ଏମ୍ଟି ବିଭାଗକୁ ପଠାଇଥିଲେ । ସେଥିରୁ ମିଳିଥିବା ରକ୍ତ ନମୁନା ମାନସଙ୍କ ରକ୍ତ ନମୁନା ସହ ମିଶିଥିଲା । ଏଣୁ ବାଉଁଶ ଓ କାଠ ଫାଳିଆରେ ହିଁ ମାନସଙ୍କୁ ପିଟିପିଟି ହତ୍ୟା କରା ଯାଇଥିବା କଥା ଏଫ୍ଏମ୍ଟି ବିଶେଷଜ୍ଞ ମତ ଦେଇଛନ୍ତି ବୋଲି କ୍ରାଇମ୍ବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।
ଅନ୍ୟପକ୍ଷରେ, ମାନସଙ୍କ ହତ୍ୟା ପଛରେ ରହସ୍ୟମୟ ଚିପ୍ ହିଁ କାରଣ ଥିବାରୁ ତାହା ଏବେ କ୍ରାଇମ୍ବ୍ରାଞ୍ଚ୍ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛି । ଗତକାଲି ମାନସଙ୍କ ଘରେ ବହୁ ଖୋଜାଖୋଜି କରିବା ପରେ ଚିପ୍ ନମିଳିବାରୁ କ୍ରାଇମବ୍ରାଞ୍ଚ ସେଠାରୁ ଖାଲି ହାତରେ ଫେରିଥିଲା । ମାନସଙ୍କ ଘରୁ ଚିପ୍ ନମିଳିବାରୁ ଭୁବନେଶ୍ୱରରେ ଅସ୍ଥାୟୀ ଭାବେ ରହୁଥିବା ତାଙ୍କ ଅନ୍ୟ ବନ୍ଧୁ, ସହଯୋଗୀଙ୍କର ସାହାଯ୍ୟ ନେଇ ଚିପ୍ ଖୋଜିବା ପାଇଁ ତଦନ୍ତକାରୀ ଟିମ୍ ଯୋଜନା ଚଳାଇଛି । ଏଥିଲାଗି ମାନସଙ୍କର କିଛି ସହଯୋଗୀଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍ ଯୋଗାଯୋଗ କରୁଛି ।
ସେହିଭଳି ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିଦେ୍ର୍ଧଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କ ମେଲ୍ ଆକାଉ୍ଣ୍ଟରୁ ଅନେକ ତଥ୍ୟ ପାଇଛି କ୍ରାଇମ୍ବ୍ରାଞ୍ଚ । ଶର୍ମିÂାଙ୍କୁ ଚାନ୍ଦବାଲି ପୁଲିସ୍ ଖୋଜିବା ଆରମ୍ଭ କଲା ବେଳେ ନିରଞ୍ଜନ ନିଜ ଫୋନ୍ରେ ଥିବା ତାଙ୍କର ସବୁ ଗୁପ୍ତ ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ଏକ ନୂଆ ମେଲ୍ ଆଇଡି ଖୋଲି ସେଥିରେ ଫଟୋ ଓ ଭିଡିଓ ରଖିଥିଲେ । କ୍ରାଇମ୍ବ୍ରାଞ୍ଚ ତାଙ୍କ ଫୋନ୍ ଯାଞ୍ଚ କରି କିଛି ଟେର ପାଇ ନଥିଲା । ହେଲେ ଉକ୍ତ ଫୋନ୍ ନମ୍ବର ଦ୍ୱାରା ୩ଟି ମେଲ୍ ଆଇଡି ଖୋଲା ଯାଇଥିବା ଜାଣିବା ପରେ ଖୋଳତାଡ଼ କରିଥିଲା । ୨ଟି ମେଲ୍ରୁ କୌଣସି ଗୁପ୍ତ ତଥ୍ୟ ପାଇ ନଥିଲା । ତେବେ ପୁଅ ନାଁରେ ଖୋଲିଥିବା ମେଲ୍ ଆଇଡିରୁ କ୍ରାଇମ୍ବ୍ରାଞ୍ଚ ୫ଟି ଭିଡିଓ ଓ ୧୩୦ ଫଟୋ ପାଇଥିଲା । ଉକ୍ତ ଫଟୋ ଓ ଭିଡିଓ ଦେଖି କ୍ରାଇମ୍ବ୍ରାଞ୍ଚର ହୋସ୍ ଉଡି ଯାଇଛି । ସେଥିରେ ଓଲିଉଡ୍ର ଜଣାଶୁଣା ୪ ଅଭିନେତ୍ରୀଙ୍କ ସହ ନିରଞ୍ଜନଙ୍କ ଅଶ୍ଳୀଳ ଫଟୋ ରହିଛି । ସବୁ ଫଟୋରୁ ଜଣାପଡୁଛି ନିରଞ୍ଜନ ସେମାନଙ୍କ ଅଜଣାତରେ ଏ ସବୁ ଉଠାଇଛନ୍ତି । ଭିଡିଓ ମଧ୍ୟ ସମାନ ଢଙ୍ଗରେ ସୁଟିଂ ହୋଇଛି । ମୋବାଇଲ୍ ଲୁଚାଇ ଭିଡିଓ ସୁଟିଂ କରିଛନ୍ତି । ୧୩୦ ଫଟୋରେ ଅନେକ ବିବାହିତ ମହିଳା, ଯୁବତୀ ଓ ଛାତ୍ରୀ ଥିବା କ୍ରାଇମ୍ବ୍ରାଞ୍ଚର ଜଣେ ବରିÂ ଅଧିକାରୀ ସୂଚନା ଦେଇଛନ୍ତି । ଏ ସବୁ ଫଟୋ ଓ ଭିଡିଓରେ ବାବଦରେ ପଚାରିବା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡିଛି ।
କ୍ରାଇମ୍ବ୍ରାଞ୍ଚ ଜାଣିବାକୁ ପାଇଛି, ଶର୍ମିÂାଙ୍କ ସହ ସମ୍ପର୍କକୁ ନେଇ ନିରଞ୍ଜନଙ୍କ ପରିବାରରେ ଝଡ଼ଉଠିଥିଲା । ନିରଞ୍ଜନ ଶର୍ମିÂାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ । ଏହାକୁ ନେଇ ତାଙ୍କ ପୁଅ ସହ ଝଗଡ଼ା ହୋଇଥିଲା । ଫଳରେ ନିରଞ୍ଜନ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କର ହାତ ଭାଙ୍ଗି ଯାଇଥିଲା । ସେତେବେଳେ ନିରଞ୍ଜନ କହିଥିଲେ ବାଥରୁମ୍ରେ ପଡ଼ି ହାତ ଭାଙ୍ଗି ଯାଇଛି । ଏହାବାଦ୍ ଶର୍ମିÂାଙ୍କ ଆଶ୍ରମକୁ କେଉଁଠୁ ଫଣ୍ଡିଂ ହେଉଥିଲା? କେଉଁଠୁ ଟଙ୍କା ଆସୁଥିଲା ? ଠିକ୍ କାମରେ ଟଙ୍କା ଲାଗୁଥିଲା କି ନାହିଁ ? ସେ ସବୁ ବିଷୟରେ ଜାଣିବା ପାଇଁ ଆଶ୍ରମର ଆକାଉଣ୍ଟ ଯାଞ୍ଚ ପାଇଁ କ୍ରାଇମ୍ବ୍ରାଞ୍ଚ ଅଣ୍ଟା ଭିଡିଛି ।
ଏହାଛଡ଼ା ଶର୍ମିÂାଙ୍କ ଅଫିସ୍ରୁ ଜବତ ହୋଇଥିବା ୩ଟି କମ୍ପୁ୍ୟଟରକୁ ରସୁଲଗଡ଼ସ୍ଥିତ ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି । ସେଠାରୁ ଏଯାଏ କିଛି ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିବା ପରେ ମାନସଙ୍କ ହତ୍ୟା ପଛରେ ଅଶ୍ଳୀଳ ଫିଲ୍ମ ଭିଡିଓ ରେକର୍ଡିଂ ନେଇ ଯେଉଁସବୁ କଥା ଉଠୁଛି ତାହାର କିଛି ଠୋସ୍ ତଥ୍ୟ ମିଳିପାରିବ ବୋଲି ତଦନ୍ତକାରୀ ଦଳ ଆଶା ରଖିଛି । ଦ୍ୱିତୀୟ ଦଫା ରିମାଣ୍ଡର ଦ୍ୱିତୀୟ ଦିନରେ ଶର୍ମିÂା ଏବଂ ଝୁନାଙ୍କୁ କ୍ରାଇମବ୍ରାଞ୍ଚର ଅଫିସରମାନେ ମାରାଥନ୍ ଜେରା କରିଥିଲେ । ସକାଳ ବେଳା ୨ ଜଣ ଡିଏସ୍ପି ଜେରା କରିଥିବା ବେଳେ ମଧ୍ୟାହ୍ନରେ ୨ ଜଣ ଇନ୍ସପେକ୍ଟର ଦୀର୍ଘ ସମୟ କାଳ ଜେରା କରିଥିଲେ । ଉଭୟ ଅଭିଯୁକ୍ତ ମହିଳା ହୋଇଥିବାରୁ ରାତିରେ ମହିଳା ଅଫିସରମାନେ ସେମାନଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରାଇଥିବା ସୂଚନା ମିଳିଛି । ଆସନ୍ତକାଲି ଉଭୟଙ୍କ ରିମାଣ୍ଡ୍ ଅବଧି ଶେଷ ହେଉଛି । ଦୁହିଁଙ୍କୁ ଗୁରୁବାର ଚାନ୍ଦବାଲି କୋର୍ଟରେ ହାଜର କରାଯିବ ବୋଲି ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons