ଯୁବକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଜୟପୁର,(ଦେବଦତ୍ତ ପାଣିଙ୍କଠାରୁ): ବେକରେ ଗାମୁଛା ବାନ୍ଧି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ମାଲକାନଗିରି ଜିଲ୍ଲା ମାଥିଲି ମେକା ଗାଁର ସୁଭାଷ ହରିଜନ(୨୫) । ସୁଭାଷ ସ୍ଥାନୀୟ ହାନାଗୁଡ଼ାରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏ ସମ୍ପର୍କରେ ସଦର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ସୁଭାଷ ହାନାଗୁଡ଼ାରେ ରହୁଥିଲେ । ଗତ ୧୧ ତାରିଖ ରାତି ୭ଟାରେ ସାଙ୍ଗମାନଙ୍କୁ କହି ବାହାରକୁ ଯାଇଥିଲେ । ରାତିରେ ନଫେରିବାରୁ ଚାରିଆଡେ ଖୋଜାଖୋଜି କରାଯାଇଥିଲା । ଆଜି ସକାଳେ କେତେକ ଲୋକ ପ;ନାୟକଗୁଡ଼ା କେନାଲକୁ ଶୌଚ ଯାଇଥିଲେ । କେନାଲ ପାଖରେ ଥିବା ଏକ ଗଛ ତଳେ ଜଣେ ଯୁବକ ପଡିଥିବା ଦେଖିବାକୁ ପାଇଥିଲେ । ଯୁବକଙ୍କ ବେକରେ ଖଣ୍ଡେ ଗାମୁଛା ଲାଗିଥିବା ବଳେ ଆର ଖଣ୍ଡକ ଗଛ ଉପରେ ଲାଗିଥିଲା । ଏ ସମ୍ପର୍କରେ ଖବର ପାଇ ସୁଭାଷଙ୍କ ସାଙ୍ଗମାନେ ପହଞ୍ଚିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଡିଏଚଏଚ୍କୁ ନିଆଯାଇଥିଲା । ଡାକ୍ତର ସେଠାରେ ସୁଭାଷଙ୍କୁ ମୃତ ଘୋଷଣା କରିଥିଲେ । ମାଥିଲିକୁ ଖବର ଦିଆଯିବା ପରେ ତାଙ୍କ ବାପା ଗୁରୁ ନାୟକ ପହଞ୍ଚିଥିଲେ । ଅପରାହ୍ନରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ସୁଭାଷ କାହିଁକି ଆତ୍ମହତ୍ୟା କଲେ, ତାର ତଦନ୍ତ ଜାରି ରହିଛି । ଏଏସ୍ଆଇ ଗଣେଶପ୍ରସାଦ ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons