ମିନିଟ୍ରକ୍-କାର ଧକ୍କା:୨ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ସମ୍ବଲପୁର, (ବି.ବି.ନୁ୍ୟଜ): ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଭୀମଖାଜ ନିକଟ ତଥା ସମ୍ୱଲପୁର-କଟକ ରାଜରାସ୍ତା ଉପରେ ଆଜି ଅପରାହ୍ନରେ କାର୍ ଓ ମିନିଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାରରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ଜଣେ ଗୁରୁତର ଭାବେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତକ ଦୁଇ ଜଣ ହେଲେ ବୁର୍ଲା ଶ୍ରୀରାମ ବିହାରର ସୁଶାନ୍ତ ସୁଆର (୫୦) ଓ ବିଦୁ୍ୟତ୍ କଲୋନିର ବିଚିତ୍ରାନନ୍ଦ ସାହୁ (୫୦) । ଅନ୍ୟ ଗୁରୁତର ଜଣକ ବୁର୍ଲା ଗାନ୍ଧୀ କଲୋନୀର ଉଛବ ପ୍ରଧାନ । କାର ଡ୍ରାଇଭର ଅଶ୍ୱିନୀ ତାଣ୍ଡି ସୁରକ୍ଷିତ ଥିବା ବେଳେ ମିନିଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି ।
ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଏକ ମାରୁତି କାର ନଂ ଓଡି ୧୫ ଏସ ୦୫୧୪ ଯୋଗେ ସୁଶାନ୍ତ, ବିଚିତ୍ରାନନ୍ଦ ସାହୁ, ଉଛବ ପ୍ରଧାନ ଓ ଅଶ୍ୱିନୀ ବୁର୍ଲାରୁ ବାହାରି ଚାରି ଜଣ ରେଢ଼ାଖୋଲ ଅଭିମୁଖେ ଯାଉଥିଲେ । ଅଶ୍ୱିନୀ ଗାଡ଼ି ଚଳାଉଥିବା ବେଳେ ସୁଶାନ୍ତ ଏବଂ ବିଚିତ୍ରାନନ୍ଦ ପଛ ସିଟ୍ରେ ବସିଥିଲେ । ଏହି ସମୟରେ ଅପର ପାଶ୍ୱର୍ରୁ ସମ୍ୱଲପୁର ଅଭିମୁଖେ ଆସୁଥିବା ମିନିଟ୍ରକ ନଂ ଓଆର ୧୫ ୱାଇ ୧୮୯୦ ସହ ଭୀମଖାଜ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ମିନିଟ୍ରକଟି କାରକୁ ଘୋଷାଡ଼ି ନେଇ ରାସ୍ତାକଡ଼ ଖାଲୁଆ ଜାଗାରେ ଚାପି ଦେଇଥିଲା । ଫଳରେ ସୁଶାନ୍ତ ଏବଂ ବିଚିତ୍ରାନନ୍ଦଙ୍କ ମୃତୁ୍ୟ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons