ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ

Get real time updates directly on you device, subscribe now.

କଟକ : ଖବର ଦେବାକୁ ଯାଇ ନିଜେ ଦୁଃଖଦ ଖବର ହୋଇଗଲେ । କଟକ ନରାଜର ମୁଣ୍ଡଳୀ ନିକଟରେ ଗଜରାଜ ଉଦ୍ଧାର ଖବର ଦେବାକୁ ଯାଇଥିଲେ କିନ୍ତୁ ନିଜେ ଦୁର୍ଘଟଣାର ଶିକାର ହୋଇ ସେହି ପାଣିରେ ବୁଡି ପ୍ରାଣ ହରାଇଲେ । ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଘଟିଛି ଅକାଳ ବିୟୋଗ । ଶୁକ୍ରବାର ଦିନ ମୁଣ୍ଡଳୀରେ ଏକ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଅରିନ୍ଦମ୍ ପ୍ରାଣ ହରାଇଛନ୍ତି । ଅରିନ୍ଦମଙ୍କ ମୃତ୍ୟୁ ନେଇ କଟକ ବଡ ଡାକ୍ତରଖାନର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏ ନେଇ ସୂଚନା ଦେଇଛନ୍ତି ।

ଦୀର୍ଘଘଣ୍ଟା ଧରି ମୁଣ୍ଡଳୀ ନିକଟରେ ମହାନଦୀ ପାଣିରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଓଡ୍ରାଫ୍ ଟିମ୍ ର ବୋଟ୍ ରେ ୫ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଏବଂ କ୍ୟାମେରା ପର୍ସନ ମଧ୍ୟ ରହିଥିଲେ । ନଦୀର ପ୍ରଖର ସ୍ରୋତରେ ବୋଟ୍ ଟି ଭାରସାମ୍ୟ ହରାଇ ଓଲଟିପଡିଥିବା । ଫଳରେ ବୋଟ୍ ରେ ଥିବା ୭ ଜଣ ନଦୀ ପାଣିରେ ବୁଡିଯାଇଥିଲେ । ୩ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଓଟିଭି କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏବେବି ଅନ୍ୟ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons