ଯୁବକଙ୍କୁ ଗୁଳିମାଡ଼ ଘଟଣା: ୪ ଜଣଙ୍କୁ ଗିରଫ କଲା ପୋଲିସ

Get real time updates directly on you device, subscribe now.

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଓଳାଶୁଣୀ ପାହାଡ଼ ନିକଟରେ ଅକ୍ଟୋବର ୩ ତାରିଖରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ବାଲିଚନ୍ଦ୍ରପୁର ପୋଲିସକୁ ମିଳିଛି ସଫଳତା । ପୋଲିସ୍‌ ୪ ଜଣଙ୍କୁ ଗିରଫ କରିଛି । ଓଳାଶୁଣୀ ପାହାଡ଼ ନିକଟରେ ବନ୍ଦରେଶ୍ବର ଅଂଚଳର ସିଦ୍ଧାନ୍ତ ସାମଲଙ୍କୁ କାରରେ କିଛି ଯୁବକ ଆସି ଗୁଳି କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସିଦ୍ଧାନ୍ତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମ୍ପୂର୍ଣ୍ଣ ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବନ୍ଧୁକ ଓ ବାଇକ ଜବତ ହୋଇଛି । ରାସ୍ତାରେ ମାଛ ସୁକେଇବାକୁ କେନ୍ଦ୍ର କରି କାରରେ ଆସିଥିବା ଯୁବକ ଓ ସିଦ୍ଧାନ୍ତଙ୍କ ସହ କଥା କଟାକଟି ହୋଇଥିଲା । ଯେଉଁଥି ପାଇଁ କାରରେ ଆସିଥିବା ଯୁବକମାନେ ସିଦ୍ଧାନ୍ତଙ୍କୁ ଗୁଳି କରିଥିଲେ । ଏହି ଘଟଣାରେ ୪ ଜଣକୁ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ୪ ଜଣ ଦୁର୍ବୁତ୍ତ ହେଲେ ମାନସ ରଞ୍ଜନ ବେହେରା, ଚିତ୍ତ ରଞ୍ଜନ ମଲିକ, ଜିତେନ୍ଦ୍ର ଜେନା, ବେଣୁଧର ମଲିକ । ଏ ମାନେ ସମସ୍ତେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର । ସେମାନଙ୍କ ନିକଟରୁ ପିସ୍ତଲ ସହ ବାଇକ ଜବତ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲୁ ରହିଥିବା ଯାଜପୁର ଗ୍ଦୟକ୍ଟ୍ରକ୍ଟ ଚିନ୍ମୟ ନାୟକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons